ପୃଷ୍ଠା:Netrutya O Netrutwa.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୭
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ

ସୂତ୍ରପାତ ହୋଇଛି । ଆଉ ଅନେକ ଘଟଣା ପରି ଆବିସିନିଆର ସମ୍ରାଟ ଏବଂ ସମ୍ରାଟ ପତ୍ନୀ ସମଗ୍ର ସାମ୍ରାଜ୍ୟର ଲୋକଙ୍କୁ ଘେନି ଗିର୍ଜା ଗୃହରେ ଯେତେ ଉପାସନା କଲେ, ପୁଣି ସ୍ୱଗୃହରେ ଯେତେ ଉପବାସ କଲେ, ସେଥିରୁ ସାମାନ୍ୟ ଅଂଶରେ ମୁସୋଲିନିଙ୍କ ପାଖରେ କରିଥିଲେ, ସେ ଦେଶର ଅବସ୍ଥା ବର୍ତ୍ତମାନ ଅପେକ୍ଷା ବେଶି ସୁବିଧାଜନ‌କ ହୋଇଥାନ୍ତା ବୋଲି ପୃଥିବୀମୟ ସମସ୍ତେ ଜାଣନ୍ତି ।


ପୃଥିବୀମୟ ଧର୍ମ ଉପରେ ଯେଉଁ ବିପତ୍ତି, ଦେଶ ଓ ଜାତି ବିଶେଷର ସ୍ୱାଦେଶିକତା ଉପରେ ମଧ୍ୟ ସେହି ରୂପ ଏକ ତୋଫାନ ବ‌ହୁଛି । ପୁରାଣ ଦେଶ ଭାରତବର୍ଷକୁ ମଧ୍ୟ ଏହି ପ୍ରଭାବ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ପଡ଼ିଚି । ତାହାର ପରାଧୀନତାର ସକଳ ବାଧା ସତ୍ତ୍ୱେ ଆଜି ତାହାକୁ ସମଗ୍ର ପୃଥିବୀର ଶିକ୍ଷା, ସଭ୍ୟତା, ନୈତିକତା ଓ ସାମାଜିକତାକୁ ନିଜର କରି ନ ପାରିଲେ, ଅର୍ଥାତ୍ ଆଧୁନିକ ବିଜ୍ଞାନ ସଭ୍ୟତାକୁ ଯଥାଶକ୍ତି ଅନୁକରଣ କରି ନ ପାରିଲେ ଗତ୍ୟନ୍ତର ନାହିଁ । ଆଉ ମଧ୍ୟ ଏହାକୁ ଗ୍ରହଣ କରିବାକୁ ସେ ଯେ ବାଧ୍ୟ, ତା‌ହାର ସୁସ୍ପଷ୍ଟ ସୂଚନା ମିଳି ସାରିଲାଣି।

ଅନନ୍ତ ବା ଅସୀମର ଭାସିବାର ଦିନ ତା'ର ଚାଲି ଗଲାଣି । ଏ ଶବ୍ଦ ଦୁଇଟିକୁ ହିଁ ଉଦାହରଣ ରୂପେ ଧରିଲେ, ଆଜି ଦେଖାଯାଏ, ଏହାକୁ ଘେନି ଭାରତୀୟ ଧର୍ମ, ଦର୍ଶନ ଓ ସାହିତ୍ୟରେ କେତେ ଚିନ୍ତା ଓ କେତେ କଳ୍ପନା ଯେ ଖେଳି ଯାଇଛି, ତାହା ଏକ ଆଶ୍ଚର୍ଯ୍ୟ । ଏହି କଥା ଦୁଇଟା ଭିତରେ କେତେ କାବ୍ୟ କେତେ