ପୃଷ୍ଠା:Odisha Rajanitira Itihasa.pdf/୨୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଡ଼ବିଂଶ ପରିଚ୍ଛେଦ

ଦ୍ୱାଦଶ, ତ୍ରୟୋଦଶ ଓ ଚତୁର୍ଦ୍ଦଶ

ବିଧାନସଭା : ମୁଖ୍ୟମନ୍ତ୍ରୀ ଆସନରେ

ନବୀନ ପଟ୍ଟନାୟକ

ଦ୍ୱାଦଶ ବିଧାନସଭା ନିମନ୍ତେ ୨୦୦୦ ମସିହା ଫେବ୍ରୁଆରି ମାସରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ୧୪୭ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୭ ତାରିଖରେ ୭୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୨ ତାରିଖରେ ୭୭ଗୋଟି ଆସନ ନିମନ୍ତେ ନିର୍ବାଚନ ହେଲା । ୧୯୯୯ ଲୋକସଭା ନିର୍ବାଚନର ଆସନ ବୁଝାମଣାକୁ ଭିତ୍ତି କରି ବିଜେଡି ଓ ବିଜେପି ମେଣ୍ଟ ଯାକ୍ରମେ ୮୪ଟି ଓ ୬୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲେ । ୧୦୬ଟି ଆସନ ଲାଭ କରି ମେଣ୍ଟ ସରକାର ଗଢିଲେ । ଏହି ନିର୍ବାଚନରେ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀମାନଙ୍କ ସଂଖ୍ୟା ହେଲା: ବିଜେଡି-୬୮, ବିଜେପି -୩୮, ଭାରତୀୟ ଜାତୀୟ କଂଗ୍ରେସ-୨୬, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-୦୩, ଜନତାଦଳ (ଧର୍ମ ନିରପେକ୍ଷ)-୦୧, ଅଖିଳଭାରତ ତୃଣମୂଳ କଂଗ୍ରେସ-୦୧, ମାର୍କସ୍‍ବାଦୀ କମ୍ୟୁନିଷ୍ଟ-୧, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧ ଓ ସ୍ୱାଧୀନ-୦୮ ।

ଏହି ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ପ୍ରାର୍ଥୀ ବିଭିନ୍ନ ଦଳ ତରଫରୁ ନିର୍ବାଚିତ ହୋଇ ଆସିଲେ । ସେମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସର ୩ ଜଣ ଯଥା: ଉଷାରାଣୀ ପଣ୍ଡା (ସୋରଡ଼ା) ମମତା ମାଢ଼ି (ଚିତ୍ରକୋଣ୍ଡା) ଓ ପରମା ପୂଜାରୀ (ଉମରକୋଟ); ଭାରତୀୟ ଜନତା ପାର୍ଟିର ୨ଜଣ ଯଥା: ଦ୍ରୌପଦୀ ମୁର୍ମୁ (ରାଇରଙ୍ଗପୁର) ଓ ନିବେଦିତା ପ୍ରଧ।ନ (କଟକସଦର); ବିଜୁ ଜନତା ଦଳର ୦୯ଜଣ ଯଥା: ଡାକ୍ତର କମଳା ଦାସ

୨୮୮ ଓଡ଼ିଶା ରାଜନୀତିର ଇତିହାସ