ପୃଷ୍ଠା:Odisha Itihasa.pdf/୩୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟାସ କରିଥିଲେ । ମାତ୍ର, ମୁଖ୍ୟତଃ କଟକ ଓ ବାଲେଶ୍ୱର ଜିଲ୍ଲା ଯାଏଁ ତାଙ୍କର ଗତିବିଧି ସୀମିତ ଥିବା ମନେହୁଏ । ଆନ୍ଦୋଳନକୁ ବିସ୍ତାରିତ କରିବାନିମିତ୍ତ ଯେଉଁ ସଂଖ୍ୟାରେ କର୍ମୀମାନଙ୍କର ଆବଶ୍ୟକତା ଥିଲା, ତା'ର ଘୋର ଅଭାବ ରହିଥିଲା । ନିଜେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ମଧ୍ୟ ସେତେବେଳକୁ ଜଣେ ଆଗଧାଡ଼ିର ନେତା ନଥିଲେ । ଏହା ଗୁପ୍ତ ଆନ୍ଦୋଳନର ବ୍ୟାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଏସବୁ ସତ୍ତ୍ୱେ କଂଗ୍ରେସ ସଂଗଠନକୁ ତିଷ୍ଠି ରହିବାରେ ତାଙ୍କର ଭୂମିକା ଖୁବ୍‍ ମହତ୍ତ୍ୱପୂର୍ଣ୍ଣ ଥିଲା । ଅକ୍ଟୋବର ୧୩ ତାରିଖରେ (୧୯୪୨) କଟକଠାରେ ତାଙ୍କୁ ପୋଲିସ ଗିରଫ କରିବା ପରେ 'ଅଣ୍ଡର ଗ୍ରାଉଣ୍ଡ' ବା ଭୂମିଗତ ଗୁପ୍ତ ଆନ୍ଦୋଳନ ଓଡ଼ିଶାରେ ଶେଷ ହୋଇ ଯାଇଥିଲା । ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଏକ ବଡ଼ ବିଶେଷତ୍ୱ ହେଲା ଯେ, ୧୯୪୨ର ଅଗଷ୍ଟ ୯ରୁ ଆରମ୍ଭ ହୋଇ ସେହି ମାସ ଶେଷ ସୁଦ୍ଧା ଏହା ତୀବ୍ର ରୂପ ଧାରଣ କଲା ଏବଂ ତା' ସହିତ ଊଣାଅଧିକ ଅସ୍ତମିତ ମଧ୍ୟ ହେଲା । ସେପ୍ଟେମ୍ବର ମାସ ବେଳକୁ ଆନ୍ଦୋଳନାତ୍ମକ ଘଟଣାଗୁଡ଼ିକର ସଂଖ୍ୟା ଅନେକ ହ୍ରାସ ପାଇଥିଲା ଏବଂ ଅକ୍ଟୋବର ମାସରେ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଭୂମିଗତ ଗୁପ୍ତ ଆନ୍ଦୋଳନକୁ କେବଳ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ଗୋଟାଏ ମାସ ମଧ୍ୟରେ ବଣନିଆଁ ଭଳି ଏହା ଏତେ ତୀବ୍ର ଗତିରେ ଚାରିଆଡ଼କୁ ବିସ୍ତାରିତ ହେଲା ଯେ, ଇଂରେଜ ସରକାର ଯେତେ ଶୀଘ୍ର ସମ୍ଭବ ଦେଶ ଛାଡ଼ି ଯିବାକୁ ନିଷ୍ପତ୍ତି ନେଲେ ।

ରେଭେ୍‍ସା ମହାବିଦ୍ୟାଳୟରେ ଧର୍ମଘଟ ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଆରମ୍ଭ ହେଲା କଟକ ସହରରେ ଏକ ଛାତ୍ର ଆନ୍ଦୋଳନ ରୂପରେ । ଅଗଷ୍ଟ ୯ ତାରିଖରେ ଶୀର୍ଷସ୍ତରୀୟ ନେତାମାନଙ୍କ ଗିରଫ ପରେ ଅଗଷ୍ଟ ୧୦,୧୧,୧୨ ତାରିଖରେ କଟକ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ରମାନେ ସଭା ଆୟୋଜନ କରି ତା'ର ପ୍ରତିବାଦ କଲେ । ଏହି ସଭାରେ ଭାଗୀରଥି ମିଶ୍ର, ଉପେନ୍ଦ୍ର ମହାନ୍ତି, ନୃସିଂହ ତ୍ରିପାଠୀ, ବୀରେନ୍ ମିତ୍ର, ଦୁର୍ଗାଚରଣ ମହାନ୍ତି, ମନମୋହନ ମିଶ୍ର, ରାମଚନ୍ଦ୍ର ଦାସ, ବିଜୟଚନ୍ଦ୍ର ଦାସ ଓ ବୈଦ୍ୟନାଥ ରଥ ଉଦ୍ୟୋକ୍ତା ତଥା ବକ୍ତା ଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ ମଧ୍ୟ କରାଗଲା । ସଭା ପରେ ରେଭେନ୍‌ସାରେ ଏବଂ ତା'ର ପ୍ରଭାବରେ ୧୩ ତାରିଖରୁ କଲିଜିଏଟ୍‍ ସ୍କୁଲ୍‍, ପ୍ୟାରୀମୋହନ ଏକାଡେମୀ ଓ ଭିକ୍ଟୋରିଆ ସ୍କୁଲ୍‍ରେ ଧର୍ମଘଟ ଆରମ୍ଭ ହେଲା । ପ୍ରାୟ ୨୦୦ କଲେଜ ଛାତ୍ର ୧୩ ଅଗଷ୍ଟ ଦିନ କଲେଜର କାର୍ଯ୍ୟାଳୟ ଓ ଲାବରେଟୋରୀରେ ଭଂଗାରୁଜା କଲେ । ଏହି ଘଟଣାରେ ବନମାଳୀ ପଟ୍ଟନାୟକ, ବୀରେନ ମିତ୍ର, ସୁରଜମଲ ଶାହ, ବିବୁଧେନ୍ଦ୍ର ମିଶ୍ର, ମାୟାଧର ମହାନ୍ତି ଓ ବିଜୟକେତନ ମଙ୍ଗରାଜ ଆଦି ସଂପୃକ୍ତ ବୋଲି ପୋଲିସ୍‍ ରିପୋର୍ଟ ଦେଲେ । ସୁରଜମଲ ଶାହ ଓ ବିବୁଧେନ୍ଦ୍ର ମିଶ୍ରଙ୍କୁ ଗିରଫ କରି ବ୍ରହ୍ମପୁର ସେଣ୍ଟ୍ରାଲ୍‍ ଜେଲ୍‍କୁ ପଠାଗଲା ।{{right|ଓଡ଼ିଶା ଇତିହାସ . ୩୦୩