ପୃଷ୍ଠା:Odisha Itihasa.pdf/୨୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜର ଆନୁଗତ୍ୟରେ ଆସ୍ଥା ରଖିଥିବା ସାମନ୍ତ ବୁଦ୍ଧିଜୀବୀ ଗୋଷ୍ଠୀ ଓଡ଼ିଶା ରାଜନୀତିରେ ନିଜ ପ୍ରଭୁତା ପୂର୍ଣ୍ଣ ରୂପେ ହରାଇଲେ । ଉଦାରବାଦୀ ଗୋଷ୍ଠୀର ଇଂରେଜ ପ୍ରତି ମୃଦୁ ସମାଲୋଚନାକୁ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଲୋକ ସମର୍ଥନ ମିଳିଲା ନାହିିଁ । ଲୋକ ଚାହିିଁଲେ ବିରୋଧ ତୀବ୍ର ହେଉ । ଏହି କାରଣରୁ ୧୯୨୦ରେ ନରମପନ୍ଥୀ ଜାତୀୟତାବାଦୀ ଓଡ଼ିଶା ରାଜନୀତିର ମୁଖ୍ୟସ୍ରୋତ ହେଲେ ଏବଂ ସେମାନଙ୍କ ନେତୃତ୍ୱରେ 'ଉତ୍କଳ ସମ୍ମିଳନୀ' ଜାତୀୟ କଂଗ୍ରେସରେ ସାମିଲ ହେଲା । ଅନ୍ୟ ଦୁଇଗୋଷ୍ଠୀ ନିଜ ରାଜନୈତିକ ମହତ୍ତ୍ୱ ହରାଇଲେ । ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ଅସ୍ମିତାକୁ ମୂଳ ଉଦ୍ଦେଶ୍ୟ କରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେଉଁ ଜାତୀୟତାର ଉନ୍ମେଷ ଆରମ୍ଭ ହୋଇଥିଲା, ତାହା ୧୯୨୦ ମସିହା ଅସହଯୋଗ ଆନ୍ଦୋଳନର ଡାକରାରେ ପରିପକ୍ୱ ହେଲା । ଏଣିକି ଓଡ଼ିଶାରେ ଜାତୀୟତା ଆନ୍ଦୋଳନ ତୀବ୍ରରୁ ତୀବ୍ରତର ରୂପ ଧାରଣ କଲା ।

...

{{right|ଓଡ଼ିଶା ଇତିହାସ . ୨୪୧