ବିଧାୟକ ଦଳରେ ଆବଶ୍ୟକୀୟ ସଂଖ୍ୟକ ସଭ୍ୟ ରହିବାରୁ ବିରୋଧୀ ଦଳ ନେତାର ମାନ୍ୟତା ଲାଭ କଲେ । ପରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନେ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେଲେ । ଗାଣତନ୍ତ୍ରିକ ସମାଜବାଦୀ ଦଳର କିଛି ସଭ୍ୟ ଏହି ମିଳିତ ସାମ୍ମୁଖ୍ୟ ବିଧାୟକ ଦଳକୁ ସମର୍ଥନ କରିବାରୁ ବିରୋଧୀ ଦଳ ନେତାଙ୍କ ସ୍ଥିତିରେ କୌଣସି ଆଞ୍ଚ ଆସିଲା ନାହିିଁ । ୧୯୮୪ ମସିହା ସେପ୍ଟେମ୍ବର ୫ତାରିଖରେ କଂଗ୍ରେସ (ଆଇ) ଦଳର ଦୁଇଜଣ ସଦସ୍ୟ ଇସ୍ତଫା ପ୍ରଦାନ କରି ଗାଣତନ୍ତ୍ରିକ ସମାଜବାଦୀ ପାର୍ଟି ଗଠନ କଲେ ।
ଉପନିର୍ବାଚନ :
ନିମାପଡା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ନିର୍ବାଚନ ସମୟରେ ପରଲୋକ ଘଟିବାରୁ ନିମାପଡା ବିଧାନସଭା ଆସନଟିରେ ନିର୍ବାଚନ ନ ହୋଇ ଖାଲି ରହିଲା । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକସଭା ଆସନର ସଭ୍ୟ ଥାଇ ବିଧାନସଭା ନିର୍ବାଚନରେ ପାଟକୁରା ବିଧାନସଭା ଆସନରୁ ବିଜୟ ଲାଭ କରିିଥିଲେ । ଏଣୁ ସେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ରଖି ପାଟକୁରା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ ପାଟକୁରା ବିଧାନସଭା ଆସନଟି ଖାଲି ହୋଇଗଲା । ଜାନକୀବଲ୍ଲଭ ପଟ୍ଟନାୟକ ବିଧାନସଭାର ସଦସ୍ୟ ନ ଥାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କୁ ଛ'ମାସ ମଧ୍ୟରେ କୌଣସି ଏକ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ । ଏଣୁ ଆଠଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ (ଆଇ) ସଦସ୍ୟ ରସାନନ୍ଦ ସାହୁ ବିଧାୟକ ପଦରୁ ଇସ୍ତଫା ଦେଲେ- ଏହି ଆସନରୁ ଜାନକୀବାବୁ ନିର୍ବାଚିତ ହୋଇ ଆସିବା ପାଇଁ । ଫଳରେ ଆଠଗଡ଼ ବିଧାନସଭା ଆସନଟି ଖାଲି ପଡ଼ିଲା । କାକଟପୁର, ପାଟକୁରା ଓ ଆଠଗଡ଼ ବିଧାନସଭା ନିମନ୍ତେ ୧୯୮୦ ମସିହା ନଭେମ୍ବର ୨୩ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେଲା ।
ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ (ଆଇ) ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମୁ୍ୟନିଷ୍ଟ ପ୍ରାର୍ଥୀ ବ୍ରହ୍ମାନନ୍ଦ ମଲ୍ଲିକଙ୍କୁ ହରାଇ ନିର୍ବାଚିତ ହେଲେ । ପାଟକୁରା ବିଧାନସଭା ଆସନରୁ ଲୋକଦଳର ପ୍ରାର୍ଥୀ (ଜନତା ଏସ୍) ବିଜୟ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ (ଆଇ) ପ୍ରାର୍ଥୀ ଗୟାଚାନ୍ଦ ଭୂୟାଁଙ୍କୁ ହରାଇ ନିର୍ବାଚିତ ହେଲେ । ଆଠଗଡ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ (ଆଇ) ପ୍ରାର୍ଥୀ ଭାବରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ) ପ୍ରାର୍ଥୀ ଶରତ କରଙ୍କୁ ହରାଇ ନିର୍ବାଚିତ ହେଲେ । ଜାନକୀବଲ୍ଲଭ ପଟ୍ଟନାୟକ ୪୮,୪୮୯ ଭୋଟ ପାଇଥିବା ବେଳେ ଶ୍ରୀ କର ମାତ୍ର ୯,୨୦୭ଟି ଭୋଟ ପାଇଥିଲେ ।
ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟଲାଭ କରିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ କଟକ ଲୋକସଭା ଆସନ ନିମନ୍ତେ ୧୯୮୧ ମସିହା ଜୁନ ମାସରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ କଂଗ୍ରେସ୨୩୪ . ଓଡ଼ିଶା ରାଜନୀତିର ଇତିହାସ