ପୃଷ୍ଠା:Odisha Itihasa.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଧାରଣତଃ ଶୈଳଚିତ୍ର ଥିବା ସ୍ଥାନକୁ ଓଡ଼ିଶାରେ ଉଷାକୋଠି ବା ଲେଖାମୋଡ଼ା ବୋଲି କୁହାଯାଏ । ଖୋଦିତ ଓ ଅଙ୍କିତ ଚିତ୍ର ବ୍ୟତୀତ ଓଡ଼ିଶାରେ ଆଉ ଏକ କିସମର ଶୈଳଚିତ୍ର ଦେଖାଯାଏ । ଏଥିରେ ଲୋହିତ, ହଳଦିଆ ଓ ଧଳା ଆଦି ରଂଗର ବ୍ୟବହାର ରହିଛି । ଚିତ୍ରରେ ଅନେକ କିସମର ଜୀବଜନ୍ତୁ ରହିଛନ୍ତି । ଯଥା: ହରିଣ, ବାରଶିଂଗା, ବାରହା, ଅରଣାମଇଁଷି, ଛେଳି, କୁବ୍‌ଜବିଶିଷ୍ଟ ଧେନୁ, ଛେଳି, ଗଣ୍ତା, ଝିଟିପିଟି, କଇଁଛ ଓ ସାପ ଇତ୍ୟାଦି । ତା'ଛଡ଼ା ଅନେକ ଜ୍ୟାମିତିକ ଓ ଆଳଙ୍କାରିକ ଚିତ୍ର ମଧ୍ୟ ରହିଛି । ବିଭିନ୍ନ ସଂକେତ ଓ ଆଳଙ୍କାରିକ ଚିତ୍ରର ମଧ୍ୟଭାଗରେ ରହିଥିବା ବିଭାଜିତ ତ୍ରିଭୁଜ ନାରୀର ପ୍ରଜନନାଙ୍ଗ ପରି ଦେଖାଯାଏ । ଗବେଷକମାନଙ୍କ ମତରେ ଏଥିରୁ ସାବ୍ୟସ୍ତ ହୁଏ ଯେ, ପ୍ରାକ୍-ଐତିହାସିକ ଯୁଗରେ ଓଡ଼ିଶାରେ ପ୍ରଜନନ ସଂସ୍କୃତି ର ପ୍ରତୀକ ମାତୃପୂଜା ପରମ୍ପରାର ବ୍ୟାପକ ପ୍ରଚଳନ ରହିଥିଲା ।

...

୧୮ . ଓଡ଼ିଶା ଇତିହାସ