ପୃଷ୍ଠା:Odisha Rajanitira Itihasa.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂପାଦକ ଦାୟିତ୍ୱ ମଧ୍ୟ ବହନ କଲେ । ଏହା ପରେ 'ପୌରୁଷ' ପତ୍ରିକାର ମଧ୍ୟ ସେ ପ୍ରତିଷ୍ଠାତା ଓ ସଂପାଦକ ହେଲେ ।

୧୯୫୦ ମସିହାରେ ମଧୁପୁର ଚାଷୀ ଆନ୍ଦୋଳନର ସେ ନେତୃତ୍ୱ ଗ୍ରହଣ କଲେ । ରାଜ୍ୟ ଯୁବକଙ୍ଗ୍ରେସର ସଭାପତି ହେଲେ ସେହି ବର୍ଷ । ୧୯୫୪ ରୁ ୫୦ ଯାଏ ସେ ହେଲେ ପି.ସି.ସି. କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୫୬ରୁ ୬୭ ଯାଏ ସାହିତ୍ୱ ଏକାଡ଼େମୀର ସଭ୍ଯ ହେବା ସହିତ ୧୯୫୭ ରୁ ୬୭ ଯାଏ ଉତ୍କଳ ବିଶ୍ୱବିଦ୍ୱାଳୟର ସିନେଟ ଫେଲୋ ଓ ଓଡିଶା ମୌଳିକ ଶିକ୍ଷା ଏବଂ ଶିକ୍ଷକ ସଂହାର ସଭାପତି ଦାୟିତ୍ୱ ସଂପାଦନ ।

ଜଣେ ଲେଖକ ଓ ଗବେଷକ ହିସାବରେ ଗୌତମ ବୁଦ୍ଧଙ୍କ ଜୀବନ ଚରିତ, ଅନୁବାଦକ ଭାବରେ ଭର୍ତ୍ତୁହରିଙ୍କ ନୀତିଶତକ, ଶ୍ରୀମଦଭାଗବତର ଗଦ୍ୟରୂପ,ବଙ୍କିମଚନ୍ଦ୍ରଙ୍କ ଉପନ୍ୟାସରୁ କେତୋଟି ସଫଳତାର ସହ ଅନୁବାଦ କରିଛନ୍ତି । ସେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେ ହେଉଛନ୍ତି ତିରୁପତି ବିଶ୍ବବିଦ୍ୟାଳୟର ପ୍ରୋ.ଚାନସେଲର । ବହୁ ସାହିତ୍ୟିକ ଓ ସଂସ୍କୃତିକ ଅନୁଷ୍ଠାନ ସହ ସେ ଓତପ୍ରୋତ ଭାବରେ ଜଡିତ ।

୧୯୭୧ ମସିହାରେ ସେ ସର୍ବପ୍ରଥମେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଓ ପରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବହନ କରିଥିଲେ (୧୯୭୩-୭୫) । ୧୯୮୦ ମସିହାରେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ଯାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ ସଂପାଦନ । ୧୯୮୦ରେ ସେ ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ । ଓଡିଶାରେ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବାହାନକାରୀ ସେ ବହୁ କାର୍ଯ୍ୟ କରିଛନ୍ତି । ସେସବୁ ପୂର୍ବବର୍ତ୍ତୀ ବିଭିନ୍ନ ଅଧ୍ୟାୟରେ ଆଲୋଚିତ ହୋଇସାରିଛି । ଗତ ବିଧାନସଭାରେ ସେ ବିରୋଧୀ ଦଳର ନେତୃତ୍ୱ ବହନ କରି ବେଶ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସେ ଆସାମ ରାଜ୍ୟର ରାଜ୍ୟପାଳ ଅଛନ୍ତି ।

+++

ଓଡିଶା ରାଜନୀତିର ଇତିହାସ ୨୮୭