ପୃଷ୍ଠା:Odisha Itihasa.pdf/୨୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନ ମିଳୁଣୁ ନିଜ ନିଜ ଅଞ୍ଚଳରେ ଜାତୀୟ ବିଦ୍ୟାଳୟ ଗଠନ କରି ଯେମିତି ସେମାନେ ଆନ୍ଦୋଳନର ଖୁଣ୍ଟ ପୋତିଦେଲେ । ପରବର୍ତ୍ତୀ ସମୟରେ ଆନ୍ଦୋଳନ, ସ୍କୁଲ ଏବଂ ପତ୍ର- ପତ୍ରିକା ଯେ ପରସ୍ପରର ପରିପୂରକ ହେଲେ, ଏହା ଅନସ୍ୱୀକାର୍ଯ୍ୟ । ଜାତୀୟ ସ୍କୁଲର ଶିକ୍ଷକ ଓ ଛାତ୍ର ଗାଁ ଗାଁକୁ ଯାଇ ଅସହଯୋଗର ସଭା ଆୟୋଜନ କଲେ; ବକ୍ତା ହେଲେ; ଶ୍ରୋତା ମଧ୍ୟ ହେଲେ । ଆନ୍ଦୋଳନର ଅନୁଭୂତି ସେମାନଙ୍କପାଇଁ ଜାତୀୟ ଶିକ୍ଷା ହେଲା । ସେମାନଙ୍କ ଉଦ୍ୟମରେ ମାତ୍ର କେତୋଟି ସହରାଞ୍ଚଳରେ ଆରମ୍ଭ ହୋଇଥିବା ଅସହଯୋଗ ଆଖପାଖର ଗାଁକୁ ବ୍ୟାପିଲା; କେବେ କେମିତି ଗଡ଼ଜାତମାନଙ୍କୁ ମଧ୍ୟ ପ୍ରସାରିତ ହେଲା । ବାଲିପାଟଣା (ପୁରୀ), ଗଂଜାମର ଦିଗପହଣ୍ଡି, ଭଦ୍ରକ, ସମ୍ବଲପୁର ପାଖ ଗ୍ରାମାଞ୍ଚଳରେ ସଭାମାନ ଆାୟୋଜିତ ହେଲା । ସ୍ୱରାଜ ପଞ୍ଚାୟତ ଗଠନ ଓ ନିଶା ନିବାରଣପାଇଁ ନିଷ୍ପତ୍ତି ନିଆହେଲା ତଥା କଂଗ୍ରେସର ସଭ୍ୟ ସଂଗ୍ରହ ହେଲା । ଆନ୍ଦୋଳନ ପ୍ରତି ବୃଦ୍ଧି ପାଉଥିବା ଜନ ଆଗ୍ରହର ନିଦର୍ଶନ ଦେବାକୁ ଯାଇ ଗୋପବନ୍ଧୁ ଗୋଟିଏ ଘଟଣାର ଉଲ୍ଲେଖ କରି ୧୯୨୧ ଜାନୁଆରିରେ ଲେଖିଥିଲେ ଯେ, ମାତ୍ର କେତେ ଘଣ୍ଟା ରହଣି ମଧ୍ୟରେ କଂଗ୍ରେସ ଲୋକ ଭଦ୍ରକରେ ପ୍ରାୟ ୧୫୦ ଜଣଙ୍କୁ ପ୍ରାଥମିକ ସଭ୍ୟଭୁକ୍ତ କଲେ । ଏହା ଅସହଯୋଗ ପ୍ରତି ବଢ଼ୁଥିବା ଲୋକଙ୍କର ଉତ୍ସାହ ଓ ଆଗ୍ରହକୁ ସୁସ୍ପଷ୍ଟ କଲା ।

ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଏହିଭଳି ଏକ ଉତ୍ସାହପୂର୍ଣ୍ଣ ପରିବେଶରେ ୧୯୨୧ ମାର୍ଚ୍ଚ ୨୨ରୁ ୨୫ ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଲେ ଏବଂ ଭ୍ରଦକ, କଟକ, ପୁରୀ ଏବଂ ବ୍ରହ୍ମପୁରଠାରେ ଆୟୋଜିତ ଅସହଯୋଗ ସଭାକୁ ସମ୍ବୋଧନ ଦେଲେ । ସ୍ୱରାଜନିମନ୍ତେ ହିନ୍ଦୁ-ମୁସଲିମ୍‍ ଏକତା ଏକ ଆବଶ୍ୟକତା ବୋଲି ଗାନ୍ଧୀ ନିଜ ବକ୍ତବ୍ୟରେ ପ୍ରକାଶ କଲେ । ସରକାରୀ ଦୁଷ୍ପ୍ରଭାବରୁ ମୁକ୍ତ ହେବାପାଇଁ ଛାତ୍ରମାନେ ସରକାରୀ ଶିକ୍ଷାନୁଷ୍ଠାନ ତ୍ୟାଗ କରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଲେ । ତା'ଛଡ଼ା, ଓଡ଼ିଶାର ଦୁର୍ଭିକ୍ଷ ଓ ଭାଷାଭିତ୍ତିକ ସମସ୍ୟାପାଇଁ ସେ ସରକାରଙ୍କ ଉପନିବେଶବାଦୀ ନୀତି ଦାୟୀ ବୋଲି ସମାଲୋଚନା କଲେ । ବ୍ରହ୍ମପୁରରେ ଭାଷା ଭିତ୍ତିରେ ତେଲୁଗୁ ଓ ଓଡ଼ିଆମାନଙ୍କ ମଧ୍ୟରେ ଦେଖା ଦେଇଥିବା ପ୍ରତିଯୋଗିତାକୁ ବୃହତ୍ତର ସ୍ୱରାଜ ପ୍ରାପ୍ତିର ଲକ୍ଷ୍ୟ ନେଇ ନେତୃବୃନ୍ଦ ଆପୋସରେ ସମାଧାନ କରି ନେବାକୁ ପ୍ରସ୍ତାବ ଦେଲେ । ନିଜର ସ୍ୱଳ୍ପ ରହଣି କାଳ ମଧ୍ୟରେ ଗାନ୍ଧୀ ଲକ୍ଷ୍ୟ କଲେ ଯେ, ଓଡ଼ିଶାରେ ଆନ୍ଦୋଳନର ବିସ୍ତାର ନିମନ୍ତେ ବଡ଼ ଆବଶ୍ୟକତା ହେଲା ପାଣ୍ଠି ଏବଂ ପରିପକ୍ୱ ନେତୃତ୍ୱ । ପାଣ୍ଠିପାଇଁ ସେ କଟକରେ ମାରଓ୍ୱାଡ଼ି ଏବଂ ଗୁଜରାଟୀ ବ୍ୟବସାୟୀଙ୍କ ସହ ସ୍ୱତନ୍ତ୍ର ଭାବେ ଭେଟି ପରାମର୍ଶ କଲେ ଏବଂ ନେତୃସ୍ଥାନୀୟ ଶିକ୍ଷିତ ବୁଦ୍ଧିଜୀବୀମାନେ ଆନ୍ଦୋଳନର ଦୂରରେ ରହୁଥିବାରୁ ସେମାନଙ୍କୁ ତୀବ୍ର ସମାଲୋଚନା କଲେ । ଗଡ଼ଜାତ ରାଜା ଓ ଜମିଦାର ବର୍ଗର ଅଯଥା ସରକାରୀ ଆନୁଗତ୍ୟକୁ ମଧ୍ୟ ସେ ନିନ୍ଦା କଲେ । ଗାନ୍ଧୀ ସଭାକୁ ନେଇ ଲୋକଙ୍କର ଉତ୍ସାହକୁ ଦେଖି ମନେହେଲା ଯେ, ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ଗାନ୍ଧୀ ଆଉ ଅପରିଚିତ ନୁହନ୍ତି । ଏଣିକି ଅସହଯୋଗ ଯଦି ହୁଏ୨୫୦ . ଓଡ଼ିଶା ଇତିହାସ