ପୃଷ୍ଠା:Odisha Rajanitira Itihasa.pdf/୨୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦାସଙ୍କ ଉପରେ ଆକ୍ରମଣ ହେଲା । ମୁଖ୍ୟମନ୍ତ୍ରୀ ବି ଛାଡ ପାଇଲେ ନାହିିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାଯାଏ ।

ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୃଷ୍ଟି କରାଯାଇଥିବା 'ଲୋକପାଳ' ପଦବୀକୁ ଏହି ସରକାର ଉଠାଇ ଦେଲେ । ତା' ବଦଳରେ ସ୍ଥାପନା କଲେ ଜଣେ ହାଇକୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ 'ସ୍ପେସାଲକୋର୍ର୍ଟ' । ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ବିଚାରପାଇଁ ଏହି ସ୍ପେଶାଲ କୋର୍ଟ ସ୍ଥାପନ କରାଗଲା ।

କଟକ ମଦମୃତ୍ୟୁ ଘଟଣା :

୧୯୯୨ ମସିହା ମେ ମାସ ୭ ତାରିଖର ଘଟଣା । ଏହି ଦିନ କଟକ ସହରରେ ବିଷାକ୍ତ ମଦ ପିଇ ଏକ ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଲା । ବହୁ ଲୋକ ଅସୁସ୍ଥ ଓ ବିକଳାଙ୍ଗ ହୋଇପଡିଲେ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା । ପ୍ରଥମେ ଏହାର ପ୍ରାଶାସନିକ ତଦନ୍ତ ତତ୍‍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କଦ୍ୱାରା ଅନୁଷ୍ଠିତ ହେଲା । ଏହାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ପ୍ରବଳ ଦାବି ଉଠିଲା । ଫଳରେ ସରକାର ଓଡ଼ିଶା ହାଇକୋର୍ଟର ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକଜଣିଆ ତଦନ୍ତ କମିଶନ ବସାଇଲେ ୧୯୯୩ ମସିହା ଜୁଲାଇ ୧୩ ତାରିଖରେ । ବେହେରା କମିଶନ ୧୯୯୫ ଅବ୍ଧୋବର ୩୦ ତାରିଖରେ ତାଙ୍କର ରିପୋର୍ଟ ପ୍ରଦାନ କଲେ ।

କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଅନାଦି ସାହୁ କମିଶନ ନିକଟରେ ସାକ୍ଷ୍ୟ ଦେଇ କହିଲେ କି, "ମଦମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୁମାର ଦାସ ଓରଫ 'ବେଲୁ'ଙ୍କ ସହିତ ରାଜ୍ୟର ଜଳସେଚନ ମନ୍ତ୍ରୀ ବିଜୟ ମହାପାତ୍ର ଓ ପୂର୍ତ୍ତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କର ସମ୍ପର୍କ ଥିଲା । ସେ ଦୁଇଜଣ ଏହି ତଦନ୍ତକୁ ଧୀରମନ୍ଥର କରିଦେବାପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ ।" ତାଙ୍କର ଏହି ବୟାନ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିିଥିଲା । ଫଳରେ ଶାସକଦଳ ତରଫରୁ ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ହେଲା । ନୈତିକ ଦାୟିତ୍ୱର ଦ୍ୱାହି ଦେଇ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ହେଲେ ମୁଖ୍ୟମନ୍ତ୍ରୀ କାହାରି ଇସ୍ତଫା ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ନାହିିଁ ।

ଏହିପରି ବହୁ ଘାତପ୍ରତିଘାତ ମଧ୍ୟରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳ ପୂରା ପାଞ୍ଚବର୍ଷ ତିଷ୍ଠି ରହିିଥିଲା । ଏହାପରେ ଏକାଦଶ ବିଧାନସଭା ନିର୍ବାଚନ ୧୯୯୫ ମସିହା ମାର୍ଚ୍ଚ ୭ ଓ ୯ ତାରିଖରେ ଅନୁଷ୍ଠିତ ହେଲା । କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥରପାଇଁ ତା.୧୫.୩.୧୯୯୫ରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।


୨୬୮ ଓଡ଼ିଶା ରାଜନୀତିର ଇତିହାସ