ପୃଷ୍ଠା:Odisha Itihasa.pdf/୩୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଉଛନ୍ତି । (ଆନ୍ଦୋଳନ ଦ୍ୱାରା)ଅଧିକ ପ୍ରଭାବିତ ଅଂଚଳରେ ଚୌକିଦାରମାନେ ପ୍ରାୟ ବେକାର ସିଦ୍ଧ ହେବାର ସୂଚନା ମିଳିଛି ।" ଏଥିରୁ ସିଦ୍ଧ ହୁଏ ଯେ, ଅନେକ ସ୍ଥଳରେ ରାଜକର୍ମଚାରୀମାନେ ସ୍ୱତଃପ୍ରବୃତ୍ତ ଭାବରେ ଆନ୍ଦୋଳନକୁ ବିରୋଧ କରି ନାହାନ୍ତି । ଉପର ଠାଉରିଆ ଭାବେ ସେମାନେ ସରକାରକୁ କେବଳ ସମର୍ଥନ କରିଛନ୍ତି । ଅନେକ କ୍ଷେତ୍ରରେ ସେମାନେ, ବିଶେଷକରି ଗାଁ ଚୌକିଦାରମାନେ ସାମାଜିକ ବାସନ୍ଦର ଭୟରେ ଆନ୍ଦୋଳନକୁ ମୌନ ସମର୍ଥନ ଦେଇଥିଲେ । ଉଦାହରଣ ସ୍ୱରୂପ, ନୀଳଗିରିରେ ୭୨ ଜଣ ଚୌକିଦାର ଅଗଷ୍ଟ ମାସରେ ଥାନାରେ ଯାଇ ଅଭିଯୋଗ କରିଥିଲେ ଯେ, ସରକାରଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ଗାଁରେ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଛି । ଫଳରେ ଅନ୍ୟର ଜମିରେ ସେମାନଙ୍କ ଚାଲିବା ତଥା ପଶୁ ଚରାଇବାପାଇଁ ବି ମନା ହୋଇଛି । ପରୋକ୍ଷରେ ଏହିଭଳି ଅଭିଯୋଗ ଆଣି ସେମାନେ ଆନ୍ଦୋଳନର ଧମକ ଦେଇଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, ଜାତୀୟତାବାଦ ସବୁସ୍ତରକୁ ବିସ୍ତାରିତ ହୋଇ ସାରିଥିଲା । ଜାତୀୟତାବାଦର ଏଭଳି ବ୍ୟାପକ ବିସ୍ତାର ହେତୁ ଭବିଷ୍ୟତରେ ଦେଶ ପରାଧୀନ ରହିବା ଯେ ନୋହିବ- ଏକଥା ଲୋକ ଅନୁମାନ କରି ପାରୁଥିଲେ ।

...

୩୨୪ . ଓଡ଼ିଶା ଇତିହାସ