ନିମନ୍ତେ ତାଙ୍କୁ ଟେଲିଗ୍ରାମ କରାଗଲା । ମଧୁବାବୁ ଆସିଲେ । ଏହି ସମ୍ମିଳନୀ ଆୟୋଜନ କରିିବାରୁ ସେ ପ୍ରଥମେ ରାଜା ହରିହର ମର୍ଦ୍ଦରାଜ ଓ ନୀଳମଣି ବିଦ୍ୟାରତ୍ନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କଲେ ।
ଏହି ସମ୍ମିଳନୀରେ ଉତ୍କଳର ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିିଲେ ସେମାନଙ୍କ ମଧ୍ୟରେ ଶଶିଭୂଷଣ ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର ଓ ପୁରୀର ମୁକ୍ତାର ରାମଚନ୍ଦ୍ର ଦାସ ଆଦି ଅନ୍ୟତମ । ଗୋପବନ୍ଧୁ ଦାସ ଜଣେ ତରୁଣ ଛାତ୍ର ଥିବାରୁ ସେ ଜଣେ ସ୍ୱେଚ୍ଛାସେବୀ ଭ।ବରେ ଏହି ସମ୍ମିଳନୀରେ ଯୋଗଦାନ କରିିଥିଲେ । ଗଞ୍ଜାମର ସର୍ବପ୍ରଥମ ବି.ଏ. ଡିଗ୍ରୀଧାରୀ ଶ୍ୟାମସୁନ୍ଦର ରାଜଗୁରୁ ଏହି ସମ୍ମିଳନୀରେ ସଭାପତିତ୍ୱ କରିିଥିଲେ । ପୂର୍ବରୁ ମଧୁବାବୁ କଟକଠାରେ ଗଠନ କରିିଥିବା 'ଓଡ଼ିଆ ଆସୋସିଏସନ୍' ବା ଉତ୍କଳ ସଭାକୁ ଏହି ଅନୁଷ୍ଠାନ ସହ ମିଶାଇ ଦେଇ ନୂତନ ଅନୁଷ୍ଠାନର ନାମ ରଖିଲେ, 'ଉତ୍କଳ ସମ୍ମିଳନୀ' । ଉତ୍କଳ ସମ୍ମିଳନୀର ପ୍ରଥମ ସଂପାଦକ ହେଲେ ବ୍ରହ୍ମପୁରର ଓକିଲ ପର୍ଶୁରାମ ପାତ୍ର । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହେବାପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହିପରି ଭାବରେ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ଉଦ୍ୟମରେ ରମ୍ଭା ରାଜପ୍ରାସାଦଠାରେ ଉତ୍କଳ ସମ୍ମିଳନୀର ବୀଜବପନ ହୋଇଥିଲା ।
ରାଜା ହରିହର ମର୍ଦ୍ଦରାଜଙ୍କ ଅର୍ଥ ସାହାଯ୍ୟରେ ୧୯୦୨ ମସିହା ଜୁନ୍ ମାସରେ 'ପ୍ରଜାବନ୍ଧୁ' ନାମରେ ଏକ ସାପ୍ତାହିକ ପତ୍ରିକା ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶ ପାଇଲା । 'ପ୍ରଜାବନ୍ଧୁ' ହେଲା ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନରେ ମୁଖପତ୍ର । ଏହି ପତ୍ରିକା ପ୍ରକାଶ ପାଇଁ ରାଜା ହରିହର ରମ୍ଭାଠାରେ ପ୍ରତିଷ୍ଠା କଲେ ଏକ ସ୍ୱତନ୍ତ୍ର ପ୍ରେସ୍ ।
ଉତ୍କଳ ସମ୍ମିଳନୀର ଭିତ୍ତି ପ୍ରଦାନ :
କଟକ ସହରର ଲାଲବାଗ୍ କୋଠି ପରିସରରେ ସମ୍ରାଟ ସପ୍ତମ ଏଡଓ୍ୱାର୍ଡଙ୍କର ଅଭିଷେକ ଉତ୍ସବ ୧୯୦୩ ଜାନୁଆରି ୨ ତାରିଖରେ ମହା ସମାରୋହରେ ପାଳିତ ହେଲା । ଏହି ଉପଲକ୍ଷେ ଆୟୋଜିତ ହେଲା ଦରବାର । ଏହି ଉତ୍ସବରେ ଓଡ଼ିଶାର ରାଜା ମହାରାଜା, ଜମିଦାରୀ ଇଲାକାର ଜମିଦାର ଓ ଓଡ଼ିଶାର ଅନେକ ବିଶିଷ୍ଟ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୋଇ
ଓଡ଼ିଶା ରାଜନୀତିର ଇତିହାସ . ୧୭