ପୃଷ୍ଠା:Odisha Rajanitira Itihasa.pdf/୨୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାରିଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ପୁରୀ ଜିଲ୍ଲାକୁ ତିନି ଭାଗରେ ଏବଂ ବାଲେଶ୍ୱର, ଢେ଼ଙ୍କାନାଳ, ଗଞ୍ଜାମ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଦୁଇଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ସୁନ୍ଦରଗଡ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜିତ କରାଗଲା ନାହିିଁ । ଓଡ଼ିଶାକୁ ୩୦ ଜିଲ୍ଲାରେ ପରିଣତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚ।ଇବା ଓ ଜନସାଧାରଣଙ୍କୁ ଉତ୍ତମ ଶାସନ ପ୍ରଦ।ନ କରିବ। । କିନ୍ତୁ ସବ୍‍ଡିଭିଜନ୍‍,ବ୍ଲକ ଓ ତହସିଲ ପୁନର୍ଗଠନ କରିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିିଁ । ଏ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ ନୂତନ ସବ୍‍ଡିଭିଜନ ଓ ବ୍ଲକ୍‍ ପ୍ରତିଷ୍ଠା ହୋଇପାରି ନାହିିଁ ବା ସେିନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇ ନାହିିଁ । ଯେଉଁ କେତୋଟି ନୂତନ ତହସିଲ ପ୍ରତିଷ୍ଠା ହୋଇଛି, ସେିରୁ ଅଧିକାଂଶରେ ସ୍ଥାୟୀ ତହସିଲଦାର ନିଯୁକ୍ତି ବି ହୋଇପାରି ନାହାନ୍ତି । ନବ ଗଠିତ ୩୦ଗୋଟି ଜିଲ୍ଲା ହେଲା- କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାଫୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ଫୁଲବାଣୀ (କନ୍ଧମାଳ), ଢେଙ୍କାନାଳ, ଅନୁଗୁଳ ।

ସରକାରୀ ବାସଗୃହ ଛାଡିବାପାଇଁ ନିଷ୍ପତ୍ତି ଗ୍ରହଣ କଲେ ଏହି ସରକାର । ନିଷ୍ପତ୍ତି ହେଲା, ଯେଉଁ କର୍ମଚାରୀଙ୍କର ନିଜସ୍ୱ ଗୃହ ଥିବ ସେମାନେ ସରକାରୀ ଘର ରଖିପାରିବେ ନାହିିଁ । ହେଲେ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିିଁ ।

ଉଚ୍ଚ ସରକାରୀ କର୍ମଚାରୀ ଓ ମନ୍ତ୍ରୀମାନଙ୍କ ପାଖରେ ମାତ୍ର ଦୁଇଖଣ୍ଡି କରି ଗାଡି ରହିବାର ନିଷ୍ପତ୍ତି ହେଲା । ରବିବାର ଓ ସରକାରୀ ଛୁଟିଦିନମାନଙ୍କରେ ସରକାରୀ ଗାଡି ବ୍ୟବହାର କରାଯିବ ନାହିିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ଏପରିକି ସେ ନିଜେ ଛୁଟି ଦି ନ ରେ (ଦରକାରେ ବ ଳେ) ସେକ୍ରେଟାରିଏଟ୍‌କୁ ରିକ୍ସାରେ ଆସିଲେ । ତାଙ୍କର ଏହି ମିତବ୍ୟୟୀ ପଦକ୍ଷେପ ଯୋଗୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ତାଙ୍କୁ ଜାତୀୟ ମିତବ୍ୟୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଲେ ।

ସରକାରୀ କର୍ମଚାରୀଙ୍କ ମନରେ ବିଦ୍ରୋହ :

ଓଡ଼ିଶା ରାଜ୍ୟର ସରକାରୀ କର୍ମଚାରୀମାନେ ବହୁ ବର୍ଷ ତଳୁ ନନ୍ଦିନୀ ଦେବୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରୁ ଏଲ୍‍.ଟି.ସି (ରାଜ୍ୟ ଭିତରେ ପରିବାର ସହ ବୁଲିଯିବା ପାଇଁ) ଓ ଅର୍ଜିତ ଛୁଟି ବିକ୍ରୀ (ସରେଣ୍ଡର ଲିଭ ଦୁଇବର୍ଷରେ ରେ) କରିବାର ସୁବିଧା ପାଇିଲେ । ହେଲେ ଖର୍ଚ୍ଚ କାଟ ବ୍ୟବସ୍ଥାନୁଯାୟୀ ସରକାର ଏହି ଦୁଇଟି ସୁବିଧାକୁ ବାତିଲ କରିଦେଲେ । ଫଳରେ ରାଜ୍ୟ ସାରା କର୍ମଚାରୀମାନଙ୍କ ମନରେ ବିଦ୍ରୋହ ଜାତ ହେବା ସ୍ୱାଭାବିକ ଥିଲା । ଏଥିପାଇଁ ୧୯୯୩ ମସିହା ମେ ମାସ ୫ ତାରିଖରେ ଲଙ୍କାକାଣ୍ଡ ଘଟିଲା ସଚିବାଳୟରେ । ମୁଖ୍ୟ ଶାସନ ସଚିବ ରବିନାରାୟଣ

ଓଡ଼ିଶା ରାଜନୀତିର ଇତିହାସ ୨୬୭