ପୃଷ୍ଠା:Odisha Itihasa.pdf/୧୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଳବତ୍ତର ରହିଲା । ଶେଷରେ ୧୮୬୨ ମେ ୧୬ ତାରିଖ ଦିନ ବାର୍ଷିକ ୧୨୦୦ଟଙ୍କା ଭତ୍ତା ପାଇବାର ପ୍ରତିଶ୍ରୁତି ପାଇଲା ପରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କଲେ । ସୁରେନ୍ଦ୍ର ସାଏଙ୍କ ଆତ୍ମସମର୍ପଣ ପରେ ତାଙ୍କ ସହଯୋଗୀ କୁଞ୍ଜଲ ସିଂହ ଓ କମଲ ସିଂହ କିଛି ସମୟ ଧରି ଡକାୟତି ଓ ଲୁଟତରାଜ ଚଳାଇଲେ । ମୁଖ୍ୟତଃ ସେମାନେ ସରକାର ଅନୁଗତଙ୍କ ଉପରେ ଆକ୍ରମଣ କରୁଥିଲେ । ସମ୍ବଲପୁରରେ ଇଂରେଜ ଶାସନ ବଦଳରେ ଚୌହାନ ରାଜବଂଶର ପୁନଃପ୍ରତିଷ୍ଠା ସେମାନଙ୍କ ଲକ୍ଷ୍ୟ ଥିଲା । ୧୮୬୩ ମସିହାରେ ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ର ପ୍ରଦେଶର ମୁଖ୍ୟ କମିସନରଙ୍କଠାରେ ରାଜବଂଶର ପୁନଃପ୍ରତିଷ୍ଠାଲାଗି କିଛି ଲୋକ ଦାବି ମଧ୍ୟ ଜଣାଇଲେ, ଯାହାକୁ ସରକାର ଅଗ୍ରାହ୍ୟ କରିଦେଲେ । ଏସବୁ ସରକାର ବିରୋଧୀ କାର୍ଯ୍ୟରେ ସୁରେନ୍ଦ୍ର ସାଏଙ୍କ ସଂପୃକ୍ତି ରହିଥିବାର ସନ୍ଦେହ କରାଯାଉଥିଲା । ୧୮୬୪ ଜାନୁଆରି ୨୩ ତାରିଖ ଦିନ ସୁରେନ୍ଦ୍ର ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରି ପ୍ରଥମେ ନାଗପୁର ଓ ପରେ ଅସୁରଗଡ଼ ଦୁର୍ଗରେ ବନ୍ଦି କରି ରଖାଗଲା । ଶେଷରେ ୧୮୮୪ ଫେବ୍ରୁଆରି ୨୮ ତାରିଖ ଦି ସୁରେନ୍ଦ୍ର ଅସୁରଗଡ଼ ଦୁର୍ଗରେ ପ୍ରାଣତ୍ୟାଗ କଲେ । ଦୀର୍ଘ ୩୭ ବର୍ଷ ଧରି (୧୮୪୦ରୁ ୧୮୫୭ ଓ ୧୮୬୪ରୁ ୧୮୮୪) ସେ ଜେଲ୍‍ ଦଣ୍ଡ ଭୋଗି ଥିଲେ । ସମ୍ବଲପୁରର ରାଜପଦପାଇଁ ଯଦିଓ ସେ ସଂଗ୍ରାମ କରୁଥିଲେ, ତାଙ୍କ ପଛରେ ସ୍ଥାନୀୟ ଜମିଦାର, ଗୌନ୍ତିଆ ଏବଂ ଅନ୍ୟମାନଙ୍କର ଦୃଢ଼ ସମର୍ଥ ରହିଥିଲା । ସେମାନେ ସମସ୍ତେ ଇଂରେଜ ଶାସନର ବିକଳ୍ପ ଭାବରେ ଇଂରେଜ ପୂର୍ବରୁ ଅବସ୍ଥାପିତ ଥିବା ରାଜଶାସନକୁ ଦେଖୁଥିଲେ ଏବଂ ସ୍ଥାନୀୟ ସ୍ୱାଭିମାନର ରକ୍ଷାପାଇଁ ଲଢ଼ୁଥିଲେ । ଇଂରେଜମାନଙ୍କଦ୍ୱାରା ନ୍ୟାଯ୍ୟ ଦାବିର ହନନ ସୁରେନ୍ଦ୍ର ସାଏ ଏବଂ ତାଙ୍କ ସମର୍ଥକଙ୍କୁ ବିଦ୍ରୋହୀ କରିଥିଲା । ଔପନିବେଶିକ ଶାସନର କୁପରିଣାମକୁ ଏହି ସଂଗ୍ରାମୀମାନେ ନିଜ ସାଧାରଣ ବୁଦ୍ଧିରେ ଅନୁଭବ କରି ପାରିଥିଲେ ଏବଂ ସ୍ୱତଃସ୍ଫୂର୍ତ୍ତ ଭାବେ ପାରମ୍ପରିକ ରୀତିରେ ତା' ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ । ସମ୍ମୁଖ ସମର ବଦଳରେ ଗରିଲା ଯୁଦ୍ଧରେ ସେମାନେ ପାରଙ୍ଗମ ଥିଲେ । ତେଣୁ ସହରାଞ୍ଚଳ ଅପେକ୍ଷା ଜଙ୍ଗଲ ଓ ଗାଁ ଗଣ୍ଡାରେ ସେମାନଙ୍କର ସ୍ଥିତି ଦୃଢ଼ ଥିଲା । ସେଠାରେ ସେମାନଙ୍କୁ ପ୍ରଭୂତ ଲୋକ ସମର୍ଥ ମିଳୁଥିଲା । ଗୌନ୍ତିଆ ଓ ଜମିଦାରମାନଙ୍କ ବ୍ୟତୀତ ଅନେକ ଉଚ୍ଚ ଜାତିର ଲୋକ ଯଥା: ଜଗବନ୍ଧୁ ହୋତା, ଲୋକନାଥ ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଧରଣୀଧର ମିଶ୍ର ଓ ପାଣ୍ଡବ ଗୁରୁ ଆଦି ମଧ୍ୟ ସୁରେନ୍ଦ୍ର ସାଏଙ୍କର ଘନିଷ୍ଠ ସହଯୋଗୀ ଥିଲେ ।

ଅନୁଗୁଳ ବିଦ୍ରୋହ, ୧୮୪୮ ଘୁମୁସର, ଦଶପଲ୍ଲା, ଖୋର୍ଦ୍ଧା, କୁଜଙ୍ଗ, କନିକା ଓ ସମ୍ବଲପୁରରେ ଯେତେବେଳେ ସ୍ଥାନୀୟ ରାଜା, ଜମିଦାର, ପାଇକ, କନ୍ଧ ଓ ରୟତମାନେ ଇଂରେଜଙ୍କ ବିରୋଧରେ ବିଦ୍ରୋହ କଲେ, ସେତେବେଳେ ଅନୁଗୁଳରେ ମଧ୍ୟ ଇଂରେଜବିରୋଧୀ ଗତିବିଧି ଦେଖିବାକୁ ମିଳିଥିଲା । ପରିଣାମ ସ୍ୱରୂପ ୧୮୪୭ରେ ଅନୁଗୁଳକୁ ଇଂରେଜ ସାମ୍ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ କରାଗଲା । ଇଂରେଜ ବିରୋଧୀ ଗତିବିଧିର ମୁଖ୍ୟ ଥିଲେ ସେଠାକାର ରାଜା ସୋମନାଥ ସିଂହ । ସେ ୧୮୧୪ରେ ଅଳ୍ପ୧୯୪ . ଓଡ଼ିଶା ଇତିହାସ