ପୃଷ୍ଠା:Odisha Itihasa.pdf/୨୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାମ୍ବିଧାନିକ ମୁଖ୍ୟ । ଦେଶ ସହିତ ମୟୂରଭଞ୍ଜର ସମ୍ମିଶ୍ରଣ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିଲା । ମୟୂରଭଞ୍ଜ ପ୍ରଜାମଣ୍ଡଳର ସଫଳତା ପଛରେ ନିଶ୍ଚିତ ରୂପେ ନେତୃବର୍ଗଙ୍କର ପରିପକ୍ୱତା ଏବଂ ମହାରାଜାଙ୍କର ଆଚରଣ ଗୋଟାଏ ଗୋଟାଏ ପ୍ରମୁଖ କାରଣ । ଅଯଥା ରାଜା ଅନ୍ୟ ଗଡ଼ଜାତ ପରି ଦମନମୂଳକ ପନ୍ଥା ଅବଲମ୍ବ କରି ନଥିଲେ । ୧୯୪୭ରେ ପ୍ରଜାମଣ୍ଡଳର ସହଯୋଗରେ ମୟୂରଭଞ୍ଜ ନିଜର ଏକ ସ୍ୱତନ୍ତ୍ର ସ୍ଥିତି ରଖିପାରିବ ବୋଲି ସେ ଆଶା କରିଥିଲେ । ପରିବର୍ତ୍ତିିତ ପରିସ୍ଥିତିରେ ଅନ୍ତତଃ ସାମ୍ବିଧାନିକ ମୁଖ୍ୟ ହୋଇ ରହିବା ଏକ ବଡ଼ ଉପଲବ୍ଧି ହେବ ବୋଲି ସେ ବିଚାର କରୁଥିଲେ । ସେଥିପାଇଁ ପ୍ରଜାମଣ୍ଡଳକୁ କ୍ଷମତା ହସ୍ତାନ୍ତର କରିବାକୁ ସେ ସମ୍ମତ ହୋଇଥିଲେ ।

ଅନ୍ୟାନ୍ୟ ଗଡ଼ଜାତ ଖଣ୍ଡପଡ଼ା, ଆଠଗଡ଼, ଗାଙ୍ଗପୁର ଓ ନୟାଗଡ଼ ଆଦି ଗଡ଼ଜାତ ରାଜ୍ୟରେ ମଧ୍ୟ ଏହି ସମୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ତେଜି ଉଠିଥିଲା । ଗାଙ୍ଗପୁରର ଆମ୍‍କୋ ସିମକୋଠାରେ ୨୫ ଏପ୍ରିଲ୍‍ ୧୯୩୯ ଦି ଖଜଣା ଛାଡ଼, ବେଠି-ବେଗାରିର ଉଚ୍ଛେଦ, ଜଙ୍ଗଲ ଜମିରେ ଅଧିକାର ଆଦି ଦାବି କରି ଏକତ୍ରିତ ହୋଇଥିବା ପ୍ରଜାଙ୍କ ଉପରେ ପୋଲିସ ପକ୍ଷରୁ ଗୁଳିଚାଳନା ହେଲା । ଫଳରେ ପଚାଶ ପ୍ରାୟ ଆଦିବାସୀ ନିହତ ହେଲେ ଏବଂ ୧୦୦ ପ୍ରାୟ ଆହତ ହେଲେ । କଂଗ୍ରେସ କର୍ମୀଙ୍କର ସଂପୃକ୍ତି ଓ ପ୍ରାଦେଶିକ ସ୍ତରରେ କଂଗ୍ରେସର ମନ୍ତ୍ରିମଣ୍ଡଳ, ଲୋକଙ୍କୁ ପ୍ରଜାମଣ୍ଡଳରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ପ୍ରୋତ୍ସାହନ ଦେଇଥିଲା । ଅନ୍ୟ ପକ୍ଷରେ ପ୍ରଜାମଣ୍ଡଳ ଆନ୍ଦୋଳନର ବୃଦ୍ଧିଯୋଗୁଁ ଓଡ଼ିଶାରେ କଂଗ୍ରେସର ଜାତୀୟତା ସଂଗ୍ରାମ ପ୍ରକୃତ ଅର୍ଥରେ ଗଣାଭିମୁଖୀ ହେଲା । ୧୯୪୨ 'ଭାରତ ଛାଡ଼'ରେ ଏହାର ଫଳ ଦେଖିବାକୁ ମିଳିଲା । ପୋଲିସ ଓ ରାଜାଙ୍କର ଦମନଯୋଗୁଁ ଯେଉଁ ସବୁ ଗଡ଼ଜାତରେ ଆନ୍ଦୋଳନ ଶିଥିଳ ପଡ଼ିଯାଇଥିଲା, ୧୯୪୨ର ଡାକରା ତହିଁରେ ପୁନଃ ଅଗ୍ନି ସଂଯୋଗ କଲା ।

ସ୍ୱତନ୍ତ୍ର ପ୍ରଦେଶର ଶାସନ ୧୯୩୬ ଏପି୍ରଲ୍‍ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା । ସାର୍‍ ଜନ୍‍ ଅଷ୍ଟିନ୍ ହବାକ୍‍ ହେଲେ ଓଡ଼ିଶାର ପ୍ରଥମ ରାଜ୍ୟପାଳ । ୧୯୩୭ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ହୋଇ ନଥିବା ହେତୁ ରାଜ୍ୟପାଳ ଏକ ୨୧ ଜଣିଆ ଉପଦେଷ୍ଟାମଣ୍ଡଳୀର ସହାୟତାରେ ପ୍ରଦେଶର ଶାସନ କାର୍ଯ୍ୟ କଲେ ।

୧୯୩୭ ଜାନୁଆରିରେ ପ୍ରଦେଶଗୁଡ଼ିକପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନସଭାପାଇଁ ମୋଟ ୬୦ଟି ଆସନ ରହିଥିଲା । କଂଗ୍ରେସ ତନ୍ମଧ୍ୟରୁ ୩୭ଟି ଆସନରେ ନିର୍ବାଚନ ଲଢ଼ି ୩୬ଟି ଆସନରେ ବିଜୟ ଲାଭ କଲା । କଂଗ୍ରେସ ବ୍ୟତୀତ କନିକା ରାଜାଙ୍କ (ଜମିଦାର) ନେତୃତ୍ୱରେ ୟୁନାଇଟେଡ଼୍ ପାର୍ଟି, ଖଲିକୋଟ ରାଜାଙ୍କ ନେତୃତ୍ୱରେ ନେଶନାଲ୍‍ ପାର୍ଟି ଏବଂ ପାରଳାଖେମୁଣ୍ଡି ରାଜାଙ୍କ ନେତୃତ୍ୱରେ 'ସ୍ୱାଧୀନ ଦଳ' ନିର୍ବାଚନ ଲଢ଼ିଥିଲେ । କଂଗ୍ରେସପାଇଁ ନିର୍ବାଚନ ଗସ୍ତରେ୨୯୨ . ଓଡ଼ିଶା ଇତିହାସ