ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟମ ଲୋକସଭା ନିମନ୍ତେ ଓଡ଼ିଶାର ୨୧ଟି ଯାକ ଆସନ ପାଇଁ ୧୯୮୪ ମସିହା ଡିସେମ୍ବର ୧୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଲା । ୨୧ଟି ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ୨୦ଟି ଆସନ ଲାଭକରି ବିପୁଳ ବିଜୟର ଅଧିକାରୀ ହେଲା । ଗୋଟିଏ ମାତ୍ର ଆସନରେ ଜନତାଦଳର ପ୍ରାର୍ଥୀ ବିଜୟାନନ୍ଦ ପଟ୍ଟନାୟକ ବିଜୟଲାଭ କଲେ । ସେହି ଆସନଟି ହେଲା କେନ୍ଦ୍ରାପଡ଼ା ଲୋକସଭା ଆସନ । ୨୧ଟି ଆସନପାଇଁ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୧୧୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ ଦଳର ୨୧ ଜଣ, ଜନତା ଦଳର ୧୯ଜଣ, ଲୋକଦଳର ୫ଜଣ, ଭାରତୀୟ ଜନତା ଦଳର ୪ଜଣ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ଲେଖାଏଁ ଓ ୬୩ଜଣ ସ୍ୱାଧୀନ ପ୍ରାର୍ଥୀ ।
ନବମ ଲୋକସଭା ସଦସ୍ୟ (୧୯୮୪) :
ମୟୂରଭଞ୍ଜ | ସିଦ୍ଧଲାଲ ମୁର୍ମୁ | କଂଗ୍ରେସ |
ବାଲେଶ୍ୱର | ଚିନ୍ତାମଣି ଜେନା | କଂଗ୍ରେସ |
ଭଦ୍ରକ | ଅନନ୍ତ ପ୍ରସାଦ ସେଠି | କଂଗ୍ରେସ |
ଯାଜପୁର | ଅନାଦି ଚରଣ ଦାସ | କଂଗ୍ରେସ |
କେନ୍ଦ୍ରାପଡ଼ା | ବିଜୟାନନ୍ଦ ପଟ୍ଟନାୟକ | ଜନତା |
କଟକ | ଜୟନ୍ତୀ ପଟ୍ଟନାୟକ | କଂଗ୍ରେସ |
ଜଗତସିଂହପୁର | ଲକ୍ଷ୍ମଣ ମଲ୍ଲିକ | କଂଗ୍ରେସ |
ପୁରୀ | ବ୍ରଜମୋହନ ମହାନ୍ତି | କଂଗ୍ରେସ |
୨୩୮ . ଓଡ଼ିଶା ରାଜନୀତିର ଇତିହାସ