ପୃଷ୍ଠା:Odisha Itihasa.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚୌରିଚୌରା ଘଟଣା

କହିବା ବାହୁଲ୍ୟ ଯେ, ପ୍ରାଦେଶିକ କଂଗ୍ରେସର ଏହି ଉତ୍ସାହରେ ୫ ଫେବ୍ରୁଆରିର ଚୌରିଚୌରା ଘଟଣାଯୋଗୁଁ ପାଣି ପଡ଼ିଗଲା । ସଂଯୁକ୍ତ ପ୍ରଦେଶ (ଉତ୍ତର ପ୍ରଦେଶ)ର ଚୌରିଚୌରାଠାରେ ଉତ୍ତ୍ୟକ୍ତ ଜନତା ୨୨ ଜଣ ପୋଲିସ ସିପାହୀଙ୍କୁ ଥାନାରେ ଜାଳି ମାରିଦେଲେ । ହିଂସାକାଣ୍ଡଯୋଗୁଁ କଂଗ୍ରେସର ତୁଙ୍ଗ ନେତା ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଲେ । ଆନ୍ଦୋଳନକାରୀ ହିଂସାତ୍ମକ ପନ୍ଥା ଗ୍ରହଣ କଲେ ସରକାର ଅଧିକ ହିଂସ୍ର ହୋଇ ଆନ୍ଦୋଳନକୁ ଦମନ କରିଦେବେ ବୋଲି ସେ ବୁଝିଥିଲେ । ଗାନ୍ଧୀଙ୍କର ନିର୍ଦେଶକୁ ନେଇ କଂଗ୍ରେସରେ ପ୍ରବଳ ତର୍କ ବିତର୍କ ହେଲା । ଜବାହରଲାଲ ନେହେରୁ, ସୁଭାଷ ବୋଷ ଆଦି ଯୁବନେତା ଆନ୍ଦୋଳନ ପ୍ରତ୍ୟାହାର ବିରୁଦ୍ଧରେ ମତ ଦେଲେ । ତା' ସତ୍ତ୍ୱେ ଗାନ୍ଧି ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ମୋଟ ଉପରେ କହିଲେ, ଫେବ୍ରୁଆରି ୧୨ ତାରିଖ (୧୯୨୨)ରେ ଅସହଯୋଗ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳପାଇଁ ନିଲମ୍ବିତ ହୋଇଗଲା ।

ଏହି ଆକସ୍ମିକ ଘଟଣା ପରେ ଓଡ଼ିଶା କଂଗ୍ରେସରେ ମଧ୍ୟ ତୁମୁଳ ହଟ୍ଟଗୋଳ ହେଲା । ଯୁବ ନେତାମାନେ ପ୍ରତ୍ୟାହାର ଆଦେଶର ନିନ୍ଦା କଲେ । ଅନ୍ୟପଟେ, 'ସମାଜ' ମତ ଦେଲା ଯେ, ଅସହଯୋଗୀପାଇଁ ଶାନ୍ତିରକ୍ଷା ହେଲା ପ୍ରଥମ ଦାୟିତ୍ୱ । ତା' ବିହୁନେ ସ୍ୱରାଜର କିଛି ଅର୍ଥ ନାହିିଁ । 'ସେବା' ପୋଲିସ ସିପାହୀଙ୍କ ଚୌରିଚୌରାଠାରେ ପୋଡ଼ିବା ଘଟଣାକୁ 'ଜନତାର ଶୟତାନି' ବୋଲି କହି ନିନ୍ଦା କଲା, କାରଣ ସ୍ୱରାଜ ଦାବି ହେଲା ଏକ 'ଶାନ୍ତିଯୁଦ୍ଧ' । ଗୋପବନ୍ଧୁ ମଧ୍ୟ ହିଂସାର ନିନ୍ଦା କଲେ । ଆନ୍ଦୋଳନ ନିଲମ୍ବନର ସମର୍ଥନ କରି ଚାରି ମାର୍ଚ୍ଚ ୧୯୨୨ରେ 'ସମାଜ' ପୃଷ୍ଠାରେ ସେ ଲେଖିଥିଲେ:

"ଯୁଦ୍ଧରେ କେତେବେଳେ ଆଗକୁ ବହକି ଯିବାକୁ ହୁଏ, କେତେବେଳେ ବା ପଛକୁ ଘୁଞ୍ଚି ଆସିବାକୁ ହୁଏ, ସାଧାରଣ ସୈନ୍ୟମାନେ ତାହା ଜାଣନ୍ତି ନାହିିଁ । ସେନାପତିଙ୍କୁ ତାହା ଜଣା । ପଛକୁ ଘୁଞ୍ଚି ଆସିଲେ ହାର ହୁଏ ନାହିିଁ । କେତେବେଳେ ପଛକୁ ଘୁଞ୍ଚି ଆସିଲେ ପୁଣି ପରେ ଆଗକୁ ଅଧିକ ଜୋର୍‍ରେ ଚଢ଼ି ବସିବାକୁ ହୁଏ । ଅସହଯୋଗ ଯୁଦ୍ଧ ତ ଶାନ୍ତି ଯୁଦ୍ଧ । ଦେଶର ଲୋକ ସାଧାରଣ ଏ ଯୁଦ୍ଧର ସୈନ୍ୟସାମନ୍ତ । ପୂର୍ଣ୍ଣ ଶାନ୍ତି ରଖିବାକୁ ସମର୍ଥ ନହେଲେ ଏ ଯୁଦ୍ଧରେ ଉପଯୁକ୍ତ ସିପାହୀ ହୋଇ ପାରିବେ ନାହିଁ । ସେପରି ସିପାହୀମାନଙ୍କୁ ନେଇ ଏ ଯୁଦ୍ଧ ଲଢ଼ିଲେ ଅନିଷ୍ଟ ଛଡ଼ା ଇଷ୍ଟ ନାହିିଁ । ଚୌରିଚୌରାଠାରେ ଲୋକେ ଯେ ବିତ୍ପାତ ଘଟାଇଲେ ସେଥିରୁ ମହାତ୍ମା ଗାନ୍ଧି ବେଶ ବୁଝିପାରିଲେ ଯେ ଆମ ଦେଶ ଲୋକେ ବର୍ତ୍ତମାନ ସମୂହ ଭାବରେ ଆଇନଭଙ୍ଗ କରିବାକୁ ସକ୍ଷମ ହୋଇ ନାହାନ୍ତି । ଏମାନଙ୍କର ଆହୁରି ଅଧିକ ଶିକ୍ଷା, ସାଧନା ଓ ଡ୍ରିଲ ଆବଶ୍ୟକ ।"

ଏଥିରୁ ଗୋଟାଏ କଥା ସିଦ୍ଧ ଯେ, ଅସହଯୋଗର ନିଲମ୍ବନ ବା ପ୍ରତ୍ୟାହାରକୁ ଜାତୀୟତା ଆନ୍ଦୋଳନର ଶେଷ ବୋଲି ସ୍ଥାନୀୟ ନେତୃତ୍ୱ କଦାଚିତ ମନେ କରିଥିଲେ । ଏକଥା ମଧ୍ୟ ସତ ଯେ, ପ୍ରତ୍ୟାହାର ନିଷ୍ପତ୍ତି ସମୟରେ ଅନ୍ତତଃ ଓଡ଼ିଶାରେ ଆନ୍ଦୋଳନ ଶିଥିଳ ପଡ଼ି ନଥିଲା । ତା' ସତ୍ତ୍ୱେ, ଏକ ସର୍ବଭାରତୀୟ ଆନ୍ଦୋଳନର ଅଂଶ ଭାବରେ ଜାତୀୟ ନେତୃତ୍ୱର ଅବମାନନା ନ{{right|ଓଡ଼ିଶା ଇତିହାସ . ୨୬୧