ପୃଷ୍ଠା:Odisha Rajanitira Itihasa.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମସିହା ଏପ୍ରିଲ୍‍ ୧୭ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିିଲେ ଦିଲ୍ଲୀ ଠାରେ । ଏହିବର୍ଷ ୧୯୯୭ ମସିହାରେ ମଧ୍ୟ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‍ ଡଃ ସତ୍ୟନାରାୟଣ ରାଜଗୁରୁ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସଂପାଦକ ରାଧାନାଥ ରଥ, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତୀଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଆଦିଙ୍କର ଦେହାବସାନ ଘଟିିଥିଲା । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରି ବାର୍ତ୍ତା ପ୍ରଦାନ କରିିଥିଲେ ।

'ବିଜୁ ଜନତାଦଳ' ଗଠନ :

ବିଜୁପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ 'ବିଜୁ ଜନତା ଦଳ' (ବିଜେଡି)ନାମରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ଦଳ ଜନ୍ମ ନେଲା । ଏହାର ପ୍ରତିଷ୍ଠାତା ସଭାପତି ରହିଲେ ବିଜୁ ପଟ୍ଟନାୟକଙ୍କର କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ଜନତା ଦଳର ୨୮ଜଣ ବିଧାୟକ ଏହି ନୂତନ ଆଞ୍ଚଳିକ ଦଳରେ ସାମିଲ ହେଲେ । ଅନ୍ୟ ୧୨ଜଣ ସଦସ୍ୟ ମୂଳ ଜନତା ଦଳରେ ରହିଲେ । ମୂଳ ଜନତା ଦଳରେ ରହିିଥିବା ନେତାମାନଙ୍କ ମଧ୍ୟରେ ଅଶୋକ ଦାସ, ନଳିନୀକାନ୍ତ ମହାନ୍ତି, ସୁରେନ୍ଦ୍ର ନାଥ ନାୟକ, ନରସିଂହ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ମଙ୍ଗଳା କିଷାନ ଅନ୍ତର୍ଭୁକ୍ତ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଆସ୍କା ଲୋକସଭା ଆସନର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ପଟ୍ଟନାୟକ ଲୋକସଭା ସଦସ୍ୟ ହେଲେ ।

ବିଜେଡି- ବିଜେପି ମେଣ୍ଟ :

୧୯୯୮ ମସିହାରେ ଦ୍ୱାଦଶ ଲୋକସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାର ୨୧ଟି ଆସନପାଇଁ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ିଲେ । କଂଗ୍ରେସ ଏକାକୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଲା । କଂଗ୍ରେସ ଲାଭକଲା ମାତ୍ର ୪ଟି ଆସନ । ବାକି ୧୭ଟି ଆସନରେ ବିଜେଡି ବିଜେପି ମେଣ୍ଟ ବିଜୟୀ ହେଲେ । ବିଜେପି- ୭ଟି ଓ ବିଜେଡି-୧୦ଟି ଆସନ ଲାଭ କଲା । ନିର୍ବାଚିତ ସାଂସଦ ମାନେ ହେଲେ : ମୟୂରଭଞ୍ଜ -ସାଲଖାନ୍‍ ମୁର୍ମୁ (ବିଜେପି), ବାଲେଶ୍ୱର - ମହାମେଘ ବାହନ ଐର ଖାରବେଳ ସ୍ୱାଇଁ (ବିଜେପି), ଭଦ୍ରକ- ଅର୍ଜୁନ ଚରଣ ସେଠୀ (ବିଜେଡି), ଯାଜପୁରରାମଚନ୍ଦ୍ର ମଲ୍ଲିକ (ବିଜେଡି), କେନ୍ଦ୍ରାପଡା- ପ୍ରଭାତ କୁମାର ସାମନ୍ତରାୟ (ବିଜେଡି), କଟକଭର୍ତ୍ତୃହରି ମହତାବ (ବିଜେଡି), ଜଗତସିଂହପୁର- ରଞ୍ଜୀବ ବିଶ୍ୱାଳ (କଂ), ପୁରୀ- ବ୍ରଜକିଶୋର ତ୍ରିପ।ଠୀ (ବିଜେଡି), ଭୁବନେଶ୍ୱର- ପ୍ରସନ୍ନ କୁମାର ପାଟ୍ଟଶାଣୀ,(ବିଜେଡି) ଆସ୍କା-ନବୀନ ପଟ୍ଟନାୟକ (ବିଜେଡି), ବ୍ରହ୍ମପୁର- ଜୟନ୍ତୀ ପଟ୍ଟନାୟକ (କଂ), କୋରାପୁଟ- ଗରିଧର ଗମାଙ୍ଗ (କଂ), ନବରଙ୍ଗପୁର - ଖଗପତି ପ୍ରଧାନୀ (କଂ), କଳାହାଣ୍ଡି- ବିକ୍ରମ କେଶରୀ ଦେଓ (ବିଜେପି), ଫୁଲବାଣୀ ପଦ୍ମନାଭ ବେହେରା (ବିଜେଡି) ବଲାଙ୍ଗୀର- ସଙ୍ଗୀତା କୁମାରୀ ଦେଓ (ବିଜେପି), ସମ୍ବଲପୁର-

ଓଡ଼ିଶା ରାଜନୀତିର ଇତିହାସ ୨୮୩