୧୯୮୦ ସପ୍ତମ ଲୋକସଭା ନିର୍ବାଚନ:
ଜାତୀୟ ସ୍ତରରେ ଜନତାଦଳ ବିଭାଜିତ ଥିବା ଅବସ୍ଥାରେ ଜାନୁଆରି ପ୍ରଥମ ସପ୍ତାହରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଘୋଷଣା ହେଲା । ଫଳରେ ଜନତା ପାର୍ଟିରେ ଥିବା ପୂର୍ବତନ ଜନସଂଘ ଦଳର ସଭ୍ୟମାନେ ଅଲଗା ହୋଇଯାଇ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂତନ ରାଜନୈତିକ ଦଳ ଗଠନ କଲେ । ଅନ୍ୟମାନେ ଏକାଠି ହୋଇ (ଅଣ କଂଗ୍ରେସ ଓ ଅଣ କମ୍ୟୁନିଷ୍ଟଙ୍କ ବ୍ୟତୀତ) 'ଲୋକଦଳ' ନାମରେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କଲେ । ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ହେଲା ପଦ୍ମଫୁଲ ଓ ଲୋକଦଳର ନିର୍ବାଚନ ସଂକେତ ହେଲା 'ମହିଳା' । ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ଜନତା ଦଳକୁ ଜନତା (ଏସ) ବୋଲି କୁହାଯାଉଥିଲା । ଏହି ଜନତା ଦଳକୁ ଲୋକଦଳ ନାମରେ ନାମିତ କରିବାପାଇଁ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏଥିରେ କମିଶନର ରାଜି ହୋଇନଥିଲେ । ଫଳରେ ଲୋକଦଳ ପ୍ରାର୍ଥୀମାନେ ଜନତା (ଏସ)ର ନିର୍ବାଚନ ସଂକେତ 'ମହିଳା' ଚିହ୍ନରେ ନିର୍ବାଚନ ଲଢ଼ିିଥିଲେ ।
ଓଡ଼ିଶାର ସପ୍ତମ ଲୋକସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ (ଇ) ୨୧ଟି ଆସନରୁ ୨୦ଟି ଆସନ ଲାଭ କଲା । କେବଳ କେନ୍ଦ୍ରାପଡା ଲୋକସଭା ଆସନରୁ ଲୋକଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ଆସିଲେ । ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଲୋକସଭା ସଦସ୍ୟମାନେ ହେଲେ
ସପ୍ତମ ଲୋକସଭା ସଦସ୍ୟ (୧୯୮୦) :
ମୟୂରଭଞ୍ଜ | ମନମୋହନ ଟୁଡୁ | କଂଗ୍ରେସ(ଇ) |
ବାଲେଶ୍ୱର | ଚିନ୍ତାମଣି ଜେନା | କଂଗ୍ରେସ(ଇ) |
ଭଦ୍ରକ | ଅର୍ଜୁନ ସେଠି | କଂଗ୍ରେସ(ଇ) |
ଯାଜପୁର | ଅନାଦି ଚରଣ ଦାସ | କଂଗ୍ରେସ(ଇ) |
କେନ୍ଦ୍ରାପଡା | ବିଜୟାନନ୍ଦ ପଟ୍ଟନାୟକ | ଲୋକଦଳ |
କଟକ | ଜାନକୀ ବଲ୍ଲଭ ପଟ୍ଟନାୟକ | କଂଗ୍ରେସ(ଇ) |
ଜଗତସିଂହପୁର | ଲକ୍ଷ୍ମଣ ମଳିକ | କଂଗ୍ରେସ(ଇ) |
ପୁରୀ | ବ୍ରଜମୋହନ ମହାନ୍ତି | କଂଗ୍ରେସ(ଇ) |
ଭୁବନେଶ୍ୱର | ଚିନ୍ତାମଣି ପାଣିଗ୍ରାହୀ | କଂଗ୍ରେସ(ଇ) |
ଆସ୍କା | ରାମଚନ୍ଦ୍ର ରଥ | କଂଗ୍ରେସ(ଇ) |
ବ୍ରହ୍ମପୁର | ଆର ଜଗନ୍ନାଥ ରାଓ | କଂଗ୍ରେସ(ଇ) |
କୋରାପୁଟ | ଗିରିଧାରୀ ଗମାଙ୍ଗ | କଂଗ୍ରେସ(ଇ) |
୨୨୦ . ଓଡ଼ିଶା ରାଜନୀତିର ଇତିହାସ