ପୃଷ୍ଠା:Odisha Rajanitira Itihasa.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏକବିଂଶ ପରିଚ୍ଛେଦ
ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ
ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ

ସାରା ଦେଶରେ ୧୯୭୧ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ଲୋକସଭା ୧୯୭୬ରେ ହେବା କଥା । କିନ୍ତୁ ୧୯୭୫ରେ ଦେଶରେ ଜରୁରିକାଳୀନ ଅବସ୍ଥା ଜାରୀ ହେବାରୁ ଏହି ନିର୍ବାଚନକୁ ଦୁଇ ଦୁଇ ଥର ଗଡାଇ ଦିଆଗଲା । ଏହା ଦ୍ୱାରା ବି ୧୯୭୮ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ହେବା କଥା । କିନ୍ତୁ ରାଷ୍ଟ୍ରପତି ଏହି ଲୋକସଭା ଭାଙ୍ଗି ଦେଇ ଦୁଇ ମାସ ଭିତରେ ନିର୍ବାଚନ କରିବାପାଇଁ ୧୯୭୭ ମସିହା ଜାନୁଆରି ମାସରେ ଆଦେଶ ପ୍ରଦାନ କଲେ । ଫଳରେ ମାର୍ଚ୍ଚ ୧୬-୨୦ ତାରିଖ ମଧ୍ୟରେ ଲୋକସଭାପାଇଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେଲା । ଏହି ନିର୍ବାଚନରେ ସମସ୍ତ ଅଣ-କମ୍ୟୁନିଷ୍ଟ ଦଳଙ୍କୁ ନେଇ ଗଠିତ 'ଜନତା ଦଳ' ନାମରେ ଏକ ନୂତନ ରାଜନୈତିକ ଦଳ ଗଠିତ ହୋଇଥିବା କଥା ପୂର୍ବରୁ ଆଲୋଚନା ହୋଇସାରିଛି ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଜନତା ଦଳର ୧୬ଜଣ, କଂଗ୍ରେସ ଦଳର ୪ଜଣ ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ସଭ୍ୟ ନିର୍ବାଚିତ ହେଲେ ।

ଷଷ୍ଠ ଲୋକସଭା ସଦସ୍ୟ (୧୯୭୭) :

ମୟୂରଭଞ୍ଜ ଚନ୍ଦ୍ରମୋହନ ସିଂହ ଜନତା
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା
ଭଦ୍ରକ ବୈରାଗୀ ଜେନା ଜନତା
ଯାଜପୁର ରାମଚନ୍ଦ୍ର ମଲ୍ଲିକ ଜନତା

ଓଡ଼ିଶା ରାଜନୀତିର ଇତିହାସ . ୨୦୭