ପୃଷ୍ଠା:Odisha Rajanitira Itihasa.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୯୧ ମସିହା ଜାନୁଆରି ପହିଲାରେ ପୁନର୍ବାର ବିଜୁ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ । ଏହି ସଂପ୍ରସାରଣରେ ସେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୬ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମିଲ କଲେ । କ୍ୟାବିନେଟ ମନ୍ତ୍ରୀମାନେ ହେଲେ ଡ. ପ୍ରସନ୍ନ ପାଟ୍ଟଶାଣୀ, ଅନଙ୍ଗ ଉଦୟ ସିଂହଦେଓ, ବେଦପ୍ରକାଶ ଅଗ୍ରଓ୍ୱାଲ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ପଦୋନ୍ନତି ପ୍ରଦାନ କରି ଯେଉଁମାନଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା; ସେମାନେ ହେଲେ ଦିଲ୍ଲୀପ ରାୟ, ସୟଦ ମୁସ୍ତାଫିଜ ଅହମଦ୍‍ ଓ ପ୍ରସନ୍ନ ଆଚାର୍ଯ୍ୟ । ସେହି ପରି ରାଷ୍ଟ୍ରମନ୍ତ୍ରୀ ପଦବୀରେ ପଦ୍ମନାଭ ବେହେରାଙ୍କୁ ଉପମନ୍ତ୍ରୀରୁ ଉନ୍ନୀତ କରାଗଲା । ଏତଦ୍‍ବ୍ୟତୀତ ଯେଉଁମାନେ ନୂତନ ଭାବରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଲାଭ କଲେ ସେମାନେ ହେଲେ ବସନ୍ତ କୁମାର ମହାନନ୍ଦ, କାଳିନ୍ଦୀ ଚରଣ ବେହେରା (୭.୧.୧୯୯୧ରେ) କିରଣ ଚନ୍ଦ୍ର ସିଂହଦେଓ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ୧୭.୧.୧୯୯୧) ରଘୁନାଥ ହେମ୍ବ୍ରମ ଓ ତ୍ରିନାଥ ନାୟକ । ଏହି ସଂପ୍ରସାରଣ ଫଳରେ ମନ୍ତ୍ରିପରିଷଦର ସଭ୍ୟସଂଖ୍ୟା ୨୬ରୁ ୩୭କୁ ବୃଦ୍ଧି ପାଇଲା ।

୧୯୯୩ ମସିହା ଜାନୁଆରି ୪ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କ ବିଭାଗରେ ସାମାନ୍ୟ ଅଦଳବଦଳ କଲେ । ଏହି ଅଦଳବଦଳରେ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଗ୍ରାମ ଉନ୍ନୟନ ବିଭାଗ କାଢି ନେଇ କୃଷି ବିଭାଗ ପ୍ରଦାନ କଲେ । ଏହି ସମୟରେ ବିଶ୍ୱଭୂଷଣ ହରିଚନ୍ଦନ, ଶରତ କୁମାର କର ଓ ଜଗନ୍ନାଥ ମଲ୍ଲିକଙ୍କ ବିଭାଗରେ ମଧ୍ୟ ଅଦଳବଦଳ କରାଗଲା । ଫଳରେ ଏହି ୪ଜଣ ଯାକ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ପ୍ରଦାନ କଲେ । ସେମାନେ ଭାବିିଥିଲେ ଯେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକି ଆଲୋଚନା କରିବେ । ହେଲେ ମୁଖ୍ୟମନ୍ତ୍ରୀ ତାହା ନକରି ସେମାନଙ୍କ ଇସ୍ତଫା ପତ୍ରଗୁଡିକୁ ଗ୍ରହଣ କରିନେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଦେଲେ । ଫଳରେ ଏହି ଚାରିଜଣ ଯାକ ମନ୍ତ୍ରୀ ଜାନୁଆରି ୨୨ ତାରିଖରୁ ମନ୍ତ୍ରିମଣ୍ଡଳରୁ ଅନ୍ତର ହୋଇଗଲେ । ଏହିଠାରୁ ହିିଁ ଜନତା ଦଳରେ ଗୋଷ୍ଠୀ ବିବାଦର ସୂତ୍ରପାତ ହୋଇଥିଲା । ସେହି ବିବାଦ ଶେଷଯାଏ ରହିିଲା ଓ ତାକୁ ବିଜୁବାବୁ ସମାଧାନ କରିପାରି ନଥିଲେ ।

ଦଶମ ଲୋକସଭା ନିର୍ବାଚନ (୧୯୯୧) :

୧୯୯୧ ମସିହାରେ ହେବାକୁ ଥିବା ଦଶମ ଲୋକସଭା ନିର୍ବାଚନରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାମିଲନାଡୁରେ ଦଳୀୟ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବା ସମୟରେ ଏକ 'ମାନବ ବୋମା' ବିସ୍ଫୋରଣରେ ପ୍ରାଣ ହରାଇଲେ । ସେହି ଦିବସଟି ଥିଲା ୧୯୯୧

ଓଡ଼ିଶା ରାଜନୀତିର ଇତିହାସ ୨୬୩