ପୃଷ୍ଠା:Odisha Itihasa.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନଳ ରାଜବଂଶ

ପଞ୍ଚମ ଶତାବ୍ଦୀରେ ଯେତେବେଳେ ମାଠରମାନେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ନିକଟବର୍ତ୍ତୀ ଅଞ୍ଚଳରେ ଶାସନ କରୁଥିଲେ, ସେହି ସମୟରେ ଦକ୍ଷିଣ ଓଡ଼ିଶାର ଅନ୍ୟ ଏକ ଅଞ୍ଚଳ ଅର୍ଥାତ୍‍ ଆଧୁନିକ କୋରାପୁଟ ଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ ନଳରାଜବଂଶ ରାଜତ୍ୱ କରୁଥିଲେ । କେତେକ ତାମ୍ର ଶାସନ, ପ୍ରସ୍ତର ଅଭିଲେଖ ଓ ମୁଦ୍ରାରୁ ନଳ ରାଜତ୍ୱ ସମ୍ବନ୍ଧରେ ଯତ୍‍କିଞ୍ଚିତ୍‍ ଧାରଣା କରିହୁଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ନଳ ରାଜବଂଶାବଳୀ ନିମ୍ନରେ ପ୍ରଦତ୍ତ ହେଲା ।

ନଳ ବଂଶାବଳୀ
 
 
 
ବୃଷଧ୍ୱଜ (ପ୍ରାୟ ୪୦୦ ଖ୍ରୀଷ୍ଟାବ୍ଦ)
 
 
 
ବରାହରାଜ (ପ୍ରାୟ ୪୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ)
 
 
 
ଭବଦତ୍ତ ବର୍ମା (ଖ୍ରୀ. ୪୪୦-୪୬୫)
 
 
 
ଅର୍ଥପତିରାଜ (ଖ୍ରୀ. ୪୬୫-୪୭୫)
 
 
 
ସ୍କନ୍ଦ ବର୍ମା (ଖ୍ରୀ. ୪୭୫-୫୦୦)
 
 
 
ପୃଥ୍ୱୀରାଜ
 
 
 
ବିରୂପରାଜ
 
 
 
ବିଳାସତୁଙ୍ଗ (ପ୍ରାୟ ୭୦୦ ଖ୍ରୀଷ୍ଟାବ୍ଦ)
 

ବସ୍ତରର ନଳ ରାଜ ଭବଦତ୍ତ ବର୍ମାଙ୍କ ରିଠାପୁର ତାମ୍ରଶାସନ ଓ ସ୍କନ୍ଦ ବର୍ମାଙ୍କ କୋରାପୁଟର ପୋଡ଼ାଗଡ଼ ପ୍ରସ୍ତର ଅଭିଲେଖରୁ ନଳମାନଙ୍କ ସମ୍ବନ୍ଧରେ ସୂଚନା ମିଳେ । ଏହା ବ୍ୟତୀତ ଆହ୍ଲାବାଦ ନିକଟସ୍ଥ ଭିଟା ଗ୍ରାମରୁ ଏକ ସିଲ୍‍ମୋହର ଆବିଷ୍କୃତ ହୋଇଛି । ଏଥିରେ ନଳ ବଂଶର ପ୍ରଥମ ରାଜା ବୃଷଧ୍ୱଜଙ୍କ ସମ୍ବନ୍ଧରେ ଉଲ୍ଲେଖ ରହିଛି । ପ୍ରୟାଗଠାରେ ତୀର୍ଥଯାତ୍ରା ସମୟରେ ଭବଦତ୍ତ ବର୍ମା ରିଠାପୁର ତାମ୍ରଶାସନ ପ୍ରଦାନ କରିଥିଲେ । ଏଥିରେ ନଳରାଜ୍ୟ କୋରାପୁଟଠାରୁ ବେରାର୪୦ . ଓଡ଼ିଶା ଇତିହାସ}}