ପୃଷ୍ଠା:Odisha Itihasa.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାପ୍ତ କିଛି ଶାଗ ଓ ଲୁଣ ବ୍ୟତୀତ ଅନ୍ୟ କିଛି ନଥାଏ ।" ରୟତ ଚାଷୀ ଉପରେ ଜମିଦାରର ଅତ୍ୟାଚାରକୁ ବର୍ଣ୍ଣନା କରି ସେ କହିଛନ୍ତି, "ଜମିଦାର ଲାଗୁ କରୁଥିବା ଅଧିକାଂଶ ଦାବି (କର) ଅଯୌକ୍ତିକ । ନିଜ ପିଅନମାନଙ୍କୁ ଧରି ସେ (ଜମିଦାର) ରୟତ ପାଖରୁ ଦେୟ ଅସୁଲ କରନ୍ତି । ଜଣେ ବି ଜମିଦାର ତା' ରୟତ ହାତରେ ଜମିର ପଟ୍ଟା ଦିଏ ନାହିଁ । ରୟତ ଋଣଭାରରେ ଅତିଶୟ ଆକ୍ରାନ୍ତ । ସେ ଉଭୟ ଜମିମାଲିକ ଓ ଗାଁ ମହାଜନଠାରୁ ଖୁବ୍‍ ଋଣ କରିଥାଏ ।" ନିଷ୍କର ଜମି ଭୋଗ କରୁଥିବା ସାମାଜିକ ବର୍ଗକୁ ବାଦ୍‍ ଦେଲେ ଓଡ଼ିଶାର କେହି ଚାଷୀ ଜମିର ଉନ୍ନତିପାଇଁ ପୁଞ୍ଜି ଲଗାଇ ପାରିବା ସ୍ଥିତିରେ ନଥିଲେ । ଏଥିରୁ ମନେହୁଏ ଯେ, ମରାଠାମାନଙ୍କ ଶାସନ ତୁଳନାରେ ଇଂରେଜ ଶାସନ ସମୟରେ ପ୍ରଜା କମ୍‍ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ନଥିଲେ; କର ଭାର ଊଣା ନଥିଲା । ୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷରେ ଯେତେବେଳେ ଦଶ ଲକ୍ଷରୁ ଅଧିକ ଲୋକଙ୍କର ଅନାହାରରେ ପ୍ରାଣଗଲା, ତହିଁରୁ ଇଂରେଜ ରାଜତ୍ୱରେ ଚାଷୀର ଆର୍ଥିକ ସ୍ଥିତିକୁ ଅନୁମାନ କରି ହୁଏ । ଏହି ଦାରିଦ୍ର୍ୟ ପଛରେ ପ୍ରମୁଖ କାରଣ ହେଉଛି, କଠୋର ନିୟମରେ ସଂଗୃହୀତ ମାଲଗୁଜାରୀ । ଅନ୍ୟଥା ନିଷ୍କର ଜମି ଉପଭୋଗ କରୁଥିବା ବର୍ଗଙ୍କ ବ୍ୟତୀତ ଅନ୍ୟମାନେ ବି ଜମିରେ ପୁଞ୍ଜି ଲଗାଇବାପାଇଁ ଆର୍ଥିକ ଦୃଷ୍ଟିରୁ କ'ଣ ସମ୍ପନ୍ନ ହୁଅନ୍ତେ ନାହିଁ ?


...

{{right|ଓଡ଼ିଶା ଇତିହାସ . ୧୭୭