ପୃଷ୍ଠା:Odisha Itihasa.pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆରବିକ, ପାର୍ସୀ ଓ ଉର୍ଦ୍ଦୁ ଶବ୍ଦର ଓଡ଼ିଆରେ ପ୍ରୟୋଗଯୋଗୁଁ ଓଡ଼ିଆ ଭାଷା ସାହିତ୍ୟ ଏହି ସମୟରେ ଋଦ୍ଧିମନ୍ତ ହୋଇଥିଲା । ପ୍ରାଚୀନ କାଳରେ ମୌର୍ଯ୍ୟ ସାମ୍ରାଜ୍ୟ ପରି ମଧ୍ୟ କାଳରେ ମୋଗଲ ସାମ୍ରାଜ୍ୟ ସମଗ୍ର ଭାରତବର୍ଷର ପ୍ରତିିଧିତ୍ୱ କରୁଥିଲା । ଓଡିଶା ଏହାର କର୍ତ୍ତୃତ୍ୱାଧୀନ ହୋଇ ଭାରତର ସାମଗ୍ରିକ ସମାଜ, ସଂସ୍କୃତି, ରୀତି, ନୀତି, ପରମ୍ପରା ଆଦି ସହିତ ଜଡ଼ିତ ହେଲାା ଏମିତିରେ ବି ଭାରତର ବହୁ ଅଞ୍ଚଳ ମୋଗଲ ସାମ୍ରାଜ୍ୟର ଅଧୀନରେ ରହି ସେହି ପ୍ରଭାବକୁ ଅନୁଭବ କରିଛନ୍ତି ଏବଂ ଏକ ସର୍ବଭାରତୀୟ ପରମ୍ପରା ସହ ସମନ୍ୱିତ ହୋଇଛନ୍ତିା ତା' ସହିତ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ରାଜ୍ୟଗୁଡ଼ିକର ବିକାଶ ଯୋଗୁଁ ଆଞ୍ଚଳିକ ବୈଶିଷ୍ଟ୍ୟ ଊଣା ହୋଇ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ସ୍ଥାନୀୟ ସ୍ୱାଭିମାନ ରକ୍ଷାଲାଗି ମୋଗଲ ସାମ୍ରାଜ୍ୟର ବିରୁଦ୍ଧାଚରଣ କରିବା ନିଶ୍ଚୟ ଗୌରବାବହ । ତା' ସହିତ ମୋଗଲ ସାମ୍ରାଜ୍ୟ ଭଳି ଏକ ମହାଭାରତୀୟ ଦୃଷ୍ଟିକୋଣ ସହିତ ମଧ୍ୟଯୁଗରେ ପରିଚିତ ହେବା ମଧ୍ୟ ଏକା ମାତ୍ରାରେ ଗୌରବାବହ ।

...

{{right|ଓଡ଼ିଶା ଇତିହାସ . ୧୨୯