ପୃଷ୍ଠା:Odisha Rajanitira Itihasa.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଉତରାୟ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ :

କୌଣସି କାରଣରୁ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମନ୍ତ୍ରୀମଣ୍ଡଳରୁ ନିଲମ୍ବିତ କରାଗଲା । ସେହିପରି ପ୍ରହ୍ଲାଦ ମଲ୍ଲିକ ଦଳରୁ ବାହାରି ଯାଇ ନୂତନ ଜନତା ଦଳ (ଓ)ର ନେତୃତ୍ୱ ନେବାରୁ ସେ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲେ । ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ଫଳରେ ତିନୋଟି କ୍ଯାବିନେଟ ମନ୍ତ୍ରୀ ପଦ ଖାଲିପଡିଲା । ଏଣୁ ମୁଖ୍ୟମନ୍ତ୍ରୀ ୧୯୭୯ ମସିହା ଅକ୍ଟୋବର ୨୫ ତାରିଖ ଦିନ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କଲେ । ଏହି ମନ୍ତ୍ରୀମଣ୍ଡଳରେ ସେ ଚାରିଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ନେଲେ । ସେମାନେ ହେଲେ ବୃନ୍ଦାବନ ନାୟକ, ଶରତ କୁମାର ଦେବ, ବେଦ ପ୍ରକାଶ ଅଗ୍ରୱାଲା ଓ ଜଗନ୍ନାଥ ମଲ୍ଲିକ । ଏହା ବ୍ୟତୀତ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କଲେ । ସେମାନେ ହେଲେ ଅଦୈତ ପ୍ରସାଦ ସିଂହ ଓ ଘାସିରାମ ମାଝି । ଫଳରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସଂଖ୍ୟା ହେଲା ବାର ।

ଏହି ସଂପ୍ରସାରଣ ମନ୍ତ୍ରୀମଣ୍ଡଳରେ ନୂଆକରି ନ'ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତ ରାୟ ଗ୍ରହଣ କଲେ । ସେମାନେ ହେଲେ, ରବି ସିଂହ ମାଝି, ଡାକ୍ତର ଦାମୋଦର ରାଉତ, କାଳିନ୍ଦୀ ଚରଣ ବେହେରା, ମହେଶ୍ୱର ବାଗ, ପ୍ରେମଚାନ୍ଦ ଭଗତ, ମୁରଲୀଧର ଗୁରୁ, ନବୀନ କୁମାର ପ୍ରଧାନ, ଶ୍ରୀକାନ୍ତ କୁମାର ଜେନା ଓ ରଘୁନାଥ ହେମ୍ର୍ୱମ । ଫଳରେ ରାଷ୍ଟ୍ରମନ୍ତ୍ରୀମାନଙ୍କର ସଂଖ୍ୟା ହେଲା ତେର । ସମୁଦାୟ କ୍ୟାବିନେଟରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପଚିଶଜଣ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ।

ଓଡ଼ିଶା ରାଜନୀତିର ଇତିହାସ . ୨୧୯