ପୃଷ୍ଠା:Odisha Rajanitira Itihasa.pdf/୨୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜଗତସିଂହପୁର ରଞ୍ଜୀବ ବିଶ୍ୱାଳ କଂଗ୍ରେସ
ପୁରୀ ପିନାକୀ ମିଶ୍ର କଂଗ୍ରେସ
ଭୁବନେଶ୍ୱର ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସ
ଆସ୍କା ବିଜୁ ପଟ୍ଟନାୟକ ଜନତା ଦଳ
ବ୍ରହ୍ମପୁର ପି.ଭି.ନରସିଂହ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗୋ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତ ଚରଣ ଦାସ ସମତା
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ
ବଲାଙ୍ଗୀର ଶରତଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ସମ୍ବଲପୁର କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଫ୍ରିଡା ଟପ୍ନୋ କଂଗ୍ରେସ
କେନ୍ଦୁଝର ମାଧବ ସର୍ଦ୍ଦାର କଂଗ୍ରେସ

ଇସ୍ତଫା ଓ ପରଲୋକ :

୧୬.୪.୧୯୯୫ ତାରିଖରେ ବେଗୁନିଆ ବିଧାନସଭା ଆସନର ନିର୍ବାଚିତ ସଦସ୍ୟ ହରିହର ସାହୁ ଇସ୍ତଫା ପ୍ରଦାନ କଲେ ।

ବିଜୁ ପଟ୍ଟନାୟକ ଭୁବନେଶ୍ୱର ବିଧାନସଭା ଆସନର ସଦସ୍ୟ ଥାଇ କଟକ ଓ ଆସ୍କାର ସାଂସଦ ଭାବରେ ନିର୍ବାଚିତ ହେବାରୁ ୧୯୯୬ ମସିହା ମଇ ମାସ ୨୦ ତାରିଖରେ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । କାରଣ ଲୋକପ୍ରତିନିଧି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ବିଧାନସଭା ସଦସ୍ୟ ଥାଇ ଲୋକସଭାକୁ ନିର୍ବାଚିତ ହେଲେ ନିର୍ବାଚିତ ହେବାର ୧୪ଦିନ ଭିତରେ ଗୋଟିକରୁ ଇସ୍ତଫା ଦେବାକୁ ହେବ । ଏହି ନିୟମ ଅନୁଯାୟୀ ବିଜୁବାବୁ ଇସ୍ତଫା ପ୍ରଦାନ କଲେ ।

ସେହିପରି କାର୍ତ୍ତିକ ମହାପାତ୍ର ସୋର ବିଧାନସଭା ଆସନର ସଦସ୍ୟ ଥାଇ ବାଲେଶ୍ୱର ଲୋକସଭା ଆସନରୁୁ ନିର୍ବାଚିତ ହେବାରୁ ସେ ମଇ ମାସ ୨୧ ତାରିଖରେ ସୋର ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ରୁଦ୍ରମାଧବ ରାୟ ଦଶପଲ୍ଲା ବିଧାନସଭା ଆସନର ସଦସ୍ୟ ଥାଇ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାରୁ ୧୯୯୭ ମସିହା ଫେବ୍ରୁଆରି ୨୮ ତାରିଖରେ ଦଶପଲ୍ଲା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ଓଡ଼ିଶା ରାଜନୀତିର ଇତିହାସ ୨୭୯