Jump to content

ପୃଷ୍ଠା:Odisha Itihasa.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁଙ୍ଗବଂଶାବଳୀ

ଖଡ୍ଗତୁଙ୍ଗ

ବିନିତତୁଙ୍ଗ

ଜଗତୁଙ୍ଗ

ଶାଳଣତୁଙ୍ଗ

ଗାୟତତୁଙ୍ଗ


ଯମଗର୍ତ ମଣ୍ଡଳ ଏକ ଆଦିବାସୀ ବହୁଳ ରାଜ୍ୟ ଥିଲା। ମାତ୍ର କେତେକ ତୁଙ୍ଗ ରାଜା ଶୈବ ଥିଲେ। ବ୍ରାହ୍ମଣମାନଙ୍କୁ ନିଜ ରାଜ୍ୟରେ ବସବାସ କରିବାକୁ ସେମାନେ ନିଷ୍କର ଭୂମି ଦାନ କରୁଥିଲେ।

ନନ୍ଦବଂଶଶାସିତ ଐରାବତ ମଣ୍ଡଳ

ଭୌମକର ରାଜ୍ୟର ଅନ୍ୟ ଏକ ସାମନ୍ତ ରାଜ୍ୟ ଥିଲା ଐରାବତ ମଣ୍ଡଳ। ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସେଠାରେ ନନ୍ଦବଂଶର ରାଜାମାନେ ରାଜତ୍ୱ କରୁଥିଲେ। ଐରାବତ ମଣ୍ଡଳ ଆଧୁନିକ ନୟାଗଡ଼, ଢେ଼ଙ୍କାନାଳ ଓ କଟକ ଜିଲ୍ଲାର କିଛି କିଛି ଅଂଶକୁ ନେଇ ଗଠିତ ହୋଇିଲା। ଆଧୁନିକ ଜୟପୁର ଗ୍ରାମ (ଢେଙ୍କାନାଳ ଜିଲ୍ଲା) ଥିଲା ଏହାର ରାଜଧାନୀ। ନନ୍ଦ ରାଜବଂଶପ୍ରଦତ୍ତ ତାମ୍ର ଶାସନରୁ ଏହି ବଂଶର ପାଞ୍ଚଜଣ ରାଜାଙ୍କୁ ଚିହ୍ନିତ କରିହୁଏ। ସେମାନେ ହେଲେ ଜୟନନ୍ଦ, ପରମାନନ୍ଦ, ଶିବାନନ୍ଦ ଓ ଦେବାନନ୍ଦ ପ୍ରମ ଓ ଦେବାନନ୍ଦ ଦ୍ୱିତୀୟ। ସୋମବଂଶୀମାନଙ୍କର ଉତ୍‍ଥାନ ପରେ ୯୬୦ ଖ୍ରୀଷ୍ଟାବ୍ଦରେ ଉଦ୍ୟୋତ କେଶରୀ ଐରାବତ ମଣ୍ଡଳକୁ ନିଜ ଓଡ୍ର ରାଜ୍ୟରେ ସମ୍ମିଶ୍ରିତ କରି ଦେଇଥିଲେ।

ବରାହ ବଂଶଶାସିତ ବଣାଇ ମଣ୍ଡଳ

ବଣାଇ ମଣ୍ଡଳ ଆଧୁନିକ ବଣାଇ ଅଞ୍ଚଳରେ ସ୍ଥାପିତ ହୋଇିଲା। ମୟୂର ରାଜବଂଶ ଏଠାରେ ରାଜତ୍ୱ କରୁିଲେ। ତାମ୍ର ଶାସନରୁ ମିଳିିବା ରାଜାମାନଙ୍କ ନାମର ସାଙ୍ଗିଆ ରୂପେ "ବରାହ' ରହିିବାରୁ ଏହା ବରାହ ବଂଶ ନାମରେ ମଧ୍ୟ ଇତିହାସରେ ପରିଚିତ। ରାଜା ଉଦିତ ବରାହଙ୍କୁ

ଓଡ଼ିଶା ଇତିହାସ . ୫୯