ପୃଷ୍ଠା:Odisha Rajanitira Itihasa.pdf/୨୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ(ଇ)
କଳାହାଣ୍ଡି ରାସବିହାରୀ ବେହେରା କଂଗ୍ରେସ(ଇ)
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ(ଇ)
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ(ଇ)
ସମ୍ବଲପୁର ଡାକ୍ତର କୃପାସିନ୍ଧୁ ଭୋଇ କଂଗ୍ରେସ(ଇ)
ଦେବଗଡ ନାରାୟଣ ସାହୁ କଂଗ୍ରେସ(ଇ)
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ(ଇ)
ସୁନ୍ଦରଗଡ଼ ଖ୍ରୀଷ୍ଟଫୋର ଏକ୍କା କଂଗ୍ରେସ(ଇ)
କେନ୍ଦୁଝର ହରିହର ସୋରେନ କଂଗ୍ରେସ(ଇ)

ଜାନକୀ ବାବୁ କଟକ ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ଜୟଯୁକ୍ତ ହୋଇଥିଲେ । ଜାନକୀ ବାବୁ କାହିିିଁକି ଏହି ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ, ସେ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜାନକୀବଲ୍ଲଭ ପଟ୍ଟନାୟକ :

ଜାନକୀବାବୁ ୧୯୮୦ ମସିହା ସପ୍ତମ ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ବିପୁଳ ଭୋଟରେ ବିଜୟ ଲାଭ କରି ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ପର୍ଯ୍ୟଟନ, ବେସାମରିକ ବିମାନଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ପଦଲାଭ କଲେ । ଏହିସବୁ ମନ୍ତ୍ରଣାଳୟରେ ଅଳ୍ପ ଦିନ ସେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରି ଉଚ୍ଚ ପ୍ରଶଂସିତ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍‍ ନିକଟତର ହୋଇଗଲେ ।

ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳ ବରଖାସ୍ତ :

ପୂର୍ବରୁ ୧୯୭୭ ମସିହା ଲୋକସଭା ନିର୍ବାଚନରେ ଜନତାଦଳର ବିପୁଳ ବିଜୟ ଘଟିିଥିଲା । ଫଳରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ ହୋଇଥିଲା । ଏହି କେନ୍ଦ୍ର ସରକାର ସେହି ସମୟରେ ଓଡ଼ିଶା ସମେତ ନ'ଟି ରାଜ୍ୟର କଂଗ୍ରେସ ସରକାରକୁ ବରଖାସ୍ତ କରିଦେଇଥିଲେ । ଯାହା ଫଳରେ କି ଓଡ଼ିଶାର ତତ୍‍କାଳୀନ ବିନାୟକ ଆଚାର୍ଯ୍ୟଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳର ପତନ ଘଟିିଥିଲା । ଓଡ଼ିଶା ସମେତ ଏହି ନ'ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୮୦ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ (ଇ) ଦଳର ବିପୁଳ ବିଜୟ ଘଟିଲା । କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ କରାଗଲା । ଫଳରେ ସେହି ନଜିର ଦେଖାଇ ଏହି

ସରକାର ବିଭିନ୍ନ ରାଜ୍ୟରେ ଥିବା ଅଣକଂଗ୍ରେସ ସରକାରଗୁଡିକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ଗ୍ରହଣ

ଓଡ଼ିଶା ରାଜନୀତିର ଇତିହାସ . ୨୨୧