ଏମ୍.ଏଲ.ଏ ଥାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ଭଣ୍ଡାରୀ ପୋଖରୀ ବିଧାୟକ ବୈରାଗୀ ଜେନା, ରାଜନଗର ବିଧାୟକ ବିଜୁ ପଟ୍ଟନାୟକ; ପାଟଣାଗଡ଼ ବିଧାୟକ ଅଇଁଠୁ ସାହୁ; ବିଜେପୁର ବିଧାୟକ ଗଣନାଥ ପ୍ରଧାନ ଓ କେନ୍ଦୁଝର ବିଧାୟକ ଗୋବିନ୍ଦ ମୁଣ୍ଡା ଏହି ବିଧାୟକମାନେ କେଉଁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ତାହା ଏହା ପୂର୍ବରୁ ଉଲ୍ଲେଖ କରାଯାଇଛି ।
କେନ୍ଦ୍ରସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦିଆଯାଇ ରାଷ୍ଟ୍ରପତି ଶାସନ ଜାରି ହେଲା । ୧୯୭୭ ମସିହା ଜୁନ୍ମାସ ୧୦ତାରିଖରେ ଗୋଟିଏ ଦିନରେ ଓଡ଼ିଶାର ୧୪୭ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କେବଳ ୨୫ଟି ଆସନରେ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ଓ ୪ଟି ଆସନରେ ମାର୍କସବାଦୀ କମ୍ୟୁନିଷ୍ଟ ପ୍ରାର୍ଥୀ ବ୍ୟତୀତ କଂଗ୍ରେସ ଓ ଜନତାଦଳ ପ୍ରାର୍ଥୀଙ୍କ ଭିତରେ କୌଣସି ଅନ୍ୟ ଦଳୀୟ ପ୍ରାର୍ଥୀ ନଥିଲେ । ୨୮୨ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଏହି ନିର୍ବାଚନରେ ବିଭିନ୍ନ ଦଳରୁ ୧୭ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରି ସେମାନଙ୍କ ଭିତରୁ ମାତ୍ର ସାତଜଣ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ: ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଆନନ୍ଦ ମଞ୍ଜରୀ ଦେବୀ (ଜନତା); ଆଠଗଡ଼ରୁ ରାସ ମଞ୍ଜରୀ ଦେବୀ (ଜନତା); ଖଲ୍ଲିକୋଟରୁ ସୁଜ୍ଞାନ କୁମାରୀ ଦେଓ (ଜନତା); ବ୍ରହ୍ମପୁରରୁ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ), ଢେ଼ଙ୍କାନାଳରୁ ନନ୍ଦିନୀ ଶତପଥୀ (ଜନତା); ଝାରସୁଗୁଡାରୁ ସୈରୀନ୍ଦ୍ରୀ ନାୟକ (କଂଗ୍ରେସ), ଓ ପିପିଲିରୁ କିରଣ ଲେଖା ମହାନ୍ତି (ଜନତା) ।
ଏହି ବିଧାନସଭା ନିର୍ବାଚନରେ ଜନତାଦଳ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରି ୧୪୭ରୁ ୧୧୦ଟି ଆସନ ଲାଭ କଲା । ଭାରତୀୟ ଜାତୀୟ କଂଗ୍ରେସ-୨୬, କମ୍ୟୁନିଷ୍ଟ ପାର୍ଟି ଗୋଟିଏ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ସଦସ୍ୟମାନେ ନଅଗୋଟି ଆସନ ଲାଭ କଲେ । ଏ ବିଧାୟକମାନେ ଓ ସେମାନେ ନିର୍ବାଚିତ ହୋଇଥିବା ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା:
ସପ୍ତମ ବିଧାନସଭା ସଦସ୍ୟ (୧୯୭୭) :
କରଞ୍ଜିଆ | ରଘୁନାଥ ହେମ୍ବ୍ରମ୍ | ଜନତା | ||
ଯଶୀପୁର | କାହ୍ନୁରାମ ହେମ୍ବ୍ରମ | ଜନତା |
୨୧୦ . ଓଡ଼ିଶା ରାଜନୀତିର ଇତିହାସ