ପୃଷ୍ଠା:Netrutya O Netrutwa.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ନେତୃତ୍ୱ ଓ ନେତୃତ୍ୱ


ଘର ସଂସାର ଦିଗରେ ସାଧାରଣତଃ ମନ ବସେ । ସ୍ତ୍ରୀ ପୁରୁଷ ପରସ୍ପରଠାରୁ ଯେଉଁ ସାହାଯ୍ୟ ଓ ଆଶ୍ରୟ ଲୋଡ଼ନ୍ତି, ଏହା ହିଁ ତାହାର ପ୍ରକୃଷ୍ଟ ସମୟ ! ଏ ରୂପ ବିବାହ ଦ୍ୱାରା ଦେଶର ଅନାବଶ୍ୟକ ଜନସଂଖ୍ୟା ବୃଦ୍ଧିର ମଧ୍ୟ ସମାଧାନ କରାଯାଇ ପାରେ ସ‌ହଜରେ; କାରଣ ବୟସଟା ଅଧିକ ହେଲେ ଉତ୍ପାଦନର କ୍ଷମତା ହ୍ରାସ ପାଏ । ଶେଷ ଜୀବନରେ ସନ୍ତାନ‌ଦ୍ୱାରା ଭରଣ ପୋଷଣର ଆଶା କମ୍ ଥିବାରୁ ତା‌ହା ଉପରେ ମଧ୍ୟ ଗଳଗ୍ରହ ହେବାକୁ ପଡ଼ିବନାହିଁ । ପୁଣି ସନ୍ତାନ ସାବାଳକ ହେବା ଆଗରୁ ଅର୍ଥାତ୍ ପିତାର ଦୋଷ ତ୍ରୁଟି ସେ ଦେଖାଇବା ପୂର୍ବରୁ ସାଧାରଣତଃ ପିତାକୁ ସଂସାରରୁ ବିଦାୟ ନେବାକୁ ହୋଇଥିବ- ସୁତରାଂ ବର୍ତ୍ତମାନ ଅପେକ୍ଷା ସେ ଅବସ୍ଥାରେ ପିତୃଭକ୍ତ ସନ୍ତାନର ସଂଖ୍ୟା ଅଧିକ ହେବ ।

ଆଉ ଯେଉଁମାନେ ଦ୍ୱିତୀୟ ପକ୍ଷ ଓ ତୃତୀୟ ପକ୍ଷର ସ୍ତ୍ରୀ ବିବାହ କରିବା ବାଞ୍ଛାରେ ପରିଣୀତା ପ୍ରଥମ ପକ୍ଷୀୟାର ମୃତ୍ୟୁ କାମନା କରନ୍ତି, ସେମାନଙ୍କୁ ହତାଶ ହେବାକୁ ପଡ଼ିବ । ପୁଣି ବିଚରା ବିବାହ ପାଇଁ ଏ ଦେଶରେ ସ୍ଥାନେ ସ୍ଥାନେ ଯେଉଁସବୁ ସଂଗଠନ କରାଯାଇ ଅଛି, ସେ ଗୁଡ଼ିକର ଦଶା ମଧ୍ୟ ଶୋଚନୀୟ ହେବ ।

ଅବଶ୍ୟ ଏତେ ଦୀର୍ଘକାଳ ପର୍ଯ୍ୟନ୍ତ ବିବାହ ଲାଗି ଅପେକ୍ଷା କରିବାକୁ ସବୁ ଯୁବକର ଧୈର୍ଯ୍ୟ ରହି ନ ପାରେ । ଆଉ ମଧ୍ୟ ଉଦ୍ଦାମ ଯୌବନ‌କୁ ସଂଯତ କରିବା ଦିଗରେ ଅନେକଙ୍କ ପକ୍ଷରେ ହୁଏ ତ ସ୍ତ୍ରୀର ଆବଶ୍ୟକତା ଯଥେଷ୍ଟ ଅଛି । ଅତଏବ ଅଳ୍ପ ବୟସରେ ଯେଉଁମାନେ ବିବାହ ନ କରି ରହି ପାରିବେ ନାହିଁ,