ଏହି ପୃଷ୍ଠାଟି ବୈଧ ହୋଇସାରିଛି
| କେନ୍ଦ୍ରାପଡ଼ା | ବିଜୁ ପଟ୍ଟନାୟକ | ଜନତା |
| କଟକ | ଶରତ କୁମାର କର | ଜନତା |
| ଜଗତସିଂହପୁର | ପ୍ରଦ୍ୟୁମ୍ନ କିଶୋର ବଳ | ଜନତା |
| ପୁରୀ | ପଦ୍ମଚରଣ ସାମନ୍ତସିଂହାର | ଜନତା |
| ଭୁବନେଶ୍ୱର | ଶିବାଜୀ ପଟ୍ଟନାୟକ | ମାର୍କସବାଦୀ କମ୍ୟୁନିଷ୍ଟ |
| ଆସ୍କା | ରାମଚନ୍ଦ୍ର ରଥ | କଂଗ୍ରେସ |
| ବ୍ରହ୍ମପୁର | ଆର.ଜଗନ୍ନାଥ ରାଓ | କଂଗ୍ରେସ |
| କୋରାପୁଟ | ଗିରିଧର ଗମାଙ୍ଗ | କଂଗ୍ରେସ |
| ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ |
| କଳାହାଣ୍ଡି | ପ୍ରତାପ କେଶରୀ ଦେଓ | ସ୍ୱାଧୀନ |
| ଫୁଲବାଣୀ | ଶ୍ରୀବତ୍ସ ଦିଗାଲ | ଜନତା |
| ବଲାଙ୍ଗୀର | ଅଇଁଠୁ ସାହୁ | ଜନତା |
| ସମ୍ବଲପୁର | ଗଣନାଥ ପ୍ରଧାନ | ଜନତା |
| ଦେବଗଡ଼ | ପବିତ୍ର ମୋହନ ପ୍ରଧାନ | ଜନତା |
| ଢେଙ୍କାନାଳ | ଦେବେନ୍ଦ୍ର ନାଥ ଶତପଥୀ | ଜନତା |
| ସୁନ୍ଦରଗଡ଼ | ଦେବାନନ୍ଦ ଅମାତ | ଜନତା |
| କେନ୍ଦୁଝର | ଗୋବିନ୍ଦ ମୁଣ୍ଡା | ଜନତା |
ଲୋକସଭା ନିର୍ବାଚନରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପରାଜିତ ହେଲା । ଜନତାଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ମୋରାଜୀ ଭାଇ ଦେଶାଈଙ୍କ ନେତୃତ୍ୱରେ ମନ୍ତ୍ରି ମଣ୍ଡଳ ଗଠନ କଲେ । ଏପରିକି ତତ୍ କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ମଧ୍ୟ ରାଏବରେଲି ନିର୍ବାଚନ ମଣ୍ଡଳୀରୁ ସୋସାଲିଷ୍ଟ ନେତା ରାଜନାରାୟଣଙ୍କଦ୍ୱାରା ପରାସ୍ତ ହେଲେ । ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରୁ ଜରୁରୀ ପରିସ୍ଥିତି ଉଠାଇ ଦେଇ ମାର୍ଚ୍ଚ- ୨୨ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା
୨୦୮ . ଓଡ଼ିଶା ରାଜନୀତିର ଇତିହାସ