ପୃଷ୍ଠା:Odisha Itihasa.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେଉଁ ରାଜଉଦ୍ୟମ ହୋଇଥିଲା, ତହିଁରେ ଗଙ୍ଗମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଦୃଷ୍ଟିରୁ ମଧ୍ୟକାଳୀନ ଓଡ଼ିଶାର ଏକ ପ୍ରଧାନ ରାଜବଂଶ ଭାବରେ ଗଙ୍ଗମାନଙ୍କୁ ଗ୍ରହଣ କରାଯିବାରେ କିଛି ଅତିଶୟୋକ୍ତି ହେବ ନାହିଁ ।

ଗଙ୍ଗବଂଶର ପତନଲାଗି କେତେକ ଐତିହାସିକ ମୁସଲମାନମାନଙ୍କୁ ଦାୟୀ କରିଥାନ୍ତି । ମାତ୍ର ଏହା ଭୁଲ ଧାରଣା । ଗଙ୍ଗମାନେ ଯେତେ ସଂଖ୍ୟକ ମୁସଲମାନ ଆକ୍ରମଣର ସମ୍ମୁଖୀନ ହୋଇଥିଲେ, ବୋଧହୁଏ ତା'ଠାରୁ ଅଧିକ ମାତ୍ରାରେ ବିଜୟନଗର, ରେଡ୍ଡି, ଚୋଳ ଆଦିଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ଦ୍ୱିତୀୟତଃ, ମଧ୍ୟକାଳରେ ରାଜାମାନେ ଧର୍ମ ଆଧାରରେ ଆକ୍ରମଣ କରୁ ନଥିଲେ । ଏକ କୃଷିଭିତ୍ତିକ ସମାଜର ସମୃଦ୍ଧିପାଇଁ ରାଜ୍ୟମାନେ ଯୁଦ୍ଧଜୟ ଏବଂ ଲୁଣ୍ଠନ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଗଙ୍ଗମାନଙ୍କ ଆରମ୍ଭକାଳୀନ ରାଜସମୃଦ୍ଧି ପଛରେ ରାଜ୍ୟଜୟ ପ୍ରମୁଖ ଥିଲା । ସେହି ନ୍ୟାୟରେ ମୁସଲିମ୍‍ ଶାସକମାନେ ମଧ୍ୟ ରାଜ୍ୟଜୟକୁ ପ୍ରାଧାନ୍ୟ ଦେଉଥିଲେ । ଗଙ୍ଗମାନେ ଯେଉଁ ମାତ୍ରାରେ ମନ୍ଦିରକଳାକୁ ପ୍ରୋତ୍ସାହନ ଦେଉଥିଲେ, ତାହା ରାଜ୍ୟ ଜୟ ଓ ଧନସମ୍ପତ୍ତି ଲୁଣ୍ଠନ ବିନା ସମ୍ଭବ ହୋଇ ନଥାନ୍ତା । ତୃତୀୟତଃ, ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ଭାବରେ ସମ୍ମାନ ଦେବା ପଛରେ ମଧ୍ୟ ଗଙ୍ଗମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼େ । ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମପାଇଁ ନୁହେଁ; ବରଂ ଓଡ଼ିଶାର ଆଞ୍ଚଳିକ ସୁରକ୍ଷାପାଇଁ ଆବିଷ୍କାର ଓ ପୁନରାବିଷ୍କାର କରାଯାଇଥିଲା । ଓଡ଼ିଶା ଆକ୍ରମଣ କରୁଥିବା ବଙ୍ଗର ନବାବଙ୍କ ବିରୁଦ୍ଧରେ ଜଗନ୍ନାଥଙ୍କୁ ଯେତେ ମାତ୍ରାରେ ବ୍ୟବହାର କରାଯାଉଥିଲା, ସେତେ ମାତ୍ରାରେ ବିଜୟନଗର ବା ରେଡ୍ଡି ହିନ୍ଦୁ ରାଜାଙ୍କ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଉଥିଲା । ଗଙ୍ଗ ପରବର୍ତ୍ତୀ ସୂର୍ଯ୍ୟବଂଶର ଶାସନ ସମୟରେ ଏହିଭଳି ବ୍ୟବହାରକୁ ଅଧିକ ସ୍ପଷ୍ଟ ଭାବରେ ଦେଖିହୁଏ । ତେଣୁ ହିନ୍ଦୁ, ମୁସଲିମ ଆଦି ସଂକୀର୍ଣ୍ଣ ଧାର୍ମିକ ଆଧାରର ଊର୍ଦ୍ଧ୍ୱରେ ରହି ଏକ ବ୍ୟାପକ ସାମାଜିକ ପୃଷ୍ଠଭୂମିରେ ମଧ୍ୟକାଳୀନ ଇତିହାସକୁ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟଥା ଇତିହାସର ବସ୍ତୁନିଷ୍ଠ ଆଲୋଚନା ସମ୍ଭବ ହେବ ନାହିଁ ।

ଗଙ୍ଗକାଳୀନ ମନ୍ଦିରକଳା ଓ ସ୍ଥାପତ୍ୟ

ଏକାଦଶ ଶତାବ୍ଦୀ ପରଠାରୁ ଅର୍ଥାତ୍‍ ଗଙ୍ଗ ରାଜତ୍ୱ ଆରମ୍ଭରୁ ଓଡ଼ିଶାରେ ମନ୍ଦିରକଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଦେଖିବାକୁ ମିଳେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଆଦି ଅନେକ ମନ୍ଦିରର ନିର୍ମାଣ ଏହି ସମୟରେ ହୋଇଥିଲା । ଏହା ପଛରେ ତିିନିଟି ପ୍ରମୁଖ କାରଣ ଅନୁମାନ କରିହୁଏ । ପ୍ରଥମ, ଗଙ୍ଗରାଜାମାନେ ନିଜ ରାଜ୍ୟର ଆୟତନ ବୃଦ୍ଧି କଲା ପରେ ରାଜସ୍ୱର ପରିମାଣ ବୃଦ୍ଧି ପାଇଲା । ରାଜ୍ୟ ଜୟ କରି ଧନସମ୍ପତ୍ତି ମଧ୍ୟ ଲାଭ କଲେ । ଏହି ଧନର ଉପଯୋଗ କେତେକାଂଶରେ ମନ୍ଦିର ନିର୍ମାଣରେ କରାଗଲା । ମନ୍ଦିର ନିର୍ମାଣପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ରାଜାମାନେ ଆର୍ଥିକ ଦୃଷ୍ଟିରୁ ଅସମର୍ଥ ଥିଲେ, ନିର୍ମାଣ ସ୍ଥାପତ୍ୟ ପ୍ରୋତ୍ସାହନ ପାଇ ପାରିନଥାନ୍ତା । ଦ୍ୱିତୀୟତଃ, ମନ୍ଦିର ନିର୍ମାଣ ଦ୍ୱାରା୮୦ . ଓଡ଼ିଶା ଇତିହାସ