ପୃଷ୍ଠା:Netrutya O Netrutwa.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୧
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ

ବର୍ତ୍ତମାନ ଶିକ୍ଷା ପଦ୍ଧତିରେ ତ୍ରୁଟି-

ଶହ ଶହ ହଜାର ହଜାର ସଂଖ୍ୟାରେ ମେଷ‌ପଲ ପରି ଆପଣମାନେ ସ୍କୁଲ କଲେଜକୁ ଚାଲିଛନ୍ତି । ଇତିହାସ, ବିଜ୍ଞାନ, ନ୍ୟାୟ, ଦର୍ଶନ, ସାହିତ୍ୟ ଓ ଅର୍ଥନୀତି ଆଦି ବ‌ହୁ ପାଠ୍ୟ-ପୁସ୍ତକରୁ କେତେ ନାମ ବା ଧାମ, ସଂଜ୍ଞା ବା ପ୍ରକରଣ, ଶବ୍ଦ ବା ଅବ୍ଦ ମୁଖସ୍ଥ କରି କିମ୍ବା ମୁଖସ୍ଥ କରି ନ ପାରିଲେ ପକେଟସ୍ଥ କରି ପରୀକ୍ଷାରେ ପାଶ ହୁଅନ୍ତି ; ଅଥବା ସେଥି ମଧ୍ୟରୁ ଗୋଟିଏ କିଛି କରି ନ ପାରିଲେ କର୍ମ ଦେଇ ପାରିବା ଭଳି- ଜଣେ ଅଧେ ନିର୍ବୋଧଙ୍କୁ ମସୃଣ କରି ଶେଷରେ ନୌକରି କରନ୍ତି; କିମ୍ବା ବ୍ୟବସାୟ ଓକିଲାତି ଆଦିରେ ଯାବତୀୟ ମୂର୍ଖଙ୍କୁ ଖୁସି କରାଇ ଉପାର୍ଜନର ବାଟ ଦେଖନ୍ତି ଓ ବିବାହ କରନ୍ତି । ମୋଟା ମୋଟି ଦେଖିବାକୁ ଗଲେ ବର୍ତ୍ତମାନ ଯୁବକର ଆଦର୍ଶ ଏହା ବ୍ୟତୀତ ଆଉ କଣ ଅଛି ?

ଇତିହାସ, ବିଜ୍ଞାନ, ଦର୍ଶନ, ସାହିତ୍ୟ ପାଠ କରି ସେ ଏହି ପରି ଗୋଟିଏ ପନ୍ଥା ଧରିବା ବ୍ୟତୀତ ଆଉ କି ପ୍ରେରଣା ପାଏ ? ତାହାର ଦୈହିକ ଉନ୍ନତି ଦିଗରେ, ତାହାର ଚିତ୍ତବୃତ୍ତିକୁ ବିକାଶୋନ୍ମୁଖ କରିବା ପାଇଁ ଏ ଶିକ୍ଷା ଆଉ କେତେ ଦୂର ସାହାଯ୍ୟ କରେ ? ସ୍କୁଲ କଲେଜରୁ ଯଦି ଠିକ୍ ହିସାବ ନିଆଯାଏ, ତଳଠାରୁ ଉପର ପର୍ଯ୍ୟନ୍ତ ପ୍ରତି ଶ୍ରେଣୀର ଛାତ୍ରଙ୍କଠାରୁ ଯଦି ସତ୍ୟ ସମ୍ବାଦ ଆହରଣ କରାଯାଏ, ତେବେ ମୋର ବିଶ୍ୱାସ, ଆମ୍ଭମାନଙ୍କର ଶିକ୍ଷାୟତନ ଗୁଡ଼ିକ ଗୋଟିଏ ଗୋଟିଏ ବିରାଟ ପ୍ରହସନ ରୂପେ ହିଁଁ ସ୍ପଷ୍ଟ ପ୍ରମାଣିତ ହେବ ଯେ, ଏହି ସ୍କୁଲ କଲେଜଗୁଡ଼ିକ ଅଧିକ ଜାଣିବା ପାଇଁ ଓ ଶିଖିବାପାଇଁ ଆମ ଭିତରେ ଆଗ୍ରହ ଆଣି ଦେବ କଅଣ, ଆମର ଚିନ୍ତାକୁ ଜାଗ୍ରତ, ଜୀବନ୍ତ ଓ ଅଗ୍ରଗାମୀ କରିବ କଅଣ, ପ୍ରତି ଶ୍ରେଣୀର