ପୃଷ୍ଠା:Odisha Rajanitira Itihasa.pdf/୨୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଜୁନ ଚରଣ ସେଠି ଭଣ୍ଡାରିପୋଖରୀ, ପ୍ରସନ୍ନ କୁମାର ପାଟ୍ଟଶାଣୀ ଖୋର୍ଦ୍ଧା ଓ ବିକମ୍ର କେଶରୀ ଦେଓ ଜୁନାଗଡ ବିଧାନସଭାର ସଦସ୍ୟ ଥାଇ ୧୯୯୮ରେ ଅନୁଷ୍ଠିତ ଦ୍ୱାଦଶ ଲୋକସଭାକୁ ସାଂସଦ ଭାବେ ଯଥାକ୍ରମେ ଭଦ୍ରକ, ଭୁବନେଶ୍ୱର ଓ କଳାହାଣ୍ଡି ନିର୍ବାଚିନ ମଣ୍ଡଳୀରୁ ନିର୍ବାଚିତ ହେବାରୁ ୧୯୯୮ ମସିହା ମାର୍ଚ୍ଚ ମାସ ଛଅ ତାରିଖ ଦିନ ବିଧାନସଭା ଆସନମାନଙ୍କରୁ ଇସ୍ତଫା ପ୍ରଦାନ କଲେ ।

ପ୍ରସନ୍ନ ଆଚାର୍ଯ୍ୟ ଓ ଜୁଏଲ ଓରାମ ଯଥାକ୍ରମେ ବରଗଡ ଓ ବଣେଇ ବିଧାନସଭାର ସଦସ୍ୟ ଥାଇ ୧୨ଶ ଲୋକସଭାକୁ ସଦସ୍ୟ ଭାବରେ ଯଥାକ୍ରମେ ସମ୍ବଲପୁର ଓ ସୁନ୍ଦରଗଡ ଆସନରୁ ନିର୍ବାଚିତ ହେବାରୁ ୧୯୯୮ ମାର୍ଚ୍ଚ ୧୧ତାରିଖରେ ବିଧାନସଭାରୁ ଇସ୍ତଫା ପ୍ରଦାନ କଲେ ।

ଧାମନଗର ବିଧାନସଭା ଆସନର ନିର୍ବାଚିତ ବିଧାନସଭା ସଦସ୍ୟ ଜଗନ୍ନାଥ ରାଉତ ବିଧାନସଭା ସଦସ୍ୟ ପଦରୁ ୧୯୯୯ ମସିହା ମାର୍ଚ୍ଚ ମାସ ୧୬ତାରିଖ ଦିନ ଇସ୍ତଫା ପ୍ରଦାନ କଲେ । ଲକ୍ଷ୍ମୀପୁର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ଅନନ୍ତରାମ ମାଝି ବିଧାନସଭା ଆସନରୁ ୧୯୯୯ ମାର୍ଚ୍ଚ ୨୩ତାରିଖରେ ଇସ୍ତଫା ପ୍ରଦାନ କଲେ । କାରଣ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ବିଧାନସଭାର ସଦସ୍ୟ ନଥିଲେ । ଡକ୍ଟର ଗମାଙ୍ଗ ଏହି ଆସନରୁ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇ ଆସିବାପାଇଁ ଅନନ୍ତରାମ ମାଝି ବିଧାନ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଗୁଣପୁର ବିଧାୟକ ଅକ୍ଷୟ କୁମାର ଗମାଙ୍ଗଙ୍କର ୨୧.୪.୧୯୯୫ରେ, କାକଟପୁର ବିଧାୟକ ବୈକୁଣ୍ଠ ନାଥ ସ୍ୱାଇଁଙ୍କର ୨.୧୦.୧୯୯୫ରେ, କାମାକ୍ଷାନଗର ବିଧାୟକ କୈଳାସଚନ୍ଦ୍ର ମହାପାତ୍ର ଙ୍କର ୧୭.୯.୧୯୯୬ରେ, ନୂଆପଡା ବିଧାୟକ ଘାସିରାମ ମାଝିଙ୍କର ୨୩.୪.୧୯୯୭ରେ, ଦେବଗଡ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କର ୨୦.୧୦.୧୯୯୭ରେ, ବ୍ରଜରାଜନଗର ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କର ୨୬.୧୨.୧୯୯୭ରେ ଓ ଡାବୁଗାଁ ବିଧାୟକ ଯାଦବ ମାଝିଙ୍କର ୩.୪.୧୯୯୯ରେ ପରଲୋକ ଘଟିଲା ।

ଏହିସବୁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା ।

ଉପନିର୍ବାଚନ ଫଳାଫଳ :

୨୭.୫.୧୯୯୫ରେ ବେଗୁନିଆ ବିଧାନସଭା ଆସନ ନିମନ୍ତେ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କରି ୩.୬.୧୯୯୫ରେ ଶପଥ ଗ୍ରହଣ କଲେ ।

ଗୁଣୁପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାଗୀରଥି ଗମାଙ୍ଗୋ ନିର୍ବାଚିତ ହେଲେ । ୨.୫.୧୯୯୬ରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଶ୍ରୀ ଗମାଙ୍ଗ ୨୦.୫.୧୯୯୬ରେ ଶପଥ ଗ୍ରହଣ କଲେ ।

୭.୫.୧୯୯୬ରେ କାକଟପୁର ବିଧାନସଭା ଉପନିର୍ବାଚନରେ ଜନତାଦଳର ପ୍ରାର୍ଥୀ ସୁରେନ୍ଦ୍ରନା ନାୟକ ବିଜୟୀ ହୋଇ ସେହି ମାସ ୧୫ତାରିଖରେ ବିଧାୟକ ଭାବରେ ଶପଥ

୨୮୦ ଓଡ଼ିଶା ରାଜନୀତିର ଇତିହାସ