| ଯାଜପୁର | ଅନାଦି ଚରଣ ଦାସ | ଜନତା ଦଳ |
| କେନ୍ଦ୍ରାପଡ଼ା | ରବି ରାୟ | ଜନତା ଦଳ |
| କଟକ | ଶ୍ରୀକାନ୍ତ ଜେନା | ଜନତା ଦଳ |
| ଜଗତସିଂହପୁର | ଲୋକନାଥ ଚୌଧୁରୀ | କମ୍ୟୁନିଷ୍ଟ |
| ପୁରୀ | ନୀଳମଣି ରାଉତରାୟ | ଜନତା ଦଳ |
| ଭୁବନେଶ୍ୱର | ଶିବାଜୀ ପଟ୍ଟନାୟକ | ମାର୍କ୍ସବାଦୀ କମ୍ୟୁ. |
| ଆସ୍କା | ଅନନ୍ତ ନାରାୟଣ ସିଂହଦେଓ | ଜନତା ଦଳ |
| ବ୍ରହ୍ମପୁର | ଗୋପୀନାଥ ଗଜପତି ନାରାୟଣ ଦେବ | କଂଗ୍ରେସ |
| କୋରାପୁଟ | ଗିରିଧର ଗମାଙ୍ଗ | କଂଗ୍ରେସ |
| ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ |
| କଳାହାଣ୍ଡି | ଭକ୍ତଚରଣ ଦାସ | ଜନତା ଦଳ |
| ଫୁଲବାଣୀ | ନକୁଳ ନାୟକ | ଜନତା ଦଳ |
| ବଲାଙ୍ଗୀର | ବାଳଗୋପାଳ ମିଶ୍ର | ଜନତା ଦଳ |
| ସମ୍ବଲପୁର | ଭବାନୀ ଶଙ୍କର ହୋତା | ଜନତା ଦଳ |
| ଦେବଗଡ଼ | ରବି ନାରାୟଣ ପାଣି | ଜନତା ଦଳ |
| ଢେଙ୍କାନାଳ | ଭଜମନ ବେହେରା | ଜନତା ଦଳ |
| ସୁନ୍ଦରଗଡ଼ | ଦେବାନନ୍ଦ ଅମାତ | ଜନତା ଦଳ |
| କେନ୍ଦୁଝର | ଗୋବିନ୍ଦ ଚନ୍ଦ୍ର ମୁଣ୍ଡା | ଜନତା ଦଳ |
ସପ୍ତମ ଲୋକସଭା (୧୯୮୦) ଓ ଅଷ୍ଟମ ଲୋକସଭା (୧୯୮୪)ରେ ଯାଜପୁର ଲୋକସଭା ଆସନରୁ ଅନାଦି ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ଆସିିଥିଲେ । କିନ୍ତୁ ସେ ୧୯୮୯ ନବମ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ତ୍ୟାଗ କରି ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେଲେ । ସେହିପରି ଭଜମନ ବେହେରା ଭାରତୀୟ ଜାତୀୟ କଂଗ୍ରେସ ତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ସେହି ଦଳର ପ୍ରାର୍ଥୀ ଭାବେ ଢେ଼ଙ୍କାନାଳ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ ।
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା :
ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ବିପର୍ଯ୍ୟୟ ଘଟିଲା । ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ୧୯୮୯ ମସିହା ଡିସେମ୍ବର ୭ ତାରିଖ ଦିନ ଜାନକୀ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ପ୍ରଦାନ କଲେ ।
ସେ ସାମ୍ବାଦିକ ସମ୍ମିଳନୀ ଡକାଇ ଇସ୍ତଫା ଦେଇଥିବା କଥା ଦୃଢ଼ ଭାବରେ ଘୋଷଣା କରିିଥିଲେ ।
ଓଡ଼ିଶା ରାଜନୀତିର ଇତିହାସ . ୨୫୧