ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୮୦ ମସିହା ନିର୍ବାଚନରେ କଂଗ୍ରେସ ଦଳ ବିଧାନସଭାରେ ଅଧିକାର କରିଥିବା ୧୧୭ଟି ଆସନକୁ ଏହି ନିର୍ବାଚନରେ ବଜାୟ ରଖିଲା । ଅନ୍ୟ ଦଳମାନଙ୍କ ମଧ୍ୟରେ ଜନତା ପାର୍ଟି-୧୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧, ଭାରତୀୟ ଜନତା ପାର୍ଟି-୧ ଓ ସ୍ୱାଧୀନ ସଭ୍ୟମାନେ ୭ଟି ଆସନ ଲାଭ କଲେ । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରି ଦୁଇଟି ଯାକରେ ବିଜୟୀ ହୋଇ ଆଠଗଡ଼ ନିର୍ବାଚନ ମଣ୍ଡଳୀକୁ ରଖି ଖୋର୍ଦ୍ଧା ଆସନରୁ ଇସ୍ତଫା ପ୍ରଦାନ କଲେ । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ହେଲେ :
ନବମ ବିଧାନସଭା ସଦସ୍ୟ (୧୯୮୫) :
| କରଞ୍ଜିଆ | କରୁଣାକର ନାୟକ | କଂଗ୍ରେସ |
| ଯଶୀପୁର | ଶମ୍ଭୁନାଥ ନାୟକ | ସ୍ୱାଧୀନ |
| ବାହଲଦା | ଭାଗେ ଗୋବର୍ଦ୍ଧନ | ଜନତା ଦଳ |
| ରାଇରଙ୍ଗପୁର | ଭବେନ୍ଦ୍ରନାଥ ମାଝି | କଂଗ୍ରେସ |
| ବାଙ୍ଗୀରପୋଷି | କାନ୍ଗୋଇ ସିଂହ | କଂଗ୍ରେସ |
| କୁଳିଅଣା | ସରସ୍ୱତୀ ହେମ୍ବ୍ରମ | କଂଗ୍ରେସ |
| ବାରିପଦା | ପ୍ରସନ୍ନ କୁମାର ଦାସ | କଂଗ୍ରେସ |
| ବଇସିଙ୍ଗା | ପୃଥୁନାଥ କିସ୍କୁ | କଂଗ୍ରେସ |
| ଖୁଣ୍ଟା | ବୀରାମ ମୁର୍ମୁ | କଂଗ୍ରେସ |
| ଉଦଳା | ରାବଣେଶ୍ୱର ମଢେ଼ଇ | କଂଗ୍ରେସ |
| ଭୋଗରାଇ | ଉମାରାଣୀ ପାତ୍ର | କଂଗ୍ରେସ |
| ଜଳେଶ୍ୱର | ଯୁଧିଷ୍ଠିର ଜେନା | କଂଗ୍ରେସ |
| ବସ୍ତା | ଭୂପାଳ ମହାପାତ୍ର | କଂଗ୍ରେସ |
| ବାଲେଶ୍ୱର | ଗୋପନାରାୟଣ ଦାସ | କଂଗ୍ରେସ |
| ସୋରୋ | ଯଦୁନାଥ ଦାଶ ମହାପାତ୍ର | କଂଗ୍ରେସ |
| ସିମୂଳିଆ | ପଦ୍ମଲୋଚନ ପଣ୍ଡା | କଂଗ୍ରେସ |
| ନୀଳଗିରି | ସୁକୁମାର ନାୟକ | କଂଗ୍ରେସ |
| ଭଣ୍ଡାରିପୋଖରୀ | ପଞ୍ଚାନନ ମଣ୍ଡଳ | କଂଗ୍ରେସ |
| ଭଦ୍ରକ | ଯୁଗଳ କିଶୋର ପଟ୍ଟନାୟକ | କଂଗ୍ରେସ |
| ଧାମନଗର | ଜଗନ୍ନାଥ ରାଉତ | କଂଗ୍ରେସ |
| ଚାନ୍ଦବାଲି | ନେତ୍ରାନନ୍ଦ ମଲ୍ଲିକ | କଂଗ୍ରେସ |
| ବାସୁଦେବପୁର | ମଧୁସୂଦନ ପାଣିଗ୍ରାହୀ | କଂଗ୍ରେସ |
୨୪୦ . ଓଡ଼ିଶା ରାଜନୀତିର ଇତିହାସ