ପୃଷ୍ଠା:Odisha Itihasa.pdf/୨୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚେମ୍‍ସଫୋର୍ଡ଼ ଶାସନ ସଂସ୍କାର ପରେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା ନାହିିଁ, ଲୋକଙ୍କ ମନରେ ସରକାର ପ୍ରତି ଥିବା ସମସ୍ତ ମୋହ ଭଙ୍ଗ ହେଲା । ଫଳରେ ଓଡ଼ିଶା ରାଜନୀତିରେ ଯୁବ ନରମପନ୍ଥୀ ଜାତୀୟତାବାଦୀଙ୍କ ପ୍ରଭାବ ବୃଦ୍ଧି ପାଇଲା । ଏହା ସହିତ ଓଡ଼ିଶା ଜାତୀୟତାର ଏକ ନୂଆ ସୋପାନକୁ ଚଢ଼ିବାର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ରାଜନୀତି କାହିିଁକି; ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ ପ୍ରତିଟି କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ସମାହିତ ହେବାକୁ ପଡ଼ିବ ବୋଲି ପତ୍ର-ପତ୍ରିକାରେ ମତ ପ୍ରକାଶ ପାଇଲା । ଜାତୀୟ କଂଗ୍ରେସଠାରୁ ଦୂରତା ରଖିବା ବଦଳରେ ଓତପ୍ରୋତ ହେବା ହିିଁ ଓଡ଼ିଶାପାଇଁ ବିକଳ୍ପ ବୋଲି ବୁଦ୍ଧିଜୀବୀ ଗୋଷ୍ଠୀ ବୁଝି ପାରିଲେ । ଯେଉଁ କେତୋଟି ଘଟଣାଯୋଗୁଁ ୧୯୧୯-୨୦ ବେଳକୁ ବୁଦ୍ଧିଜୀବୀର ସରକାର ଏବଂ ସରକାରୀ ଆନୁଗତ୍ୟର ରାଜନୀତିଠାରୁ ପୂର୍ଣ୍ଣତଃ ମୋହଭଙ୍ଗ ଘଟିଲା, ତନ୍ମଧ୍ୟରେ ଏକ ପ୍ରମୁଖ ଘଟଣା ଥିଲା ପଞ୍ଜାବର ଜାଲିଆନାଓ୍ୱାଲା ବାଗ ହତ୍ୟାକାଣ୍ଡ । ଶାନ୍ତିପୂର୍ଣ୍ଣ ଉପାୟରେ ସଭା କରୁଥିବା ନିରୀହ ଜନତାଙ୍କ ଉପରେ ସେଠାରେ ଗୁଳିମାଡ଼ ହେଲା ଏବଂ ତହିିଁରେ ସହସ୍ରାଧିକ ଲୋକ ପ୍ରାଣତ୍ୟାଗ କଲେ । ତା'ଠାରୁ ବଡ଼ କଥା, ନିରୀହ ଲୋକଙ୍କର ହତ୍ୟାକାରୀଙ୍କୁ ନିନ୍ଦା କରିବା ପରିବର୍ତ୍ତେ ଅଦାଲତ ସହଯୋଗ ଦେବାପାଇଁ ଇଂଲଣ୍ଡରେ ପାଣ୍ଠି ସଂଗ୍ରହ ହେଲା । ସରକାରର ଏହି ବର୍ବରକାଣ୍ଡ ପରେ ବୁଦ୍ଧିଜୀବୀ ସ୍ଥିର ନିଶ୍ଚିତ ହେଲେ ଯେ, ବ୍ରିଟିଶମାନେ ପୈତୃକ ମନୋଭାବ ନେଇ ଭାରତରେ ଶାସନ କରୁ ନାହାନ୍ତି । ନୋହିଲେ ମା'-ବାପ ହୋଇ ସରକାର ଏଭଳି ନାରକୀୟ ଘଟଣା ଘଟିବାକୁ ଦେଇ ନଥାନ୍ତେ ବା ଦୁର୍ଭାଗ୍ୟରୁୁ ତାହା ଘଟିତ ହୋଇଥିଲେ ତାର ସମର୍ଥନ କରି ନଥାନ୍ତେ । ଏଯାଏ ସରକାର ପ୍ରତି କୋହଳ ମନୋଭାବ ରଖିଥିବା ଏବଂ ୧୯୧୮-୧୯୧୯ ପରେ ଆସ୍ଥା ହରାଇଥିବା ବୁଦ୍ଧିଜୀବୀର ବ୍ରିଟିଶ ବିରୋଧତା ଓ ଆତ୍ମବ୍ୟଥାକୁ କବି ଗଙ୍ଗାଧର ମେହେର 'ଭାରତୀ ଭାବନା'ରେ ଖୁବ୍‍ ଭଲ ଭାବେ ବ୍ୟାଖ୍ୟା କରିଛନ୍ତି । ଦ୍ୱି-ଅର୍ଥ ବୋଧକ ଏହି କବିତାରେ ସେ କୃଷ୍ଣଙ୍କୁ ସମ୍ବୋଧନ କରିବା ଆଳରେ ବ୍ରିଟିଶ ପ୍ରତି କଟୂକ୍ତି କରି କହିଛନ୍ତି:

{{center block|

ଗୋଲକ ମଣ୍ଡଳ ନାଥେ ଲକ୍ଷ୍ୟ କରି
କହନ୍ତି ଭାରତୀ କିଶୋରୀ,
ଭାରତ-ମଣ୍ଡଳେ ଯାହା କଲ ନାଥ
ମନୁ ହେଉ ନାହିିଁ ପାସୋରି
ଗୋପେନ୍ଦ୍ରେ, ଛଳେ ଜାତିକୁଳ ନାଶିଲ
ଯାହା ଥିଲା ଆମ୍ଭ ନିଜତ୍ୱ ତହିିଁରେ
ନିଜ ପ୍ରଭୁତା ପ୍ରକାଶିଲ ...
ଆମ୍ଭ କ୍ଷୀର ସର ଲବଣୀରେ ପୁଷ୍ଟ
ବଳକୁ ତୁମ୍ଭର ଅନାଇ
ଭୟ ଲଭି ସିନା ଜାରମଣି ବୀରେ

୨୩୮ . ଓଡ଼ିଶା ଇତିହାସ