ପୃଷ୍ଠା:Odisha Itihasa.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଜୟଗର ଅଭିଯାନ

କପିଳେନ୍ଦ୍ରଦେବ ସିଂହାଚଳ, ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ଼ ଆଦି କ୍ଷୁଦ୍ର ସାମନ୍ତରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱକୁ ଆଣିବା ପ୍ରକ୍ରିୟାରେ ବିଜୟନଗର ସାମ୍ରାଜ୍ୟର ସମ୍ମୁଖୀନ ହୋଇଥିଲେ । କାରଣ ଏହି ରାଜ୍ୟଗୁଡ଼ିକ ବିଜୟଗରର ସାମନ୍ତ ରାଜ୍ୟ ଥିଲେ । ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ୧୪୪୬ରେ ମଲ୍ଲିକାର୍ଜ୍ଜୁନ ବିଜୟନଗର ସିଂହାସନ ଅଧିକାର କଲେ । ସେ ଜଣେ ଦୁର୍ବଳ ରାଜା ଥିଲେ । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟଗରର ଅନ୍ୟ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଜିଣିନେବାକୁ ପ୍ରୟାସ କଲେ । ଏଥିପାଇଁ ସମ୍ଭବତଃ ସେ ହୟପତି ନାମରେ ପରିଚିତ ବାହାମନୀ ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ବିଜୟନଗର ବିରୁଦ୍ଧରେ କପିଳେନ୍ଦ୍ରଙ୍କ ପ୍ରତିିନିଧି ଭାବରେ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ଚାଳନା କରି ବିଜୟ ପ୍ରାପ୍ତ ହେଲେ । ବିଜୟନଗରର ରାଜଧାନୀ ହାମ୍ପି ଅଧିକାର କରି ହମ୍ଭିର ଦେବ ବିଜୟନଗର ରାଜ୍ୟରୁ ଯଥୋଚିତ 'ଦେୟ' ଅସୁଲ କଲେ । ମାତ୍ର, ଗଙ୍ଗାଧର ରଚିତ ତତ୍‍କାଳୀନ କୃତି 'ଗଙ୍ଗାଦାସ ବିଳାସ ଚରିତଂ'ରେ ବିଜୟନଗର ହସ୍ତରୁ ହମ୍ଭିରଦେବ ପରାଜିତ ହୋଇଥିବା କଥା କୁହାଯାଇଛି । ସମ୍ଭବତଃ ହମ୍ଭିରଦେବ ପ୍ରଥମେ ଯୁଦ୍ଧ ଜୟ କଲେ ଓ ପରେ ପରାଜିତ ହେଲେ । କପିଳେନ୍ଦ୍ରଙ୍କ ବିଜୟଗର ଅଭିଯାନପାଇଁ ବାହାମନୀ ସୁଲତାନଙ୍କ ସହ ମେଣ୍ଟରୁ ମନେହୁଏ ଯେ ସେ ସମୟରେ ଧାର୍ମିକ ଆଧାରରେ ସାଧାରଣତଃ ଯୁଦ୍ଧ ସଂଘଟିତ ହେଉନଥିଲା । ଗୌରବ ପାଇବାଲାଗି ତଥା ଧନରତ୍ନ ଆହରଣ କରି ସ୍ୱ-ରାଜ୍ୟକୁ ସମୃଦ୍ଧ କରିବାଲାଗି ରାଜାମାନେ ପରସ୍ପର ମଧ୍ୟରେ ବିବାଦ କରୁଥିଲେ । ତେଣୁ ବାହାମନୀ ସୁଲତାନଙ୍କ ବିଜୟ ଅଭିଯାନକୁ ମୁସଲମାନ ଆକ୍ରମଣ ବା ବିଜୟ ନଗର ଉପରେ ଗଜପତିଙ୍କ ଆକ୍ରମଣକୁ ହିନ୍ଦୁ ଆକ୍ରମଣ ବୋଲି କହିବା ଉଚିତ ହେବ ନାହିଁ । ଗଜପତି ରାଜା ବାହାମନୀ ସୁଲତାନଙ୍କ ସହ ଆବଶ୍ୟକ ସ୍ଥଳେ ବନ୍ଧୁତା କରି ତଥା ରେଡ୍ଡି, ବିଜୟନଗର ଆଦି ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରି ଏହା ପ୍ରମାଣିତ କରିଛନ୍ତି । ଦକ୍ଷିଣ-ପୂର୍ବ ଭାରତରେ ଗଜପତି ଶାସନର ଉତ୍‍ଥାନ ପରେ ଦକ୍ଷିଣରେ ବିଜୟନଗର ଓ ବାହାମନୀ ରାଜ୍ୟ ଓ ଉତ୍ତରରେ ବଙ୍ଗର ଶାସନ ଏକାଧିପତ୍ୟ ଜାରି କରି ପାରିଲେ ନାହିଁ । ଅନ୍ୟପକ୍ଷରେ ଏକ ଶକ୍ତିଶାଳୀ ରାଜ୍ୟ ଭାବରେ ଓଡ଼ିଶାର ଉଦୟଯୋଗୁଁ ଓଡ଼ିଶା ସ୍ତରରେ ଏକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ପରିଚୟର ବିକାଶ ହେଲା । ଏହି କାଳାଂଶରେ ଏକ ଶକ୍ତିଶାଳୀ ରାଜ୍ୟ ରୂପେ ଓଡ଼ିଶାର ପରିଚୟ ଥିଲା ବୋଲି ପରବର୍ତ୍ତୀ ସମୟରେ ଓଡ଼ିଶାର ଜାତୀୟ ଅସ୍ମିତା ଅନୁସନ୍ଧାନ କଷ୍ଟକର ହେଲା ନାହିଁ ।

ବଙ୍ଗ ବିଜୟ ୧୪୪୭ର ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ 'ଗୌଡେ଼ଶ୍ୱର' ବୋଲି ଉଲ୍ଲେଖ କରାଯାଇଛି । ଏହି ଆଧାରରେ କୁହାଯାଏ ଯେ, ସେ ବଙ୍ଗର ସୁଲତାନଙ୍କୁ ମଧ୍ୟ ଯୁଦ୍ଧରେ ପରାଜିତ କରିଥିଲେ । ବଙ୍ଗରେ ସେତେବେଳେ (୧୪୪୨-୧୪୫୯) ସୁଲତାନ ଥିଲେ ନାସିରୁଦ୍ଦିନ । ଜଗନ୍ନାଥ ମନ୍ଦିରର୯୦ . ଓଡ଼ିଶା ଇତିହାସ