ପୃଷ୍ଠା:Netrutya O Netrutwa.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୮
ନେତୃତ୍ୱ ଓ ନେତୃତ୍ୱ


ଲୋମାଞ୍ଚ, କେତେ ପୁଲକର ସୃଷ୍ଟି ହୋଇଛି । କିନ୍ତୁ ଦିନେ ହଠାତ୍ ଅଙ୍କ କଷି, ଚିତ୍ର ଆଙ୍କି ଆଇନ୍‌ଷ୍ଟାଇନ ଦେଖାଇ ଦେଲେ ଯେ ଜଗତରେ ଅନାଦି ଓ ଅନନ୍ତ ବୋଲି କୌଣସି ବସ୍ତୁ ନାହିଁ । ଆଇନ୍‌ଷ୍ଟାଇନଙ୍କର ଯୁକ୍ତିକୁ ଖଣ୍ଡନ କରିବାର ପ୍ରତିଭା ଯେତେ ଦିନ ପୃଥିବୀ ସୃଷ୍ଟି କରିବାକୁ ସମର୍ଥ ହୋଇନାହିଁ, ସେତେ ଦିନ ଏହା ଉକ୍ତ ତ‌ଥ୍ୟ ପାଇଁ ମାନି ନେବାକୁ ନ୍ୟାୟତଃ ବାଧ୍ୟ । ପ୍ୟାଣ୍ଟ କୋଟ୍‌ଟାଇ ଭାରତର ସବୁ ପ୍ରଦେଶରେ ସଭ୍ୟତାର ପରିଚ୍ଛଦ ନ ଥିଲା । କିମ୍ବା ଟେବଲ୍ ଉପରେ କଣ୍ଟା ଚାମ‌ଚରେ ଆହାର କରିବା କାହାରି ଅଭ୍ୟାସ ନ ଥିଲା । ଠିକ୍ ଏହି ଧରଣର ଆହାର ପରିଚ୍ଛଦ ମଧ୍ୟ ଜାପାନ, ଚାଏନା, ତୁର୍କୀ, ମିଶର ପ୍ରଭୃତି ପ୍ରାଚ୍ୟ ଦେଶ ଗୁଡ଼ିକର ସ୍ୱଦେଶୀ ପୋଷାକ ନୁହେ, କିମ୍ବା ଆହାର କରିବା ସ୍ୱଦେଶୀ ରୀତି ନୁହେଁ । ଅଥଚ ସବୁ ଦେଶରେ ଆଜି ତାହା ପ୍ରସାର ଲାଭ କରିଛି- କେଉଁଠାରେ ଅବା ଆହାର ସରଞ୍ଜାମରେ ଆଉ କେଉଁଠାରେ ପୋଷାକର କେବଳ ଟୋପିଟିରେ ମାତ୍ର ପାର୍ଥକ୍ୟ ଅଛି ।

ଏହାର କାରକ ଆଉ କିଛି ନୁହେଁ- ଉକ୍ତ ରୂପ ପରିଚ୍ଛଦ କିମ୍ବା ଆହାର ପଦ୍ଧତି ଅପେକ୍ଷା ଅଧିକ‌ତର ସ୍ୱାସ୍ଥ୍ୟକର, ବିଜ୍ଞାନସମ୍ମତ ଓ ଯୁଗପୋଯୋଗୀ ରୀତି ଗତି ମାନବର ବୁଦ୍ଧି ଉଦ୍ଭାବନ କରି ପାରି ନାହିଁ ।

ତାହାହେଲେ ଯେ ଧର୍ମଗଲା, ସ୍ୱାଦେଶିକତା ଗଲା, ଆଚାର ଗଲା, କ୍ରିୟା ପଦ୍ଧତି ଗଲା- ଭାରତବର୍ଷରେ ରହିଲା ତେବେ କଣ ! ସ୍ୱାଧୀନ ଦେଶ ଜାପାନର ଯାହା ଅଛି, ତୁର୍କିର ଯାହା ଅଛି, ୟୁରୋପ ଓ ଆମେରିକା ଦେଶମାନଙ୍କର ଯାହା ଅଛି, ଭାରତବର୍ଷର ଅବଶ୍ୟ ଖାଲି ସ୍ୱାଧୀନତାଟି ଛାଡ଼ି ଆଉ ସମସ୍ତ ରହିବ ।