ପୃଷ୍ଠା:Odisha Itihasa.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରସ୍ତୁତ ସୋମବଂଶୀ ରାଜବଂଶାବଳୀ ନିମ୍ନରେ ଦିଆଗଲା।

ପ୍ରଥମ ଜନ୍ମେଜୟ

ପ୍ରଥମ ଜନ୍ମେଜୟ ସୋମବଂଶର ପ୍ରଥମ ରାଜା। କାଳାଚୁରୀମାନଙ୍କ ଆକ୍ରମଣଯୋଗୁଁ ସେ ଆଧୁିନିକ ଛତିଶଗଡ଼ର ରାୟପୁର-ବିଳାସପୁରସ୍ଥିତ ତାଙ୍କ ରାଜ୍ୟରୁ ସୋମରାଜ୍ୟକୁ ଓଡ଼ିଶା ଆଡକୁ ବିସ୍ତାରିତ କଲେ। ପ୍ରଥମେ ପଶ୍ଚିମ ଓଡ଼ିଶାର ସ୍ଥାନୀୟ ରାଜାମାନଙ୍କୁ ପରାଜିତ କରି ସେ କୋଶଳ ରାଜ୍ୟ ସ୍ଥାପନ କଲେ, ଯାହାକୁ ବର୍ତ୍ତମାନର ସମ୍ବଲପୁର-ବଲାଙ୍ଗୀର ଅଞ୍ଚଳ ସହ ଚିହ୍ନିତ କରାଯାଏ।୬୪ . ଓଡ଼ିଶା ଇତିହାସ