ପୃଷ୍ଠା:Odisha Itihasa.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ବରାହ ବଂଶୀୟ ରାଜା ବୋଲି ମନେ କରାଯାଏ। ସେ ଚିତ୍ରକୂଟ ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ। ସମ୍ଭବତଃ ଏହି ବଂଶର ରାଜା ଧରଣୀ ବରାହ ଦଶମ ଶତାବ୍ଦୀରେ ରାଜ୍ୟ ଶାସନ କରୁଥିଲେ। ବରାହମାନେ ବୌଦ୍ଧଧର୍ମର ଉପାସକ ଥିଲେ ଏବଂ ଐତିହାସିକ ପ୍ରବୋଧ କୁମାର ମିଶ୍ରଙ୍କ ମତରେ ଭୌମ ରାଜ୍ୟର ସାମନ୍ତ ଥିଲେ।

ଗଙ୍ଗଶାସିତ ଶ୍ୱେତକ ମଣ୍ଡଳ
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ପୂର୍ବ (ପ୍ରଥମ) ଗଙ୍ଗବଂଶର ଜଣେ କେହି ମହେନ୍ଦ୍ରଗିରି ଅଞ୍ଚଳରେ ଶ୍ୱେତକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ପ୍ରତିଷ୍ଠା କରିଥିଲେ। ଆଧୁନିକ ସାନଖେମୁଣ୍ଡି, ବଡ଼ଖେମୁଣ୍ଡି ଓ ଚିକିଟି ଜମିଦାରୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଶ୍ୱେତକ ବା ବିଜୟ ଶ୍ୱେତକପୁର (ଆଧୁନିକ ଚିକିଟି)। ଶ୍ୱେତକ ରାଜାମାନେ ଭୌମାବ୍ଦ ବ୍ୟବହାର କରୁଥିବାରୁ ସେମାନେ ଭୌମମାନଙ୍କର ସାମନ୍ତ ରାଜା ଥିଲେ ବୋଲି ଜଣାଯାଏ।

ଶ୍ୱେତକ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ଜୟବର୍ମାଦେବ। ତାଙ୍କ ପ୍ରଦତ୍ତ ଚାରିଟି ତାମ୍ରଶାସନକୁ ମୁଖ୍ୟ ଆଧାର କରି ଶ୍ୱେତକ ମଣ୍ଡଳର ଇତିହାସ ରଚନା କରାଯାଏ। ଅନ୍ୟ କେତେକ ରାଜା ହେଲେ ଅନନ୍ତ ବର୍ମା, ଗଙ୍ଗକ ବିଳାସ, ଭୂପେନ୍ଦ୍ର ବର୍ମା ଓ ମହେନ୍ଦ୍ର ବର୍ମା। ଶ୍ୱେତକ ଗଙ୍ଗବଂଶର ଶେଷ ର।ଜା ସାମନ୍ତ ବର୍ମା, ଭୌମକର ର।ଣୀ ଦଣ୍ଡୀ ମହାଦେବୀଙ୍କ ସାମନ୍ତ ଥିଲେ। ଭୌମକରମାନଙ୍କର ପତନ ପରେ ଦଶମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସୋମବଂଶୀମାନେ ଶ୍ୱେତକ ମଣ୍ଡଳକୁ ଅଧିକାର କରି ନେଇଥିଲେ।

ଉପସଂହାର
ଅଷ୍ଟମ-ନବମ ଶତାବ୍ଦୀରେ ମଣ୍ଡଳ ନାମରେ ପରିଚିତ ଛୋଟ ଛୋଟ ରାଜ୍ୟଗୁଡ଼ିକର ଗଠନ ହୋଇଥିଲା। ଅଧିକାଂଶ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ଗଡ଼ଜାତ ନାମରେ ପରିଚୟ ପାଇଥିବା ଅଞ୍ଚଳରେ ରହିଥିଲେ। ମଣ୍ଡଳଗୁଡ଼ିକ ସାମନ୍ତ ରାଜ୍ୟ ହେବା ସତ୍ତ୍ୱେ ଆଭ୍ୟନ୍ତରୀଣ ପ୍ରଶାସନର କର୍ତ୍ତୃତ୍ୱ ସ୍ଥାନୀୟ ରାଜାମାନଙ୍କ ହାତରେ ଥିଲା। ଭୌମ ସମ୍ବତ ବ୍ୟବହାର କରିବା ବ୍ୟତୀତ ଅନ୍ୟ କେଉଁ ପ୍ରକାରେ ସେଠାରେ ଭୌମ ଶାସନର ପ୍ରତିଫଳନ ରହିିଲା, ତାହା ମିଳିିବା ତାମ୍ର ଶାସନଗୁଡ଼ିକରୁ ସୁସ୍ପଷ୍ଟ ହୁଏ ନାହିଁ। ମଣ୍ଡଳଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ରାଜ୍ୟ ଥିଲେ। ଅନେକ ମଣ୍ଡଳରେ ରାଜତ୍ୱ କରୁଥିବା ରାଜବଂଶ ମଧ୍ୟ ଆଦିବାସୀ ଥିଲେ ଏବଂ ରାଜତ୍ୱ ଲାଭ କରିବା ପରେ ବର୍ଣ୍ଣାଶ୍ରମର ପ୍ରସାର କରି ତହିଁରେ ନିଜକୁ କ୍ଷତ୍ରିୟ ବଂଶ ବା ତାହାର ସମତୁଲ ବୋଲି ପରିଚୟ ପ୍ରଦାନ କରିିଲେ। ଅନେକ ମଣ୍ଡଳରେ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମି ପ୍ରଦାନ କରାଯାଇଥିଲା। ଯଦିଓ କେତେକ ମଣ୍ଡଳର ରାଜବଂଶ ବୌଦ୍ଧଧର୍ମର ଉପାସକ ଥିଲେ, ସେମାନେ ମଧ୍ୟ ସ୍ୱ-ମଣ୍ଡଳରେ ବର୍ଣ୍ଣାଶ୍ରମର ପ୍ରସାର୬୦ . ଓଡ଼ିଶା ଇତିହାସ