ପୃଷ୍ଠା:Odisha Rajanitira Itihasa.pdf/୨୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ତ୍ରିମଣ୍ଡଳରେ ଅଦଳବଦଳ :

ରାଜସ୍ୱ ଓ ଅବକାରୀ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ୧୯୮୧ ମସିହା ଜୁଲାଇ ୧୪ତାରିଖରେ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ ରାଷ୍ଟ୍ରମନ୍ତ୍ରୀ କୃଷ୍ଣଚରଣ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୨ ମସିହା ଏପ୍ରିଲ ୧୪ତାରିଖରେ ବରଖାସ୍ତ କଲେ । ବାଣିଜ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦୟାନିଧି ନାୟକ ଓ ଯୋଜନା ସମନ୍ୱୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଲଳିତ ମୋହନ ଗାନ୍ଧୀ ୧୯୮୪ ମସିହା ଫେବ୍ରୁଆରି ୧୦ ତାରିଖରେ ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ଫେବ୍ରୁଆରି ୧୧ ତାରିଖରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇ ସେଥିରେ ବାଚସ୍ପତି ସୋମନାଥ ରଥଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇ ତାଙ୍କୁ କୃଷି ବିଭାଗ ଦାୟିତ୍ୱ ପ୍ରଦାନ କରାଗଲା । ହେଲେ ଶ୍ରୀ ରଥ ମନ୍ତ୍ରୀ ପଦରୁ ଡିସେମ୍ବର ୩୧ ତାରିଖରେ ଇସ୍ତଫା ପ୍ରଦାନ କଲେ ।

୧୯୮୫ ମସିହା ଫେବ୍ରୁଆରି ୧୨ ତାରିଖରେ ଅର୍ଥ ଓ ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ ଓ ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ କୁଆଁରିଆ ମାଝି ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ।

ଏହା ପରେ ମାର୍ଚ୍ଚ ମାସ ୮ ତାରିଖରେ ଶିଳ୍ପ, ଖାଦ୍ୟ ଓ ଯୋଗାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ, ଯଦିଓ ମନ୍ତ୍ରିମଣ୍ଡଳ ୧୯୮୫ ମସିହା ମାର୍ଚ୍ଚ ମାସ ୯ତାରିଖରେ ଭଙ୍ଗ ହୋଇଥିଲା । ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କ ଇସ୍ତଫା ପ୍ରଦାନଯୋଗୁଁ ମନ୍ତ୍ରୀମାନଙ୍କ ବିଭାଗରେ କିଛି କିଛି ଅଦଳବଦଳ ଘଟୁଥିଲା ।

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଭଳି ଏକ ଦୁଃଖଦ ଘଟଣା ଏହି ସମୟରେ ଘଟିିଥିଲା । ୧୯୮୪ ମସିହା ଅକ୍ଟୋବର ୨୯ ତାରିଖରେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାରୁ ବିଦାୟ ନେବା ସମୟରେ୨୩୬ . ଓଡ଼ିଶା ରାଜନୀତିର ଇତିହାସ