ପୃଷ୍ଠା:Odisha Rajanitira Itihasa.pdf/୧୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଉତ୍କଳ ସମ୍ମିଳନୀ :

୧୯୦୩ ମସିହା ଡିସେମ୍ୱର ମାସରେ ଉତ୍କଳ ସମ୍ମିଳନୀର ଜନ୍ମ । ଏହାର ପ୍ରଥମ ଅଧିବେଶନ ଡିସେମ୍ୱର ୩୦-୩୧ରେ ଅନୁଷ୍ଠିତ ହେଲା କଟକର ଇଦ୍‍ଗା ପଡ଼ିଅାରେ । ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏହି ଅଧିବେଶନରେ ଅଧ୍ୟକ୍ଷତା କଲେ । ବିଚ୍ଛିନ୍ନ ଓଡ଼ିଅା ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଅା ଭାଷାର ସୁରକ୍ଷା ଓ ଓଡ଼ିଅାମାନଙ୍କର ସ୍ୱାର୍ଥରକ୍ଷା ହେଲା ଉତ୍କଳ ସମ୍ମିଳନୀର ମୂଳ ତ‌ଥା ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ 'ଉତ୍କଳ ସମ୍ମିଳନୀ'ର କାର୍ଯ୍ୟକ୍ରମ ଜୋରଦାର ହେଲା । ୧୯୦୩ ମସିହାରୁ ୧୯୩୪ ମସିହାଯାଏ ଉତ୍କଳ ସମ୍ମିଳନୀର ଅଧିବେଶନ ବିଭିନ୍ନ ସ୍ଥାନ ଯଥା: କଟକ, ବାଲେଶ୍ୱର, ପୁରୀ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ସମ୍ୱଲପୁର, ଚକ୍ରଧରପୁର, ଜଳନ୍ତର ଅାଦି ସ୍ଥାନମାନରେ ଅନୁଷ୍ଠିତ ହେଲା । ଏହି ସମୟ ମଧ୍ୟରେ ୨୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଗୁଡ଼ିକରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଧରାକୋଟ ରାଜା ମଦନ ମୋହନ ସିଂହଦେଓ, ତାଳଚେର ରାଜା କିଶୋର ଚନ୍ଦ୍ର ଦେବ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ସୁରଙ୍ଗୀରାଜା ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ଜଗଦେବ, ଅାଠଗଡ଼ ରାଜା ରାଧାନା ବର୍ମା, ବାଲେଶ୍ୱର ରାଜା ବୈକୁଣ୍ଠନା ଦେ, ବାବୁ ମଧୁସୂଦନ ଦାସ, ଜୟପୁର ରାଜା ବିକ୍ରମଦେବ ବର୍ମା, ସିଂହଭୂମ ରାଜା ଲକ୍ଷ୍ମୀନାରାୟଣ ସିଂହଦେଓ, ମଞ୍ଜୁଷା ରାଜା ଶ୍ରୀନିବାସ ରାଜମଣି ରାଜଦେବ, ସାହିିତ୍ୟିକ ଫକୀର ମୋହନ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାସ, ଚନ୍ଦ୍ରଶେଖର ବେହେରା, ଜଗବନ୍ଧୁ ସିଂହ, ଭୁବନାନନ୍ଦ ଦାସ, ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୁର ଲୋକନାଥ ମିଶ୍ର, ଦାମୋଦର ସାହୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓ ଅାଡ଼ଭୋକେଟ ମଧୁସୂଦନ ପାଣିଗ୍ରାହୀ ସଭ।ପତିତ୍ୱ କରିଥିଲେ । ଏହା ବ୍ୟତୀତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ବ୍ରଜ ସୁନ୍ଦର ଦାସ, ପଲ୍ଲୀକବି ନନ୍ଦକିଶୋର ବଳ, 'ଆଶା' ପତ୍ରିକାର ସମ୍ପାଦକ ଶଶିଭୂଷଣ ରଥ, ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ, ଭକ୍ତ କବି ମଧୁସୂଦନ ରାଓ, ସେବକ ଲକ୍ଷ୍ମୀନାରାୟଣ ସାହୁ, ମଧୁସୂଦନ ଦାସ ଓ ପଣ୍ଡିତ ଗୋପବନ୍ଧୁ ଦାସ ଅାଦି ନେତୃବର୍ଗଙ୍କ ସହାୟତାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ନିମନ୍ତେ ଗଭୀର ଭାବରେ କାର୍ଯ୍ୟ କରିିଲେ । ବିଭିନ୍ନ କମିଟି ପାଖରେ ସାକ୍ଷଦେବା, ବିଭିନ୍ନ ସମୟରେ 'ଓଡେନଲ୍‍ କମିଟି'ଠାରୁ ଅାରମ୍ଭ କରି ବିଭିନ୍ନ କମିଟି ଓ ସରକାରୀ ସ୍ତରରେ ସ୍ମାରକପତ୍ରମାନ ଏମାନେ ପ୍ରଦାନ କରୁିଲେ । ୧୯୧୨ ମସିହାରେ ଓଡ଼ିଶା 'ବଙ୍ଗବିହାର ଓଡ଼ିଶା' ପ୍ରଦେଶରୁ ଅଲଗା ହୋଇ 'ବିହାର ଓଡ଼ିଶା' ନାମରେ ଏକ ନୂତନ ପ୍ରଦେଶ ସୃଷ୍ଟି ହେଲା ।

ଓଡ଼ିଶା ରାଜନୀତିର ଇତିହାସ . ୧୯