ପୃଷ୍ଠା:Odisha Rajanitira Itihasa.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଳ୍ପକାଳ ମଧ୍ୟରେ ବିପୁଳ ବେଗରେ ଅଗ୍ରଗତି କରିପାରିବ ତାହାହିଁ ହେଉଛି ଆମର ଲକ୍ଷ୍ୟ । ଓଡ଼ିଶାର ଯୁବଶକ୍ତି ମଧ୍ୟରୁ ନିରାଶା ଦୂରକରି ଜାତିର ଅଗ୍ରଗତି ଓ କଲ୍ୟାଣପାଇଁ ସେମାନଙ୍କୁ ଯେପରି ନିୟୋଜିତ କରାଯାଇ ପାରିବ, ତାହାହିଁ ହେଉଛି ଆମର ଲକ୍ଷ୍ୟ ।

ଏହି ସରକାର ଦୁର୍ବଳ ଶ୍ରେଣୀର ରକ୍ଷକ ଭାବରେ ଆଇନ ଶୃଙ୍ଖଳା ରକ୍ଷାଲାଗି ଶାସନରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବାପାଇଁ ସର୍ବାଧିକ ଦୃଷ୍ଟି ଦେବ । ଶାସନ କଳକୁ ଅଧିକ ଦକ୍ଷ, ଜନକଲ୍ୟାଣ ଯୁକ୍ତ ଓ ଦୁର୍ନୀତିମୁକ୍ତ କରିବାର ଉଦ୍ୟମ କରିବ ।

ଓଡ଼ିଶାର ଜନସାଧାରଣ ଏହି ସରକାରକୁ ସମସ୍ତ ଶକ୍ତି ଦେଇଛନ୍ତି । ଏଣୁ ଏ ସରକାର ସଦା ସର୍ବଦା ନିଜକୁ ସେମାନଙ୍କର ସେବକ ରୂପେ, ଟ୍ରଷ୍ଟି ମନେକରି କାର୍ଯ୍ୟ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ଏବଂ ପୁଣି ଥରେ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି । ମୁଁ ଆଶା କରୁଛି, ବିରୋଧୀ ଦଳର ବନ୍ଧୁଗଣ ଓଡ଼ିଶାର ନବ ନିର୍ମାଣରେ ଏହି ନୂତନ ସରକାର ସହିତ ସହଯୋଗ କରିବେ । କାରଣ ଆମର ଲକ୍ଷ୍ୟ ସାର୍ବଜନୀନ । 'ଜୟ ହିନ୍ଦ୍‍' ।

ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚନ :

୧୯୮୦ ମସିହା ଜୁନ୍‍ ୧୨ ତାରିଖରେ ସୋମନାଥ ରଥ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ଜୁଲାଇ ୨ ତାରିଖରେ ହିମାଂଶୁ ଶେଖର ପାଢ଼ୀ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୧୯୮୪ ମସିହା ଫେବ୍ରୁଆରି ୧୧ ତାରିଖ ଦିନ ସେମାନାଥ ରଥ ଓଡିଶା ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ଫଳରେ ତାଙ୍କ ସ୍ଥାନରେ ୧୯୮୪ ମସିହା ଫେବ୍ରୁଆରି ୨୨ ତାରିଖରେ ପ୍ରସନ୍ନ କୁମାର ଦାସ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ।

ବିରୋଧୀ ଦଳର ନେତା :

କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ଆସନ ସଂଖ୍ୟା ବିଧାନସଭାରେ ହାସଲ କରି ନ ଥିବାରୁ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ଗଠନ ସମ୍ଭବ ହୋଇ ପାରିଲା ନାହିଁ । ଲୋକଦଳ ବା ଜନତା (ଏସ୍‍) ଦଳରୁ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ଫଳରେ ବିଧାନସଭାରେ ସେହି ଦଳର ସଭ୍ୟ ସଂଖ୍ୟା ୧୧କୁ ଖସି ଆସିଲା । ୧୯୮୩ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ଜନତା ଦଳ (ଏସ୍‍) ଓ ଜନତା (ଜେପି) ଦଳର ମିଶ୍ରଣ ଘଟିବା ପରେ ଜନତା ଦଳ ଭାବରେ ନୂତନ ଏକ ରାଜନୈତିକ ଦଳ ସୃଷ୍ଟି ହେଲ। । ଏହି ଦଳର ସଭ୍ୟ ସଂଖ୍ୟା ହେଲ। ୧୪ । ଶରତ ଦେବ ହେଲେ ଏହି ଜନତା ବିଧାୟକ ଦଳର ନେତା । ଏହା ପରେ ୧୯୮୪ ଏପ୍ରିଲ ୨ ତାରିଖ ଦିନ ଜନତା ଦଳର ସଭ୍ୟ ଓ କମ୍ୟୁନିଷ୍ଟ ପାର୍ଟିର କେତେଜଣ ସଭ୍ୟଙ୍କୁ ନେଇ ଇଉନାଇଟେଡ୍‍ ବିଧାୟକ ଦଳ ଗଠନ କରାଗଲା । ଶରତ ଦେବ ମଧ୍ୟ ଏହି ମିଳିତ ସାମ୍ମୁଖ୍ୟ

ଓଡ଼ିଶା ରାଜନୀତିର ଇତିହାସ . ୨୩୩