ଓଡ଼ିଶାର ଷଷ୍ଠ ବିଧାନସଭାର ମାନ୍ୟବର ସଦସ୍ୟମାନେ ୧୯୭୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଶପଥ ଗ୍ରହଣ କଲେ । ନନ୍ଦିନୀ ଶତପଥୀ କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହୋଇ କମ୍ୟୁନିଷ୍ଟ ସଦସ୍ୟମାନଙ୍କ ସମର୍ଥନରେ ମାର୍ଚ୍ଚ ୬ତାରିଖରେ ମନ୍ତ୍ରିମଣ୍ଡଳ ଗଠନ କଲେ । ବ୍ରଜ ମୋହନ ମହାନ୍ତି ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ପ୍ରଗତି ବିଧାୟକ ଦଳର ନେତା ବିଜୁ ପଟ୍ଟନାୟକ ମାର୍ଚ୍ଚ ୧୯ ତାରିଖରେ ବିରୋଧୀ ଦଳର ନେତା ଘୋଷିତ ହେଲେ । ସେ ଏହି ପଦବୀରେ ଡିସେମ୍ବର ୧୦ ତାରିଖ ଯାଏ ରହିଲେ । ତା'ପରେ ସେ ଭାରତୀୟ ଲୋକ ଦଳର ନେତା ଭାବରେ ୧୯୭୭ ମସିହା ମାର୍ଚ୍ଚ ୨୪ତାରିଖ ଯାଏ ବିରୋଧୀ ଦଳର ନେତା ପଦବୀରେ ରହିଲେ ।
ନନ୍ଦିନୀ ଦେବୀଙ୍କ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ :
ନନ୍ଦିନୀ ଶତପଥୀଙ୍କର ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ୬ଜଣ କ୍ୟାବିନେଟ ମନ୍ତ୍ରୀ, ୯ଜଣ ରାଷ୍ଟ୍ରମନ୍ତ୍ରୀ ଓ ୩ଜଣ ଉପମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନଙ୍କ ବିଭାଗଗୁଡିକ ହେଲା-
କ୍ୟାବିନେଟ ମନ୍ତ୍ରୀ :
ନନ୍ଦିନୀ ଶତପଥୀ | : | ମୁଖ୍ୟମନ୍ତ୍ରୀ; ସ୍ୱରାଷ୍ଟ୍ର, ରାଜନୀତିକ ଓ ପ୍ରଶାସନ, ଶିଳ୍ପ, |
ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ | ||
ବିନାୟକ ଆଚାର୍ଯ୍ୟ | : | ଅର୍ଥ ଓ ଅବକାରୀ |
ବାଙ୍କ ବିହାରୀ ଦାସ | : | ରାଜସ୍ୱ ଓ ଗ୍ରାମ ଉନ୍ନୟନ |
ଯଦୁନାଥ ଦାଶ ମହାପାତ୍ର | : | ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର |
ଶ୍ରୀବଲ୍ଲଭ ପାଣିଗ୍ରାହୀ | : | କୃଷି ଓ ସମବାୟ, ଏବଂ ପୂର୍ତ୍ତ ଓ ପରିବହନ |
ରାଷ୍ଟ୍ର ମନ୍ତ୍ରୀ :
ମୋହନ ନାୟକ | : | ଗ୍ରାମଗୋଷ୍ଠୀ ଓ ପଞ୍ଚାୟତିରାଜ |
ସୋମନାଥ ରଥ | : | ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ |
ରାମଚନ୍ଦ୍ର ଉଲାକା | : | ଆଦିବାସୀ ଓ ଗ୍ରାମ ମଙ୍ଗଳ |
ବ୍ରହ୍ମାନନ୍ଦ ବିଶ୍ୱାଳ | : | ଆଇନ, ଜଙ୍ଗଲ ଓ ପଶୁପାଳନ |
ଦିବ୍ୟଲୋଚନ ଶେଖର ଦେଓ | : | ଜଳସେଚନ ଓ ବିଦ୍ୟୁତ |
ଡାକ୍ତର କୃପାସିନ୍ଧୁ ଭୋଇ | : | ଖଣି ଓ ଭୂତତ୍ତ୍ୱ |
ଡା. ବେଣୁଧର ବଳୀୟାର ସିଂହ | : | ଶ୍ରମ, କର୍ମସଂସ୍ଥାନ ଓ ଗୃହ ନିର୍ମାଣ |
ଓଡ଼ିଶା ରାଜନୀତିର ଇତିହାସ . ୨୦୩