ପୃଷ୍ଠା:Odisha Itihasa.pdf/୩୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାତ୍ର କୌଣସି ସ୍ଥାନରେ ସେମାନେ ସରକାରୀ ପକ୍ଷର ଲୋକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରି ନଥିଲେ । ଏଭଳିକି ଲକ୍ଷ୍ମଣ ନାୟକଙ୍କୁ ଜଡ଼ିତ କରାଯାଇଥିବା ହତ୍ୟାରେ ମଧ୍ୟ ଆନ୍ଦୋଳନକାରୀ ଆଦିବାସୀ ଜନତା ସଂଶ୍ଳିଷ୍ଟ ନଥିଲେ । ଅନ୍ୟ ପକ୍ଷରେ, ସରକାର ପକ୍ଷରୁ ନିର୍ମମ ଭାବରେ ଗୁଳି ଚାଳନା ତଥା ହେଲିକେପ୍ଟରରୁ ମେସିନ୍ ଗନ୍‍ରେ ଗୁଳି ବର୍ଷଣ କରାଯାଇ ଲୋକଙ୍କୁ ହତ୍ୟା କରାଯାଇଥିଲା । ସରକାର ଓ ପୋଲିସ ସାମାନ୍ୟ ଧୈର୍ଯ୍ୟ ରଖିଥିଲେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇ ନଥାନ୍ତା । ପୁଣି ଯେଉଁ ସ୍ଥାନରେ ପୁରୁଖା କଂଗ୍ରେସ କର୍ମୀ ଆନ୍ଦୋଳନ ପରିଚାଳନା କରୁଥିଲେ, ସେଠାରେ ହିଂସାକାଣ୍ଡ ଘଟି ନଥିଲା । ପ୍ରଜାମଣ୍ଡଳର କେତେକ ନେତାଙ୍କୁ ବାଦ ଦେଲେ, କଂଗ୍ରେସର ପୁରୁଖା ନେତାମାନେ ସର୍ବଦା ହିଂସାକାଣ୍ଡ ଯେମିତି ନଘଟେ, ତା'ପାଇଁ ଅଗଷ୍ଟ ବିପ୍ଳବ ବେଳେ ପ୍ରୟାସ କରୁଥିଲେ । ଏହି ଦୃଷ୍ଟିରୁ ଦେଖିଲେ, ୯ ଅଗଷ୍ଟ ୧୯୪୨ ଦିନ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ସରକାର ଗିରଫ କରି ପ୍ରକାରାନ୍ତରେ ଆନ୍ଦୋଳନକୁ ବେ-ଲଗାମ ଓ ହିଂସାତ୍ମକ ହେବାକୁ ଅବସର ଦେଇଥିବା ସୁସ୍ପଷ୍ଟ । ଅଗଷ୍ଟ ବିପ୍ଳବ ସହରାଞ୍ଚଳ ଅପେକ୍ଷା ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ଉଗ୍ର ରୂପ ଧାରଣ କରିଥିଲା । ସମାନ୍ତରାଳ ସରକାର ମଧ୍ୟ ଯୋଗାଯୋଗରୁ ଅପେକ୍ଷାକୃତ ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରି ସଫଳ ହୋଇଥିଲା । ଲୋକ ସମ୍ମିଳିତ ଭାବେ ଥାନା, ପୋଷ୍ଟ ଅଫିସ୍‍ ଉପରେ ଆକ୍ରମଣ କରୁଥିଲେ । ଆକ୍ରମଣପାଇଁ ସେମାନେ ରାତିର ଅନ୍ଧକାରକୁ ବାଛୁ ନଥିଲେ । ଢେଙ୍କାନାଳର ଗରିଲା ବାହିନୀର କାର୍ଯ୍ୟକୁ ବାଦ ଦେଲେ, ଅନ୍ୟ ସମସ୍ତ ଘଟଣା ସର୍ବସମକ୍ଷରେ ଏବଂ ଦିନର ଆଲୋକରେ ସଂଘଟିତ ହୋଇଥିଲା । ଏହା ଆନ୍ଦୋଳନକାରୀଙ୍କ ନିର୍ଭୟ ଭାବ ଏବଂ ବ୍ୟାପକ ଜନ ସମର୍ଥନକୁ ଦର୍ଶାଏ । ଉପକୂଳ ଅଂଚଳରେ ଲୋକଙ୍କ ନିର୍ଭୟ ହେବା ପଛରେ ଗୋଟିଏ ବଡ଼ କାରଣ ହେଲା ଯେ, ସେତେବେଳେ ଏକ ଗୁଜବ ଉଠିଥିଲା, ଇଂରେଜ ସରକାରଙ୍କୁ ପରାଜିତ କରି ଜାପାନୀମାନେ ଓଡ଼ିଶାକୁ ମାଡ଼ିଆସିବେ ଏବଂ ସେମାନେ ଇଂରେଜଙ୍କୁ ବିରୋଧ କରିଥିବା ଲୋକଙ୍କୁ ଉପଯୁକ୍ତ ପୁରସ୍କାର ଦେବେ ! ଅର୍ଥାତ୍‍ ଯଦିଓ ଲୋକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ଆନ୍ଦୋଳନ କରୁଥିଲେ, ସେମାନଙ୍କ ମନରେ ଶଙ୍କା ଥିଲା ଯେ ଓଡ଼ିଶାକୁ ଜାପାନର କବ୍‍ଜା କରିବା ନିଶ୍ଚିତ । ଓଡ଼ିଶାର ରାଜଧାନୀକୁ କଟକରୁ ସମ୍ବଲପୁରକୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତି କରି ସରକାର ଲୋକଙ୍କ ଭିତରେ ବ୍ୟାପିଥିବା ଗୁଜବକୁ ବଳ ଦେଇଥିଲେ । ଜାପାନୀମାନେ ମାଡ଼ି ଆସିଲେ ଲୋକମାନେ ଅଯଥା ଇଂରେଜର ସମର୍ଥକ ହେବାର ଅଭିଯୋଗରେ ନୂଆ ସରକାରଦ୍ୱାରା ଦଣ୍ଡିତ ନ ହେବେ ବୋଲି ଆଶା କରି ଅଗଷ୍ଟ ବିପ୍ଳବରେ ଅଧିକ ସଂଖ୍ୟାରେ ଭାଗ ନେଇଥିଲେ । ଅଗଷ୍ଟ ବିପ୍ଳବ ଅଗଷ୍ଟ ମାସରେ ବଣନିଆଁ ଭଳି ଆରମ୍ଭ ହୋଇ ମୋଟାମୋଟି ଭାବରେ ଦେଖିଲେ ମାସର ଶେଷ ସୁଦ୍ଧା ପ୍ରଶମିତ ହୋଇଯାଇଥିଲା । ସେପ୍ଟେମ୍ବରରେ ଯେଉଁ କେତେକ ସ୍ଥାନରେ ଆନ୍ଦୋଳନର ବହ୍ନି ଜଳିଥିଲା, ତାହା ସମାନ୍ତରାଳ ସରକାରର ରୂପ ନେଇଥିଲା । ଅକ୍ଟୋବରର ଆରମ୍ଭ ବେଳକୁ ଆନ୍ଦୋଳନ ପ୍ରାୟ ନିଶ୍ଚିହ୍ନ ହୋଇ ଯାଇଥିଲା । ଏହି ମାସର ଦ୍ୱିତୀୟ ସପ୍ତାହରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ କଟକରେ ଧରାପଡ଼ିବା ପରେ ଆନ୍ଦୋଳନ ଆଉ 'କାଗଜ'ରେ୩୨୨ . ଓଡ଼ିଶା ଇତିହାସ