ପୃଷ୍ଠା:Odisha Rajanitira Itihasa.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କାହ୍ନୁଚରଣ ଲେଙ୍କା : ଶିଳ୍ପ ଯୋଜନା ଓ ସମନ୍ୱୟ
ଭାଗୀରଥି ଗମାଙ୍ଗ : କୃଷି ଓ ସମବାୟ

ଉପ ମନ୍ତ୍ରୀ :

ଶେଖ୍‍ ମତଲୁବ୍‍ ଅଲ୍ଲି : ସାଂସ୍କୃତିକ ବ୍ୟାପାର
କୁଆଁରିଆ ମାଝି : ଜଳସେଚନ ଓ ବିଦ୍ୟୁତ
ଜଗନ୍ନାଥ ପଟ୍ଟନାୟକ : ଯୋଜନା ଓ ସମନ୍ୱୟ, ସ୍ୱରାଷ୍ଟ୍ର ବିଭାଗର ଜେଲ,
ରାଜନୀତିକ ଓ ପ୍ରଶାସନ ବିଭାଗର ରାଜଧାନୀ ପ୍ରଶାସନ

ମୁଖ୍ୟମନ୍ତ୍ରୀ ଆସନରେ ବିନାୟକ ଆଚାର୍ଯ୍ୟ :

୨୪.୫.୧୯୭୫ ତାରିଖରେ ବାଙ୍କବିହାରୀ ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୨୦.୧୦.୧୯୭୫ରେ ନନ୍ଦିନୀ ଦେବୀ ତାଙ୍କ ମନ୍ତ୍ରିମଣ୍ଡଳକୁ ସାମାନ୍ୟ ସଂପ୍ରସାରଣ କରି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ଅଦଳ ବଦଳ କଲେ । ଗଙ୍ଗାଧର ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ରାମଚନ୍ଦ୍ର ଉଲାକାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀରୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦକୁ ଉନ୍ନୀତ କଲେ ଇତ୍ୟାଦି । ମନ୍ତ୍ରିମଣ୍ଡଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେବାରୁ ନନ୍ଦିନୀ ଶତପଥୀ ହାଇକମାଣ୍ଡଙ୍କ ଆସ୍ଥା ହରାଇଲେ ।

ଫଳରେ ଅଚାନକ ତାଙ୍କୁ ଇସ୍ତଫା ପ୍ରଦାନ କରିବାକୁ ପଡିଲା । ୧୬.୧୨.୧୯୭୬ରେ ନନ୍ଦିନୀ ଶତପଥୀ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ସେହି ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୨୯.୧୨.୧୯୭୬ ତାରିଖ ଯାଏ ପ୍ରଚଳିତ ହେଲା । ବିନାୟକ ଆଚାର୍ଯ୍ୟ ନନ୍ଦିନୀ ଶତପଥୀଙ୍କ ସ୍ଥାନରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ୨୯.୧୨.୧୯୭୬ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ରହିଲେ ୯ଜଣ କ୍ୟାବିନେଟ, ୪ଜଣ ରାଷ୍ଟ୍ରପାପୟା ଓ ଜଣେ ଉପମନ୍ତ୍ରୀ । ସେମାନେ ଓ ସେମାନଙ୍କ ବିଭାଗ ଗୁଡିକ ହେଲା:

୨୦୪ . ଓଡ଼ିଶା ରାଜନୀତିର ଇତିହାସ