ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ସମ୍ବଲପୁର | ଝସ କେତନ ସାହୁ | ଜନତା ଦଳ |
| ବ୍ରଜରାଜନଗର | ଉପେନ୍ଦ୍ର ଦୀକ୍ଷିତ | କଂଗ୍ରେସ |
| ଝାରସୁଗୁଡା | ସୈରିନ୍ଦ୍ରୀ ନାୟକ | କଂଗ୍ରେସ |
| ଲାଇକେରା | ରାମେଶ୍ୱର ସିଂହନାୟକ | ଜନତା ଦଳ |
| କୁଚିଣ୍ଡା | ଜଗତେଶ୍ୱର ମିର୍ଦ୍ଧା | କଂଗ୍ରେସ |
| ରେଢ଼ାଖୋଲ | ବସନ୍ତ କୁମାର ମହାନନ୍ଦ | ଜନତା ଦଳ |
| ଦେବଗଡ | ଭାନୁଗଙ୍ଗ ତ୍ରିଭୁବନ ଦେଓ | ଜନତା ଦଳ |
| ସୁନ୍ଦରଗଡ | କିଶୋର ଚନ୍ଦ୍ର ପଟେଲ | କଂଗ୍ରେସ |
| ତଲସରା | ଇଗ୍ନେସ ମାଝି | ଜନତା ଦଳ |
| ରାଜଗାଙ୍ଗପୁର | ବ୍ରଜମୋହନ କିଶାନ | ଜନତା ଦଳ |
| ବୀରମିତ୍ରପୁର | ପ୍ରେମଚାନ୍ଦ ଭଗତ୍ | ଜନତା ଦଳ |
| ରାଉଲକେଲା | ବ୍ରଜକିଶୋର ମହାନ୍ତି | ଜନତା ଦଳ |
| ରଘୁନାଥ ପାଲି | ରବି ଦେହୁରି | ଜନତା ଦଳ |
| ବଣାଇ | ହେମନ୍ତ କୁମାର ସିଂହଦଣ୍ଡପାଟ | ଜନତା ଦଳ |
| ଚମ୍ପୁଆ | ସହରାଇ ଓରାମ | ଜନତା ଦଳ |
| ପାଟନା | ମହେଶ୍ୱର ମାଝି | ଜନତା ଦଳ |
| କେନ୍ଦୁଝର | କୁମର ମାଝି | ଜନତା ଦଳ |
| ତେଲକୋଇ | ନୀଳାଦ୍ରି ନାଏକ | ଜନତା ଦଳ |
| ରାମଚନ୍ଦ୍ରପୁର | କ୍ଷୀରୋଦ ପ୍ରସାଦ ସ୍ୱାଇଁ | ଜନତା ଦଳ |
| ଆନନ୍ଦପୁର | ମକର ସେଠି | ଜନତା ଦଳ |
ଜନତା ବିଧାୟକ ଦଳର ନେତା ଭାବରେ ନୀଳମଣି ରାଉତରାୟ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ୧୯୭୭ ଜୁନ ୨୬ ତାରିଖ ଦିନ ଶପଥ ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଏକ ପନ୍ଦର ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ସେହି ଦିନ ଶପଥ ଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ନ'ଜଣ କ୍ୟାବିନେଟ ଓ ଅନ୍ୟ ଛ'ଜଣ ରାଷ୍ଟ୍ରମନ୍ତ୍ରୀ ରହିଲେ । ଓଡ଼ିଶାର ରାଜ୍ୟପାଳ ହର ଚରଣ ସିଂହବ୍ରାର ଏହି ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଲେ । ସେହି ମନ୍ତ୍ରୀ ଓ ସେମାନଙ୍କର ବିଭାଗ ଗୁଡିକ ହେଲା:
କ୍ୟାବିନେଟ ମନ୍ତ୍ରୀ :
| ନୀଳମଣି ରାଉତରାୟ | : | ମୁଖ୍ୟମନ୍ତ୍ରୀ ଓ ପଲଟିକାଲ ଆଣ୍ଡ ସର୍ଭିସେସ୍, ଯୋଜନା ଓ |
| ସମନ୍ୱୟ ଓ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ |
ଓଡ଼ିଶା ରାଜନୀତିର ଇତିହାସ . ୨୧୫