ପୃଷ୍ଠା:Odisha Itihasa.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ନିଜ ନିଜ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରୟାସ କରିିଥିଲେ । ସେହି ଦୃଷ୍ଟିରୁ ବିଚାର କଲେ, ମଣ୍ଡଳ ଶାସନ ସମୟରେ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କ୍ଷୀପ୍ରତର ହେଲା । ଏହା ବ୍ୟତୀତ ଏହି ସମୟରେ, ପରେ ଗଡ଼ଜାତ ଭାବେ ପରିଚୟ ପାଇଥିବା ମଣ୍ଡଳ ଅଞ୍ଚଳରେ ସ୍ଥାୟୀ କୃଷିର ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ଯତ୍‍କିଞ୍ଚିତ ଉନ୍ନତି ହୋଇିଥିବାର ମଧ୍ୟ ଅନୁମାନ କରାଯାଏ । ଭୌମବଂଶର ପତନ ପରେ ଅଧିକାଂଶ ମଣ୍ଡଳ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିବାର ଜଣାଯାଏ । ଅନ୍ୟ ଶବ୍ଦରେ କହିଲେ, ମଣ୍ଡଳଗୁଡ଼ିକ ଭୌମକର ଶାସନ ସମୟରେ ଗଠିତ ହୋଇିଥିଲେ ବୋଲି ସୋମବଂଶୀ ରାଜାମାନଙ୍କ ପାଇଁ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଏକ ସାମ୍ରାଜ୍ୟାଧୀନ କରିବା ଅନେକ ମାତ୍ରାରେ ସହଜ ହେଲା ।

...

ଓଡ଼ିଶା ଇତିହାସ . ୬୧