୪
ନ ଥିଲେ । ଏହି ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କରି ମଧ୍ୟ ମନୁଷ୍ୟ ଯେ ପ୍ରବଳ ଶତୃକୁ ଜୟ କରିପାରେ, ତାହା ଗାନ୍ଧି ଜୀବନରେ ହିଁ ପ୍ରମାଣିତ ହେଲା ।
ଅହିଂସାର ଅବତାର ରୂପେ, ଭାରତର ପୁଞ୍ଜୀଭୂତ ତପସ୍ୟା ରୂପେ ଯେଉଁ ଜୀବନ ଗଢା ହୋଇଥିଲା, ତାହାର ସମାପ୍ତି ହେଲା ଗୁଳି ଚୋଟରେ । ସେ ଚୋଟ ମୂଳରେ ଯେତେ ଷଡ଼ଯନ୍ତ୍ର ବା ରାଜନୀତିକ ଅଭିସନ୍ଧି ଥିଲେ ମଧ୍ୟ, ଯେତେ ହୀନତମ ସ୍ୱାର୍ଥ ଓ ବ୍ୟକ୍ତିଗତ ହିଂସା ଜଡ଼ିତ ଥିଲେ ମଧ୍ୟ ତାହାର ଆବାଜ ଆଜି ପୃଥିବୀ ପୃଷ୍ଠରେ କେଉଁ ବାଣୀ ଶୁଣାଇଛି ଗତ ମହାଯୁଦ୍ଧର ପ୍ରାରମ୍ଭରେ ଯେଉଁ ବିରାଟ ପୁରୁଷ ହିଟଲର ମୁସୋଲିନୀଙ୍କୁ ମଧ୍ୟ ଅହିଂସା ନୀତିରେ ଦୀକ୍ଷିତ କରିବାକୁ ଦୁରାଶା ପୋଷଣ କରିଥିଲେ, ଅହିଂସା ବଳରେ ଇଂଲଣ୍ଡ ମଧ୍ୟ ଯୁଦ୍ଧଜୟୀ ହେବ ବୋଲି ଯେ ପରାମର୍ଶ ଦେଇଥିଲେ, ପୁଣି ଯାହାଙ୍କ ନୀତି ଓ ପରାମର୍ଶ ଆଜି ମଧ୍ୟ ରକ୍ତାକ୍ତ ଧରଣୀର ଲୋକ ବୁଝିବାକୁ ଅସମର୍ଥ, ମୃତ୍ୟୁର ଅଳ୍ପ ଦିନ ପୂର୍ବରୁ ଭାରତରେ ସାମ୍ପ୍ରଦାୟିକ ହତ୍ୟା ବିଭୀଷିକାର ଦମନ ପାଇଁ ଯେ ଆମରଣ ଅନଶନ କରି ଆଶ୍ଚର୍ଯ୍ୟ ରୂପେ କୃତକାର୍ଯ୍ୟ ହୋଇଥିଲେ; ଯାହାଙ୍କ ଜୀବନର ପ୍ରତି ଘଟଣା ଅସାଧାରଣ-ତାହାଙ୍କ ମୃତ୍ୟୁ ଆଉ ସାଧାରଣ ହୁଅନ୍ତା କିପରି ?
ଆମରଣ ଅନଶନର ଯେଉଁ ପ୍ରଭାବ ଭାରତ ଉପରେ ପଡ଼ିଥିଲା ଶେଷରେ ତାହାଙ୍କ ହତ୍ୟା ସମଗ୍ର ପୃଥିବୀର ରାଜନୀତି-କ୍ଷେତ୍ରରେ ହିଂସା ଓ ରକ୍ତପାତ ପ୍ରତି ଅଙ୍ଗୁଳି ସଙ୍କେତ ଦେଲା । ଯଥାର୍ଥରେ ସେ ଗୁଳି ମାନବ ସଭ୍ୟତାର ଘୃଣ୍ୟତମ କଳଙ୍କ ପ୍ରତି ଆଜି ପୃଥିବୀର ଦୃଷ୍ଟି ଆକର୍ଷଣ ଅରିଛି । ତାହାର ଆବାଜ ବାଜିଛି ବହୁ