ପୃଷ୍ଠା:Odisha Rajanitira Itihasa.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିସ୍ଥିତି ଏପରି ହେଲା ଯେ, ଡିସେମ୍ବର ୬ତାରିଖରେ ଡଃ. ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ଓ ସେହିଦିନ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ବସନ୍ତ କୁମାର ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଡିସେମ୍ବର ୯ତାରିଖରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ, ୮ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ୧୧ ତାରିଖରେ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ୨୦୦୦ ଫେବ୍ରୁଆରି ୭ତାରିଖରେ ରଘୁନାଥ ପଟ୍ଟନାୟକ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ।

୧୯୯୮ ମସିହାରେ ଡବ୍ଧର ଗମାଙ୍ଗଙ୍କର କେବଳ ଗୋଟିଏ ମାତ୍ର ଭୋଟରେ କେନ୍ଦ୍ରର ଏନ୍‍.ଡି.ଏ ସରକାରଙ୍କ ପତନ ଘଟିଲା । ସେତେବେଳେ ସେ ଲୋକସଭା ସାଂସଦ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଲୋକସଭା ସାଂସଦ ଭାବରେ ଭୋଟ ପ୍ରଦାନ କରିିଥିଲେ । ଫଳରେ ବାଜପେୟୀ ସରକାର ଇସ୍ତଫା ପ୍ରଦାନ କଲେ । ମାତ୍ର ୧୩ମାସ ପ୍ରଧାନ ମନ୍ତ୍ରୀ ରହିବା ପରେ ଅଟଳ ବିହାରୀ ବାଜପେୟୀ ପୁନଃ ଲୋକସଭା ନିର୍ବାଚନର ସମ୍ମୁଖୀନ ହେଲେ । ୧୯୯୯ ମସିହାରେ ଲୋକସଭା ପାଇଁ ନିର୍ବାଚନ ହେଲା । ଏହି ନିର୍ବାଚନରେ ଏନ୍‍.ଡି.ଏ ପୁଣି ଶାସନ କ୍ଷମତାକୁ ଆସିଲା । ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୨ଟି ଆସନ ଲାଭ କଲା । ୧୩ଶ ଲୋକସଭା (୧୯୯୯)କୁ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ହେଲେ:

ତ୍ରୟୋଦଶ ଲୋକସଭା ସଦସ୍ୟ (୧୯୯୯) :

ମୟୂରଭଞ୍ଜ ସାଲଖାନ୍‍ ମୁର୍ମୁ ବିଜେପି
ବାଲେଶ୍ୱର ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପି
ଭଦ୍ରକ ଅର୍ଜୁନ ଚରଣ ସେଠି ବିଜେଡି
ଯାଜପୁର ଜଗନ୍ନାଥ ମଲ୍ଲିକ ବିଜେଡି
କେନ୍ଦ୍ରାପଡା ପ୍ରଭାତ କୁମାର ସାମନ୍ତରାୟ ବିଜେଡି
କଟକ ଭର୍ତ୍ତୃହରି ମହତାବ ବିଜେଡି
ଜଗତସିଂହପୁର ତ୍ରିଲୋଚନ କାନୁନ୍‍ଗୋ ବିଜେଡି
ପୁରୀ ବ୍ରଜ କିଶୋର ତ୍ରିପାଠୀ ବିଜେଡି
ଭୁବନେଶ୍ୱର ଡଃ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି
ଆସ୍କା ନବୀନ ପଟ୍ଟନାୟକ ବିଜେଡି
ପରେ କୁମୁଦିନୀ ପଟ୍ଟନାୟକ ବିଜେଡି
ବ୍ରହ୍ମପୁର ଅନାଦି ଚରଣ ସାହୁ ବିଜେପି
କୋରାପୁଟ ହେମା ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ପର୍ଶୁରାମ ମାଝି ବିଜେପି
ଓଡ଼ିଶା ରାଜନୀତିର ଇତିହାସ ୨୮୫